G-20 Summit: ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ଜି -୨୦ ଶିଖର ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଅନେକ ବରିଷ୍ଠ ନେତା ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜି ୨୦ ରାତ୍ରୀ ଭୋଜନରେ ବର୍ତ୍ତମାନର କ୍ୟାବିନେଟ ମନ୍ତ୍ରୀ, ବୈଦେଶିକ ପ୍ରତିନିଧିଙ୍କ ସମେତ ଆହୁରୀ ଅନେକ ମୁଖ୍ୟ ନେତା ଯୋଗ ଦେବେ । କିନ୍ତୁ କିଛି ବିରୋଧି ଦଳର ନେତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଜି ୨୦ ରାତ୍ରୀ ଭୋଜନ (G 20 Dinner) କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିନାହିଁ । ସେମଧ୍ୟରେ ଅଛନ୍ତି କଂଗ୍ରେସ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ (mallikarjun kharge) ଏବଂ ସୋନିଆ ଗାନ୍ଧୀ । ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ସକାଳେ ଏହି ଖବର ମିଳିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏଥିସହ ଏହି ସୂଚନା ମଧ୍ୟ ମିଳିଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ (former pm manmohan singh)ଙ୍କୁ ରାତ୍ରୀ ଭୋଜନରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ମିଳିଛି ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଜି -୨୦ ସମ୍ମିଳନୀରେ ଉପସ୍ଥିତ ହେଉଥିବା ନେତା, ମନ୍ତ୍ରୀଙ୍କ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପତ୍ର ଉପରେ 'ଭାରତର ରାଷ୍ଟ୍ରପତି' ଲେଖାଯାଇଛି, ଯାହାକୁ ନେଇ ବିଭିନ୍ନ ମହଲରେ ରାଜନୈତିକ କନ୍ଦଳ ସୃଷ୍ଟି ହୋଇଥିବା ଜଣା ପଡିଛି । ଏହା ମଧ୍ୟରେ କଂଗ୍ରେସ ଦଳର ଜାତୀୟ ସଭାପତି ମଧ୍ୟ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଏକ କବିତା ମାଧ୍ୟମରେ ନିଜର ମନ କଥାକୁ ପ୍ରକାଶ କରିଛନ୍ତି । କବିତାରେ ଏହା ଲେଖା ଅଛି ଯେ, ମୋଦୀ ସରକାର I.N.D.I.A ମିଳିତ ମଞ୍ଚକୁ ବୋଧହୁଏ ଭୟ କରୁଛନ୍ତି । ଇଣ୍ଡିଆ ଏବଂ ଭାରତ ଉଭୟ ଶବ୍ଦ ସମ୍ବିଧାନର ଅବିଚ୍ଛେଦ୍ୟ ଅଙ୍ଗ। ତେବେ ଆପଣ ପଢ଼ନ୍ତୁ ଏହି ପୋଷ୍ଟ୍


Post- 



ଭାରତରେ ଆୟୋଜିତ ହେଉଛି ଜି -୨୦ ଶିଖର ସମ୍ମିଳନୀ । ସମଗ୍ର ବିଶ୍ୱର ଅନେକ ଦେଶରୁ ମୁଖ୍ୟମାନଙ୍କୁ ସ୍ୱାଗତ କରିବା ପାଇଁ ଭାରତର ରାଜଧାନୀ ନୂଆଦିଲ୍ଲୀ (New Delhi) ପ୍ରସ୍ତୁତ ଅଛି। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଅତ୍ୟାଧୁନିକ ଭାରତ ମଣ୍ଡପମ୍ (bharat mandapam) ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଇଷି ସୁନାକ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଜାପାନ ପ୍ରଧାନମନ୍ତ୍ରୀ ଫିମିଓ କିଶିଡୋ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ, ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସମେତ ବିଶ୍ୱର ୧୯ ଟି ଦେଶର ଅନେକ ବିଶିଷ୍ଟ ନେତା ଶୁକ୍ରବାର ଦିନରୁ ତିନି ଦିନିଆ ବୈଠକ କରିବେ। ଦିଲ୍ଲୀରେ ବିଭିନ୍ନ ପ୍ରସଂଙ୍ଗ ତଥା ଅର୍ଥନୀତି, ପରିବେଶ, ଭିତ୍ତିଭୂମି, ସ୍ଥାୟୀ ବିକାଶ ସହିତ ସମସ୍ତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବିଦେଶରୁ ଆସୁଥିବା ନେତାଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ଦିଲ୍ଲୀ ଖୁବ ସଜେଇ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି ସମସ୍ତ ନେତାଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା (Traffic system) ଉପରେ ଅଧିକ ଧ୍ୟାନ ଦିଆଯାଇଛି ।


ଜି -୨୦ ସମ୍ମିଳନୀରେ ଭାଗ ନେଉଥିବା ଦେଶ ଗୁଡିକ ମଧ୍ୟରେ ଅଛନ୍ତି- ଆର୍ଜେଣ୍ଟିନା, ବ୍ରାଜିଲ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ମେକ୍ସିକୋ, ଇଟାଲୀ, ଜାପାନ, କୋରିଆ, ତୁର୍କୀ, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ୟୁନିଅନ୍ । ଏଥିସହ  ନେଦରଲ୍ୟାଣ୍ଡ, ସ୍ପେନ୍, ସିଙ୍ଗାପୁର, ଓମାନ, ବାଂଲାଦେଶ, ଇଜିପ୍ଟ, ମରିସସ୍ ଏବଂ ନାଇଜେରିଆକୁ ମଧ୍ୟ ଅତିଥି ଭାବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ୟୁକ୍ରେନକୁ ଜି -୨୦ ଶିଖର ସମ୍ମିଳନୀକୁ ଡକାଯାଇନାହିଁ ।


Also Read- Alien on Mars: ମଙ୍ଗଳ ଗ୍ରହରେ ଥିଲା ପରଗ୍ରହୀ, ଭୁଲରେ ମାରିଦେଲା ଆମେରିକା !