Alien on Mars: ମଙ୍ଗଳ ଗ୍ରହରେ ଥିଲା ପରଗ୍ରହୀ, ଭୁଲରେ ମାରିଦେଲା ଆମେରିକା !
Advertisement

Alien on Mars: ମଙ୍ଗଳ ଗ୍ରହରେ ଥିଲା ପରଗ୍ରହୀ, ଭୁଲରେ ମାରିଦେଲା ଆମେରିକା !

Alien on Mars: ଏମିତି ଗୋଟିଏ ଦାବି ଆସିଛି ଯାହା ଶୁଣିଲେ ଆପଣ ଚମକି ପଡ଼ିବେ । ଜଣେ ବୈଜ୍ଞାନିକ ଆମେରିକା ବିରୋଧରେ ମଙ୍ଗଳ ଗ୍ରହକୁ ନେଇ ଆଣିଛନ୍ତି ଚମକାଇ ଦେଲା ଭଳି ଅଭିଯୋଗ ।

Alien on Mars: ମଙ୍ଗଳ ଗ୍ରହରେ ଥିଲା ପରଗ୍ରହୀ, ଭୁଲରେ ମାରିଦେଲା ଆମେରିକା !

Alien on Mars: ମଙ୍ଗଳରେ ଜୀବନ ଅଛି । ଲାଲ ଗ୍ରହକୁ ନେଇ ପୃଥିବୀ ବାସୀଙ୍କ ମନରେ ଶହ ଶହ ବର୍ଷ ଧରି ଏଭଳି ଧାରଣା ରହି ଆସିଛି । ଅନେକ ସଭ୍ଯତାରେ ଲାଲ ଗ୍ରହ ମଙ୍ଗଳକୁ ଯୁଦ୍ଧର ଦେବତା ଭାବେ ବିବେଚନା କରାଯାଉଥିଲା । ମଙ୍ଗଳ ଗ୍ରହରେ ଜୀବନ ସତ୍ତା ରହିଛି ବୋଲି ଧାରଣା ଥିଲା । କିନ୍ତୁ ଧିରେ ଧିରେ ଏହି ଧାରଣା ବଦଳିବାରେ ଲାଗିଛି । କିନ୍ତୁ ଏବେ ଏହାରି ଭିତରେ ଏମିତି ଗୋଟିଏ ଦାବି ଆସିଛି ଯାହା ଶୁଣିଲେ ଆପଣ ଚମକି ପଡ଼ିବେ । ଜଣେ ବୈଜ୍ଞାନିକ ଆମେରିକା (America) ବିରୋଧରେ ମଙ୍ଗଳ ଗ୍ରହକୁ ନେଇ ଆଣିଛନ୍ତି ଚମକାଇ ଦେଲା ଭଳି ଅଭିଯୋଗ । ଏହି ବୈଜ୍ଞାନିକଙ୍କ ଅଭିଯୋଗ ଯେ, ୫୦ ବର୍ଷ ତଳେ ଆମେରିକା ଅଜାଣତରେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ କରିଥିବ ଓ ଏହା ଜାଣିବା ପୂର୍ବରୁ ଭୁଲରେ ଲାଲଗ୍ରହରେ ଜୀବନକୁ ଆମେରିକା ଲୋପ କରିଦେଇଥିଲା । ତେବେ ଅନେକ ତାଙ୍କର ଏହି ଦାବିକୁ ଗ୍ରହଣ କରୁନାହାନ୍ତି । ବୈଜ୍ଞାନିକଙ୍କ ଦାବି କେବଳ ମାତ୍ର କଳ୍ପନା ବୋଲି ସେମାନେ କହୁଛନ୍ତି ।

