Success Story: ଦୁନିଆର ସବୁ ବାପା ମାଆଙ୍କର ଇଚ୍ଛା ଥାଏ ନିଜ ପିଲାମାନେ ଭଲ ପାଠ ପଢିବା ସହିତ ସରକାରୀ ହେଉ କିମ୍ୱା ବେସରକାରୀ ସଂସ୍ଥାରେ ଭଲ ପଦବୀ ଓ ଦରମାରେ କାମ କରନ୍ତୁ । ଠିକ୍ ସେମିତି ଅନୁଭବ ଦୁବେଙ୍କ ବାପା ମାଆଙ୍କର ମଧ୍ୟ ସ୍ୱପ୍ନ ଥିଲା କି ସେମାନଙ୍କର ପୁଅ ଭଲ ପାଠ ପଢି ଆଇଏଏସ ହେଉ । ଅନୁଭବଙ୍କୁ ଭଲ ପାଠ ପଢାଇବା ପାଇଁ ତାଙ୍କ ବାପା ମାଆ ଦିଲ୍ଲୀରେ କୋଚିଂ (IAS coaching) ଦେଇଥିଲେ । କିନ୍ତୁ ଅନୁଭବ ଆଇଏଏସ ହେବା ବଦଳରେ ଅନ୍ୟ କିଛି ହେବା ପାଇଁ ପ୍ରୟାସ କରିଥିଲେ ଯାହା କିଛି ସମୟ ପାଇଁ ନିଜ ପିତା ମାତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରାଇଥିଲେ ମଧ୍ୟ ପରେ ସେମାନେ ପୁଅର ସଫଳତା ପାଇଁ ଗର୍ବ ଅନୁଭବ କରୁଛନ୍ତି । ବର୍ତ୍ତମାନ ଆପଣଙ୍କ ମନରେ ଏହା ପ୍ରଶ୍ନ ଆସୁଥିବ ଯେ, ଅନୁଭବ ଦୁବେ କିଏ? 


COMMERCIAL BREAK
SCROLL TO CONTINUE READING

ଅନୁଭବ ଦୁବେ ହେଉଛନ୍ତି ଜଣେ ସଫଳ ବ୍ୟବସାୟୀ । ସେ ପ୍ରସିଦ୍ଧ କାଫେ ଚାଇ ସୁଟା ବାର (chai sutta bar)ର ପ୍ରତିଷ୍ଠାତା । ଏହି ଷ୍ଟାର୍ଟଅପ୍ ଟିକୁ ନିଜ ବନ୍ଧୁ ଆନନ୍ଦ ନାୟକଙ୍କ ସହିତ ମିଶି ଅନୁଭବ ଦୁବେ ଆରମ୍ଭ କରିଥିଲେ । ଆଜି ଚାଇ-ସୁଟା ବାର ଦେଶର ଅନେକ ସହରରେ ରହିଛି । ଅନେକ ଯୁବକମାନଙ୍କ ପ୍ରିୟ ହ୍ୟାଙ୍ଗଆଉଟ୍ ପାଲଟିଛି । କିନ୍ତୁ ଯେତେବେଳେ ଅନୁଭବ ଦୁବେ ଏହି ବ୍ୟବସାୟ ଆରମ୍ଭ କରିଥିଲେ ସେତେବେଳେ ଅନେକ ପ୍ରତିବନ୍ଧକ ଆସିଥିଲା ଯାହାକୁ ସେ ସଫଳତାର ସହ ସାମ୍ନା କରିଥିଲେ । ଚାଇ-ସୁଟା ବାରର ପ୍ରତିଷ୍ଠାତା ଅନୁଭବ ଦୁବେଙ୍କ ସଫଳତାର କାହାଣୀ ବିଷୟରେ ଆସନ୍ତୁ ଜାଣିବା ।


୩ ଲକ୍ଷ ଟଙ୍କା ସଂଗ୍ରହ କରି ବ୍ୟବସାୟ ଆରମ୍ଭ କରିଥିଲେ
ଚାଇ-ସୁଟା ବାରର ପ୍ରତିଷ୍ଠାତା ଅନୁଭବ ଦୁବେଙ୍କ ବାପା ଜଣେ ବ୍ୟବସାୟୀ ଥିଲେ । ସେ ଚାହୁଁଥିଲେ ଯେ ତାଙ୍କ ପୁଅ ଭଲ ପାଠ ପଢିବା ସହ ଜଣେ ଆଇଏଏସ (IAS) ହେଉ । ଏଥିପାଇଁ ସେ ଅନୁଭବ ଦୁବେଙ୍କ ପାଠ ପଢାକୁ ନେଇ ବିଶେଷ ଧ୍ୟାନ ଦେଉଥିଲେ । ଭଲ ପାଠ ପଢାଇବା ପାଇଁ ଇନ୍ଦୋରରୁ ଦିଲ୍ଲୀକୁ ୟୁପିଏସସି କୋଚିଂ ପାଇଁ ଅନୁଭବଙ୍କୁ ପଠାଇଥିଲେ। ପୂର୍ବରୁ ଅନୁଭବ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ପରୀକ୍ଷାରେ ବିଫଳ ହୋଇଥିଲେ । ତେଣୁ ପରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୬ ମସିହାରେ ଅନୁଭବ ଦୁବେ ତାଙ୍କ ପିଲାଦିନର ବନ୍ଧୁ ଆନନ୍ଦ ନାୟକଙ୍କ ସହିତ ଏକ ବ୍ୟବସାୟ କରିବା ପାଇଁ ପ୍ଲାନ କରିଥିଲେ । ଉଭୟ ଆନନ୍ଦ ଓ ଅନୁଭବ ଇନ୍ଦୋର ସହରର ବାସିନ୍ଦା ଥିଲେ । କିନ୍ତୁ ଉଭୟେ ବ୍ୟବସାୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ସେମାନଙ୍କ ପାଖରେ ଅର୍ଥ ନଥିଲା । ଉଭୟେ ଅନେକ ଚେଷ୍ଟା କରିବା ପରେ ୩ ଲକ୍ଷ ଟଙ୍କା ଯୋଗାଡ କରିବାରେ ସକ୍ଷମ ହୋଇଥିଲେ । ପରେ ଉକ୍ତ ଟଙ୍କା ଖର୍ଚ୍ଚ କରି ଏକାଠି ମିଶି ବ୍ୟବସାୟ ଆରମ୍ଭ କରିଥିଲେ ।


