Ayodhya Rram Mandir: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଆହୁରି ସୁବିଧା ଯୋଗାଇ ଦିଆଯିବ । ଦୂର ଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତର ଟ୍ରଷ୍ଟ ଏକ ବଡ ପଦକ୍ଷେପ ନେଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଟିମରେ ବେସରକାରୀ ସୁରକ୍ଷା କର୍ମୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ସେହି ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରେ ନିୟୋଜିତ ରହିବା ସହ ସିଷ୍ଟମର ସ୍ୱଚ୍ଛ କାର୍ଯ୍ୟକଳାପ ଉପରେ ନଜର ରଖିବେ ।


COMMERCIAL BREAK
SCROLL TO CONTINUE READING

ଯଦି କୈଣସି ସ୍ତରରେ କରାଯାଇଥିବା ନୀତି ନିୟମ ତଥା ବ୍ୟବସ୍ଥାର ଉଲଂଘନ କରାଯାଏ ତେବେ ସେମାନେ ଏହାକୁ ଟ୍ରଷ୍ଟର ମୁଖ୍ୟଙ୍କୁ ଏ ସମ୍ପର୍କରେ ଜଣାଇବେ । ଭକ୍ତମାନେ ଯେପରି କୌଣସି ବ୍ୟକ୍ତିଙ୍କ ଦ୍ୱାରା ଶୋଷଣର ଶିକାର ନହୁଅନ୍ତି ସେ ବ୍ୟବସ୍ଥାର ଅନୁଧ୍ୟାନ କରିବା ଏହି ଟିମର କାର୍ଯ୍ୟ ।


ଆପଣଙ୍କୁ କହିରଖୁଛୁ ଯେ, କିଛି ମାସ ପୂର୍ବରୁ ଶ୍ରଦ୍ଧାଳୁମାନଙ୍କଠାରୁ କିଛି ଟଙ୍କା ଲାଞ୍ଚ ନିଆଯାଇ ସୁବିଧାରେ ଦର୍ଶନ କରାଇବାର ଏକ ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲାରେ କିଛି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଯାହା ପରେ ବର୍ତ୍ତନାନ ପୋଲିସ କର୍ମଚାରୀମାନେ ଅଧିକ ସଚେତନ ହୋଇଛନ୍ତି। ଟ୍ରଷ୍ଟ ମଧ୍ୟ ଅତିରିକ୍ତ ସତର୍କତା ନିୟମ ଅବଲମ୍ବନ କରୁଛି । ବର୍ତ୍ତମାନ କିଛି ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସେମାନେ ରାମ ମନ୍ଦିର ରାସ୍ତା ସମେତ ମନ୍ଦିର ପରିସର ଏବଂ ବିଭିନ୍ନ କାଉଣ୍ଟର ଗୁଡିକ ଉପରେ ନଜର ରଖିବେ । ଭକ୍ତମାନେ ଯେପରି ଦଲାଲଙ୍କ ଶୋଷଣର ଶିକାର ନହୁଅନ୍ତି ସେନେଇ ବିଶେଷ ଦୃଷ୍ଟି ଦିଆଯାଉଛି ।


ଗତ କିଛି ଦିନ ତଳେ ଟ୍ରଷ୍ଟ ଜେନେରାଲ ସେକ୍ରେଟେରୀ ଚମ୍ପତ ରାୟ ଯାତ୍ରୀ ବିଶ୍ରାମଗାର ଯାଞ୍ଚ କରିଥିଲେ । ଟ୍ରଷ୍ଟି ଡକ୍ଟର ଅନିଲ କୁମାର ମିଶ୍ରଙ୍କ କହିବାନୁଯାୟୀ ଭକ୍ତମାନଙ୍କ ଦର୍ଶନକୁ ଆହୁରି ସହଜ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି। ବର୍ତ୍ତମାନ ରାମ ମନ୍ଦିରରେ ପ୍ରଭୁଙ୍କ ଆରତୀ ଏବଂ ଦର୍ଶନ ପାଇଁ ସହଜରେ ଟିକେଟ ମିଳିବାର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସେବା କେନ୍ଦ୍ରରେ କାଉଣ୍ଟର ମାଧ୍ୟମରେ ସେବା ଆରମ୍ଭ ହୋଇଛି । ଯେଉଁ ଶ୍ରଦ୍ଧାଳୁମାନେ ପ୍ରଥମେ ଆସନ୍ତି ସେମାନଙ୍କୁ ପ୍ରଥମେ ଦର୍ଶନ କରିବାର ସୁଯୋଗ ଦିଆଯାଇଥାଏ ।


Also Read- Weekly Horoscope: ୨୯ ଏପ୍ରିଲରୁ ୫ ମଇ ମଧ୍ୟରେ କେମିତି କଟିବ ଆପଣଙ୍କ ଦିନ? ଜାଣନ୍ତୁ ରାଶିଫଳ


Also Read- ସାଲେପୁରରେ ଗର୍ଜିଲେ ରାହୁଲ, କହିଲେ ସରକାର ଚଳାଉଛନ୍ତି PANN