ବୈଜ୍ଞାନିକଙ୍କ ଦାବି କ’ଣ ?
ଟେକ୍ନିକାଲ ୟୁନିଭର୍ସିଟି ବର୍ଲିନ (Technical University Berlin)ର ଜ୍ୟୋର୍ତିବିଦ ଡର୍କ୍ ଶୁଲ୍ଜ-ମକୁଚ ଏଭଳି ଦାବି କରିଛନ୍ତି । ତାଙ୍କ ଅନୁସାରେ ୧୯୭୬ ମସିହାରେ ନାସାର ଭାଇକିଂ ଲେଣ୍ଡର୍ସ ମଙ୍ଗଳ ଗ୍ରହରେ ଅବତରଣ କରିଥିଲା । ଏହା ମଙ୍ଗଳ ଗ୍ରହର ପଥର ଭିତରେ ଥିବା ଛୋଟ ଶୁସ୍କ ପ୍ରତିରୋଧୀ ଜୀବନର ନମୂନା ନେଇଥିବ ।ସେ ଦାବି କରିଛନ୍ତି ଯେ, ମଙ୍ଗଳରେ ଜୀବନ ଥିଲେ ମଧ୍ଯ ଲ୍ଯାଣ୍ଡର ନିଜ ପ୍ରୟୋଗ ଦ୍ୱାରା ସେମାନଙ୍କୁ ଆଗରୁ ମାରିଦେଇଥଇବ । ଏଭଳି ଅଧ୍ଯୟନ ଦ୍ୱାରା ଯେକୌଣସି ପ୍ରକାରର ଅଣୁଜୀବ ମରିଯାଆନ୍ତି । ସେ କହିଛନ୍ତି ଯେ, ଏଭଳି ବିଚାର କିଛି ଲୋକଙ୍କୁ ପସନ୍ଦ ଆସିନପାରେ । କିନ୍ତୁ ଏଭଳି ସୁକ୍ଷ୍ମ ଜୀବ ପୃଥିବୀରେ ମଧ୍ଯ ରୁହନ୍ତି ଓ କାଳ୍ପନିକ ଭାବେ ମଙ୍ଗଳରେ ମଧ୍ଯ ରହି ପାରନ୍ତି । ତେଣୁ ଏଭଳି ସମ୍ଭାବନାକୁ ପତ୍ଯାଖାନ କରାଯାଇ ନପାରେ । ସୂଚନାଯୋଗ୍ଯ ଯେ, ନାସା ମଙ୍ଗଳଗ୍ରହରେ ଭାଇକିଂ ନାମକ ଦୁଇଟି ଲ୍ୟାଣ୍ଡର ଅବତରଣ କରିଥିଲା ।ସେମାନଙ୍କ ମଧ୍ଯରୁ ପ୍ରତ୍ଯକଙ୍କ ପାଖରେ ନିଜସ୍ୱ ଲାବ୍ ଥିଲା ।

ମଙ୍ଗଳରେ ଜୀବନ ?
ଶୁଲ୍ଜ ଲେଖିଛନ୍ତି ଯେ, ପୃଥିବୀ ଏକ ଜଳୀୟ ଗ୍ରହ ତେଣୁ ମଙ୍ଗଳରେ ଯଦି ପାଣି (water) ଥିବ ତେବେ ସେଠାରେ ମଧ୍ଯ ଜୀବନ ଜନ୍ମ ହୋଇପାରେ । ତେବେ ଏହା ସମ୍ଭାବନା ଦୃଷ୍ଟିରୁ ଏହା କିଛି ଭଲ ବିଚାର । ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ଭୀଷଣ ତାପମାନରେ ମଧ୍ଯ ସୁକ୍ଷ୍ମଜୀବ ମିଳିଥାନ୍ତି । ଯେମିତି କି ଚିଲିର ଆଟାକାମା ମରୁଭୂମିରେ କିଛି ସୁକ୍ଷ୍ମ ଜୀବ ହାଇଗ୍ରୋସ୍କୋପିକ୍ (Hygroscopic) ଚଟାଣରେ ଲୁଚିକରି ବଂଚି ପାରନ୍ତି । ଏହି ପଥର ସବୁ ଅତ୍ଯନ୍ତ ଲୁଣିଆ ହୋଇଥାନ୍ତି । ମାଇକ୍ରୋଭ୍ ସେଠାରେ ନିଜ ଆଖପାଖେ ପ୍ରବାହିତ ବାୟୁରୁ କିଛି ମାତ୍ରାରେ ପାଣି ଶୋଷି ପାରନ୍ତି । ଏଭଳି ଚଟ୍ଟାଣ ମଙ୍ଗଳରେ ମଧ୍ଯ ରହିଛି । ଯେଉଁଥିରେ କିଛି ସ୍ତରରେ ଆଦ୍ରତା ରହିଛି । କାଳ୍ପନିକ ଭାବେ ଏଭଳି ଜୀବାଣୁ ସେଠାରେ ମଧ୍ଯ ବଂଚି ପାରିବେ । ତେବେ ଅଧିକ ପାଣି ସେମାନଙ୍କୁ ମାରି ଦେଇଥାଏ ।

Also Read- Crime News: ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେଇଥିଲେ, ୨ ବର୍ଷ ଜେଲ୍‍ ଯିବେ

Also Read- ସେପ୍ଟେମ୍ବର ୧୦କୁ ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ଘୋଷଣା - WHO