ଅନୁଭବ ଏବଂ ଆନନ୍ଦ ଦୋକାନ ଖୋଲିବା ପୂର୍ବରୁ ଅନେକ ରିସର୍ଚ୍ଚ କରିଥିଲେ ଯେ, ସେମାନେ କେଉଁଠି ବ୍ୟବସାୟ ଆରମ୍ଭ କରିବେ । ଅନେକ ଭାବିବା ପରେ ସେମାନେ ଏକ ସ୍ଥାନକୁ ଠିକ କରିବାରେ ସକ୍ଷମ ହୋଇଥିଲେ । ଦୁହେଁ ଇନ୍ଦୋରରେ ଥିବା ଏକ ଲେଡିସ୍ ହଷ୍ଟେଲ ସାମ୍ନାରେ ଚାଇ ସୁଟା ବାରର ପ୍ରଥମ ଆଉଟଲେଟ୍ ଖୋଲିଥିଲେ । କାରଣ ଅନେକ ପୁଅ ଲେଡିସ ହଷ୍ଟେଲ ନିକଟକୁ ଆସୁଥିଲେ ଆଉ ସେହି କାରଣରୁ ଉକ୍ତ ଯୁବକମାନେ ସେମାନଙ୍କର ଗ୍ରାହକ ହୋଇଥିଲେ ।


ପ୍ରଚାର ପ୍ରସାର
ଚାଇ-ସୁଟା ବାର ପ୍ରଥମେ ଖୋଲିବା ପରେ ଉଭୟେ ଅନୁଭବ ଏବଂ ଆନନ୍ଦଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ୍ ଥିଲା ଯେ ଦୋକାନକୁ କିପରି ଅଧିକ ମାତ୍ରାରେ ଗ୍ରାହକ ଆସିବେ । ଏଥିପାଇଁ ସେ ନିଜେ ନିଜ ବ୍ୟବସାୟକୁ ଅନେକ ମାଧ୍ୟମରେ ବ୍ରାଣ୍ଡିଂ କରିବା ଆରମ୍ଭ କରିଥିଲେ। ଅନୁଭବ ଏବଂ ଆନନ୍ଦ ସେମାନଙ୍କ ସାଙ୍ଗମାନଙ୍କ ମଧ୍ୟରେ ପ୍ରଥମେ ଏପରି କଥାବାର୍ତ୍ତା କରୁଥିଲେ ଯେ, କଣ ଆପଣ କେବେ ଚାଇ-ସୁଟା ବାରକୁ ଯାଇଛନ୍ତି କି ? ଏହା ପରେ ଚାଇ ସୁଟା ବାରରେ ଧିରେ ଧିରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ଅନୁଭବ ଦୁବେ ଏବଂ ଆନନ୍ଦ ନାୟକ ମାତ୍ର କିଛି ମାସ ମଧ୍ୟରେ ସେମାନଙ୍କର ଆଉଟଲେଟର ନୂଆ ବ୍ରାଣ୍ଡ୍ ବନେଇବାରେ ସକ୍ଷମ ହୋଇପାରିଥିଲେ । ପରେ ସେ ୨ଟି ଭିନ୍ନ ଭିନ୍ନ ରାଜ୍ୟରେ ୪ଟି ଫ୍ରାଞ୍ଚାଇଜ ବିକ୍ରି କରିଥିଲେ । ବର୍ତ୍ତମାନ ସମଗ୍ର ଦେଶରେ ୧୫୦ରୁ ଅଧିକ ଆଉଟଲେଟ୍ ସ୍ଥପାନ କରିବାରେ ସେମାନେ ସକ୍ଷମ ହୋଇପାରିଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆନନ୍ଦ ଓ ଅନୁଭବଙ୍କ ବ୍ରାଣ୍ଡ୍ ବର୍ତ୍ତମାନ ବର୍ଷକୁ ୧୦୦ରୁ ୧୫୦ କୋଟି ଟଙ୍କାର କାରବାର କରୁଛି ।


Also Read- Business Tips: ଟମାଟୋ ସସ୍ ତିଆରି କରି ଆପଣ ହୋଇପାରିବେ ଧନୀ, ମିଳୁଛି ସରକାରୀ ସହାୟତା