Crime News:ଏକତରଫା ପ୍ରେମରୁ ତୁମୁଳ କାଣ୍ଡ, ଜଣେ ମୃତ
Advertisement
Article Detail0/zeeodisha/odisha2162641

Crime News:ଏକତରଫା ପ୍ରେମରୁ ତୁମୁଳ କାଣ୍ଡ, ଜଣେ ମୃତ

Crime News: ଝିମିଟି ଖେଳରୁ ମହାଭାରତ ପରି ଉଭୟଙ୍କ ମଧ୍ୟରେ ମାରପିଟ୍ ଲାଗିବା ସହ ଶେଷରେ ଛୁରୀରେ ଆକ୍ରମଣ କରିଥିଲେ ସମ୍ପର୍କୀୟ ଭାଈ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବାଲିପାଟଣା ନିକଟସ୍ଥ ମଝିହରା ମହଲାସାହିରେ ।  ମୃତ ବ୍ୟକ୍ତିଙ୍କ ଅକ୍ଷୟ ମାଝି ବୋଲି ଜଣାପଡିଛି ।

Crime News:ଏକତରଫା ପ୍ରେମରୁ ତୁମୁଳ କାଣ୍ଡ, ଜଣେ ମୃତ

Crime News: ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ ନିବେଦନ ସହ ଅଶ୍ଲୀଳ ମେସେଜ୍ ପଠାଇବା କାରଣରୁ ହତ୍ୟାକାଣ୍ଡ ହୋଇଛି । ପତ୍ନୀଙ୍କ ନିକଟକୁ ଆସୁଥିବା ମେସେଜକୁ ପଢିନେଇଥିଲେ ସ୍ୱାମୀ । ଯାହା ଫଳରେ ସମ୍ପର୍କୀୟ ଭାଈଙ୍କ ସହ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ଝିମିଟି ଖେଳରୁ ମହାଭାରତ ପରି ଉଭୟଙ୍କ ମଧ୍ୟରେ ମାରପିଟ୍ ଲାଗିବା ସହ ଶେଷରେ ଛୁରୀରେ ଆକ୍ରମଣ କରିଥିଲେ ସମ୍ପର୍କୀୟ ଭାଈ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବାଲିପାଟଣା ନିକଟସ୍ଥ ମଝିହରା ମହଲାସାହିରେ ।  ମୃତ ବ୍ୟକ୍ତିଙ୍କ ଅକ୍ଷୟ ମାଝି ବୋଲି ଜଣାପଡିଛି ।

ସୂଚନା ମୁତାବକ, ସମ୍ପର୍କୀୟ ଭାଈ ଦିଲୁ ଅକ୍ଷୟଙ୍କ ପତ୍ନୀଙ୍କୁ ବହୁ ପୂର୍ବରୁ ପ୍ରେମ ନିବେଦନ କରିଆସୁଥିଲେ । ଏଥିସହ ତାଙ୍କ ହ୍ୱାଟସଆପ ନମ୍ୱରକୁ ଅନେକ ଖରାପ ମେସେଜ୍ ମଧ୍ୟ ପଠାଉଥିଲେ । ଅକ୍ଷୟଙ୍କ ପତ୍ନୀ ଏସବୁ କଥା ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ଜାଣିବା ପରେ ଅକ୍ଷୟ ଦିଲୁଙ୍କୁ କିଛି ଦିନ ପୂର୍ବରୁ ତାଗିଦ କରିଥିଲେ । କିନ୍ତୁ ଦିଲୁ ପ୍ରତିକ୍ରୀୟାଶୀଳ ହୋଇ ପ୍ରବଳ ଗଣ୍ଡଗୋଳ କରିବା ସଜହ ଅକ୍ଷୟଙ୍କୁ ମାଡ ମାରିଥିଲେ । ପରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୋଲିସ ଉପସ୍ଥିତିରେ ମାମଲାର ସମାଧାନ ହୋଇଥିଲା । ଦିଲୁ ଆଉ ଅକ୍ଷୟଙ୍କ ପତ୍ନୀଙ୍କୁ ହଇରାଣ କରିବେ ନାହିଁ ବୋଲି କହିଥିଲେ । କିନ୍ତୁ ଗତକାଲି ଅକ୍ଷୟଙ୍କୁ ଗ୍ରାମବାସୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମୃତ୍ୟୁ ପୂର୍ବରୁ ଅକ୍ଷୟ ସବୁ ଗୁମର ଖୋଲିଦେଇ ଯାଇଛନ୍ତି । ସେ କହିଥିଲେ ଯେ, ଅକ୍ଷୟ କିଛି ସହଯୋଗୀଙ୍କ ସହ ଠୋଙ୍ଗାରେ ପିଟି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ବର୍ତ୍ତମାନ ଅକ୍ଷୟଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେମାନଙ୍କୁ ଉଚିତ୍ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି । ପୋଲିସ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

Also Read- Guru Gochar Phala 2024: ୨୦୨୫ ପର୍ଯ୍ୟନ୍ତ ସବୁକିଛି ହେବ ଭଲ, ଏହି ରାଶି ଉପରେ ଦେବଗୁରୁଙ୍କ କୃପା

Also Read- Surya Gochar 2024: ଆଜି ରାତିରୁ ବଦଳିଯିବ ଭାଗ୍ୟ, ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ ଓ ସମ୍ମାନ