Ratnabhandara: ପୁରୀ: ଆସନ୍ତା କାଲି ଜୁଲାଇ ୧୮ ତାରିଖରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଭିତର ରତ୍ନ ଭଣ୍ଡାରର ରତ୍ନ ସ୍ଥାନାନ୍ତରଣ ଓ ମରାମତି ନେଇ ସ୍ଥିତି ଅନୁଧ୍ୟାନ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଟକଣା ଜାରି କରିଛନ୍ତି। ରତ୍ନଭଣ୍ଡାର ଖୋଲାଯିବା ନେଇ ସମସ୍ତଙ୍କ ପ୍ରସ୍ତୁତି ଶେଷ ହୋଇଥିବା ନେଇ ଶ୍ରୀ ପାଢୀ ସୂଚନା ପ୍ରଦାନ କରିଛନ୍ତି।  ତେବେ ଭଣ୍ଡାର ଖୋଲାହେବା ପୂର୍ବରୁ ମନ୍ଦିରରେ ପ୍ରବେଶ ନେଇ ବିଭିନ୍ନ କଟକଣା ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସକ। କଟକଣା ଅନୁଯାୟୀ ସକାଳ ୮ଟାରୁ ସିଂହଦ୍ୱାର ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ ରହିବ। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସହ ଦର୍ଶନ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ। 


COMMERCIAL BREAK
SCROLL TO CONTINUE READING

ଜାରି ହୋଇଥିବା ଏସଓପି ଅନୁଯାୟୀ ଅଧିକୃତ ବ୍ୟକ୍ତି ଓ ମନ୍ଦିର ସେବାରେ ରହିଥିବା ସେବାୟତ ପ୍ରଥମେ ଯିବେ। ପ୍ରଥମେ ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଅଳଙ୍କାର ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ପରେ ଏଏସଆଇକୁ ରତ୍ନ ଭଣ୍ଡାର ହସ୍ତାନ୍ତର କରାଯିବ ବୋଲି ଶ୍ରୀ ପାଢୀ ସୂଚନା ପ୍ରଦାନ କରିଛନ୍ତି। ଏହା ପରେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବ ଏଏସଆଇ। କେତେଦିନ ମଧ୍ୟରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ହୋଇପାରିବ ସେ ନେଇ ମଧ୍ୟ ସୂଚନା ପ୍ରଦାନ କରିବ ଏଏସଆଇ। ଏହାକୁ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।