ରାୟଗଡ଼ା:  ୩୨୬ ନମ୍ୱର ଜାତୀୟ ରାଜପଥ ଖୁଣ୍ଟବାଡି ନିକଟରେ ଏକ ମର୍ମନ୍ତୁନ ସଡକ ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଛାତ୍ରୀ ଜଣକ ଅସୁରପଡ଼ା ଗାଁ ନିକଟ ଦୀପ୍ତି କାନ୍ଧପାଣି ପାତ୍ରଗୁଡା ହାଇସ୍କୁଲରେ ନବମ ଶ୍ରେଣୀ ପଢୁଥିଲେ । ସ୍କୁଲ ଛୁଟି ପରେ ଜଣେ ବ୍ୟକ୍ତିଙ୍କୁ ଲିଫ୍ଟ ମାଗି ଘରକୁ ଫେରୁଥିବା ସମୟରେ ଏକ ଟ୍ରକ୍ ବାଇକଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୂରକୁ ଛିଟିକି ପଡିଥିଲେ ଛାତ୍ରୀ ଜଣକ ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଛାତ୍ରୀ ଜଣକ ଯେଉଁ ବାଇକ ଆରୋହୀଙ୍କ ସହ ଫେରୁଥିଲେ ତାଙ୍କ ନାମ ଭଗବାନ ବୋଲି ଜଣାପଡିଛି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଦୁର୍ଘଟଣାରେ ଭଗବାନ ଗୁରୁତର ଆହତ ହୋଇଥିବାବେଳେ ଛାତ୍ରୀ ଜଣକ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ କେଉଁଆଡେ ଫେରାର୍ ହୋଇଯାଇଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହେବା ପରେ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ରାସ୍ତାରେ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି । ଛାତ୍ରୀର ମୃତଦେହ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ମୃତ ଛାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ଲୋକେ ।


Also Read- Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର


Also Read- Crime News:ଏକତରଫା ପ୍ରେମରୁ ତୁମୁଳ କାଣ୍ଡ, ଜଣେ ମୃତ