Business Tips: ଟମାଟୋ ସସ୍ ତିଆରି କରି ଆପଣ ହୋଇପାରିବେ ଧନୀ, ମିଳୁଛି ସରକାରୀ ସହାୟତା
Advertisement
Article Detail0/zeeodisha/odisha1873266

Business Tips: ଟମାଟୋ ସସ୍ ତିଆରି କରି ଆପଣ ହୋଇପାରିବେ ଧନୀ, ମିଳୁଛି ସରକାରୀ ସହାୟତା

Business Tips: ପ୍ରାୟ ସବୁ ବର୍ଗର ଲୋକଙ୍କ ଘରେ ଟମାଟୋ ସସ୍ ଉପଲବ୍ଧ । ଟମାଟୋ ସସ୍ ବିନା ସ୍ନାକ୍ସ ଯେପରି ଅଧା ଅଧୁରା ।

Business Tips: ଟମାଟୋ ସସ୍ ତିଆରି କରି ଆପଣ ହୋଇପାରିବେ ଧନୀ, ମିଳୁଛି ସରକାରୀ ସହାୟତା

Business Tips: ଆପଣ ଟଙ୍କା ରୋଜଗାର କରିବା ପାଇଁ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କି ? ଆପଣଙ୍କୁ ଆଜି ଏକ ଭଲ ବ୍ୟବସାୟ ବିଷୟରେ କହିବୁ ଯେଉଁଥିରେ ଆପଣ ସହଜରେ ଭଲ ଟଙ୍କା ରୋଜଗାର (Income) କରିବାକୁ ସକ୍ଷମ ହେବେ । ଏହି ବ୍ୟବସାୟକୁ ଆପଣ ପ୍ରତି ଋତୁରେ କରିପାରିବେ । ଏହି ବ୍ୟବସାୟ ଆପଣଙ୍କୁ କମ ଖର୍ଚ୍ଚରେ ଅଧିକ ଲାଭ ଦେବାରେ ସକ୍ଷମ ହୋଇପାରିବ । ଆଜି ଆମେ ଆପଣଙ୍କୁ ଟମାଟୋ ସସ୍ ବ୍ୟବସାୟ (Tomato sauce business) ବିଷୟରେ କହିବାକୁ ଯାଉଛୁ ।

ଟମାଟୋ ସସ୍ ଏପରି ଏକ ଉତ୍ପାଦ ଯାହାକୁ ପ୍ରାୟତଃ ସବୁ ଲୋକମାନେ ଖାଦ୍ୟରେ ବ୍ୟବହାର କରିଥାନ୍ତି । ଟମାଟୋ ସସ୍ ବିନା ଅନେକ ଖାଦ୍ୟ ଅସମ୍ପୂର୍ଣ୍ଣ ପରି ମନେ ହୋଇଥାଏ । ବିଭିନ୍ନ ପ୍ରକାରର ସ୍ନାକ୍ସ ଯଥା, ସିଙ୍ଗଡା, ପିଜା, ରୋଲ୍, ଚାଓମିନ, ବର୍ଗରରେ ଟମାଟୋ ସସ୍ ଅଧିକ ମାତ୍ରାରେ ବ୍ୟବହୃତ ହୋଇଥାଏ । ବର୍ଷକ ବାର ମାସ ଟମାଟୋ ମିଳୁଥିବାରୁ ଆପଣଙ୍କୁ ଏହି ବ୍ୟବସାୟ କରିବା ସହଜ ହେବ ।

ବ୍ୟବସାୟରେ ମିଳୁଛି ସରକାରୀ ସାହାଯ୍ୟ
ଟମାଟୋ ସସ୍ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାରୀ ପକ୍ଷରୁ ସାହାଯ୍ୟ ମିଳିଥାଏ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (Pradhan Mantri Mudra Yojana) ଅଧୀନରେ ଆପଣଙ୍କୁ ସରକାରୀ ସହାୟତା ମିଳିପାରିବ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଉପଲବ୍ଧ ସୂଚନା ଅନୁଯାୟୀ ଟମାଟୋ ସସ୍ ବ୍ୟବସାୟ ଆରମ୍ଭ କରିବା ପାଇଁ ପାଖାପାଖି ୭ଲକ୍ଷ ୮୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ ।  ଆପଣଙ୍କୁ କେବଳ ୧ ଲକ୍ଷ ୯୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ବାକି ଅର୍ଥ ଆପଣ ପିଏମ ମୁଦ୍ରା ଯୋଜନାରେ ଋଣ ନେଇପାରିବେ ।

ଏହି ଜିନିଷଗୁଡ଼ିକ ଆବଶ୍ୟକ ହେବ ।
ପ୍ରଥମେ ବ୍ୟବସାୟ ଆରମ୍ଭ କରିବା ପାଇଁ ସମସ୍ତ ପ୍ରକାର ଯନ୍ତ୍ରପାତି ପାଇଁ ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । କଞ୍ଚାମାଲ ଭାବରେ ଟମାଟୋ କିଣିବା, କର୍ମଚାରୀଙ୍କ ଦରମା ଏବଂ ପ୍ୟାକିଂ ଖର୍ଚ୍ଚ ବାବଦକୁ ୫ଲକ୍ଷ ୮୨ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ଟମାଟୋ ସସ୍ ବ୍ୟବସାୟ ପାଇଁ, ଆପଣ ମୁଦ୍ରା ଯୋଜନା ଅଧୀନରେ  ବ୍ୟାଙ୍କରୁ ସହଜରେ ଋଣ ପାଇପାରିବେ ।

ଟମାଟୋ ସସ୍ ତିଆରି ପଦ୍ଧତି
ଟମାଟୋ ସସ୍ ତିଆରି କରିବା ପାଇଁ ମେସିନ ସ୍ଥାପନ କରିବା ପାଇଁ ଆପଣଙ୍କୁ କୌଣସି ବଡ଼ ସ୍ଥାନ ଆବଶ୍ୟକ ନାହିଁ । ଟମାଟୋ ସସ୍ ତିଆରି କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଟମାଟୋ କିଣିବାକୁ ପଡିବ । କଞ୍ଚା ଏବଂ ପାଚିଲା ଟମାଟୋକୁ ଛୋଟ ଛୋଟ ଖଣ୍ଡ କରି କାଟିବା ପରେ ବାଷ୍ପ କେଟଲିରେ ଫୁଟାଇବାକୁ ପଡିବ । ଏହା ପରେ ଟମାଟୋର ପେଷ୍ଟ୍ ତିଆରି ହୋଇଯାଏ । ପରେ ସେଥିରୁ ମଞ୍ଜି ଏବଂ ଫାଇବରକୁ ଅଲଗା କରିବାକୁ ପଡିଥାଏ । ପରେ ଉକ୍ତ ରସରେ ଅଦା, ରସୁଣ, ଲବଙ୍ଗ, ଗୋଲ ମରିଚ, ଲୁଣ, ଚିନି ସହିତ ଭିନେଗାର ମିଶାଯାଇଥାଏ । ଏଥିସହ ଶୀଘ୍ର ନଷ୍ଟ ନହେବା ପାଇଁ କିଛି କେମିକଲ ମଧ୍ୟ ବ୍ୟବହାର କରାଯାଇଥାଏ ।

ବ୍ୟବସାୟରେ ଲାଭ
ଏକ ରିପୋର୍ଟ ଅନୁଯାୟୀ ଏହି ବ୍ୟବସାୟରେ କାରବାର ବାର୍ଷିକ ୨୮ରୁ ୨୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ସମୁଦାୟ ଖର୍ଚ୍ଚ ମିଶାଇଲେ ଆପଣ ବର୍ଷକୁ ୨୪ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ସମସ୍ତ ଖର୍ଚ୍ଚ ପରେ ଆପଣ ୪ଲକ୍ଷ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ କରିପାରିବେ । ସେହି ହିସାବରେ କହିବାକୁ ଗଲେ ଆପଣ ମାସକୁ ପାଖାପାଖି ୪୦ ହଜାରରୁ ଅଧିକ ଟଙ୍କା ଲାଭ କରି ପାରିବେ ।

Also Read- Ganesh Chaturthi 2023: ଏହି ସ୍ଥାନର ଶ୍ରୀ ଗଣପତିଙ୍କ ମନ୍ଦିର ଖୁବ ପ୍ରସିଦ୍ଧ, ପୂଜା ସମୟରେ ହୁଏ ଅସମ୍ଭାଳ ଭିଡ

Also Read- ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା