Success Story: କରୋନା ଅବଧିରେ ପିତାଙ୍କୁ ହରାଇଲେ, କିନ୍ତୁ ଜ୍ୟୋତି ସାହସ ହରାଇନଥିଲେ। ବାପାଙ୍କୁ ହରାଇଥିଲେ ବି ମନୋବଳ ଦୃଢ଼ ରଖି ସେ ଅଧ୍ୟୟନ (Study) ଜାରି ରଖିଥିଲେ। ପରିବାର ପାଇଁ ମଧ୍ୟ ସାହାରା ହୋଇ ହୋଇଥିଲେ। ଏବେ ତାଙ୍କର କଠିନ ସମୟ ଶେଷ ହୋଇଛି, ଆଉ ଭଲ ଦିନ ଆସିବାକୁ ଯାଉଛି । ଏହି କାହାଣୀଟି ଶିମଲାର ୨୪ ବର୍ଷିୟ ଜ୍ୟୋତି ଶର୍ମାଙ୍କର । ଜ୍ୟୋତି ସହକାରୀ ପ୍ରଫେସର (assistant professor) ଭାବରେ ମନୋନୀତ ହୋଇଛନ୍ତି। ନିକଟରେ ଏହି ପରୀକ୍ଷା ଫଳ ହିମାଚଳ ଜନସେବା ଆୟୋଗ (ଏଚପିପିସି) ଘୋଷଣା କରିଛି ଓ ଜ୍ୟୋତି ଏବେ ବାଣିଜ୍ୟର ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରିବେ।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଜ୍ୟୋତି ଶିମଲା ସଂଯୌଲିର ବାସିନ୍ଦା। ଶିମଲା ଚେଲ୍ସି ସ୍କୁଲରେ ଦଶମ ଶ୍ରେଣୀ ଅଧ୍ୟୟନ କରିଥିଲେ । ପରେ ସେ ସଂଯୌଲି କଲେଜରୁ ବି.କମ୍ ରେ ସ୍ନାତକ ହାସଲ କରିଥିଲେ । ପରିବାରରେ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ କରୋନା (covid 19)ର ଦ୍ୱିତୀୟ ବର୍ଷରେ ପିତାଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟ ମଧ୍ୟରେ ପୁରା ପରିବାର ଛାରଖାର ହୋଇଗଲା । କିନ୍ତୁ ଜ୍ୟୋତି ଶର୍ମା ସାହସ ହରାଇ ନଥିଲେ । ଜ୍ୟୋତି UGP NET JRF ରେ ଯୋଗ୍ୟତା ଅର୍ଜନ କରିଛନ୍ତି ଏବଂ ଏଥିରୁ ସେ ପାଇଥିବା ଫେଲୋସିପ୍ ତାଙ୍କ ପରିବାରକୁ ବଞ୍ଚିବାରେ ସାହାଯ୍ୟ କରିଛି । ତାଙ୍କ ବ୍ୟତୀତ ଜ୍ୟୋତିଙ୍କ ପରିବାରରେ ଦୁଇ ଭାଇ, ମା ଏବଂ ଜେଜେମା ଅଛନ୍ତି। ଜଣେ ଭାଇ ଅଧ୍ୟୟନ କରୁଛନ୍ତି ଏବଂ ଅନ୍ୟଜଣେ ସଂଗୀତଜ୍ଞ । ଜ୍ୟୋତିଙ୍କର ଏକ ସାନ ଏବଂ ବଡ଼ ଭାଇ ଅଛନ୍ତି । ବଡ଼ ଭାଇ ଗୌରବ ଏକ ମ୍ୟୁଜିକାଲ୍ ବ୍ୟାଣ୍ଡ (musical band) ଚଳାଉଥିବାବେଳେ ସାନଭାଇ HPUରେ ପଢ଼ୁଛନ୍ତି । ଜ୍ୟୋତିଙ୍କ ବାପା ବ୍ୟବସାୟ କରୁଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ପରେ ବ୍ୟବସାୟ ମଧ୍ୟ ବୁଡ଼ି ଗଲା ।


ଜ୍ୟୋତିଙ୍କ ପ୍ରତିକ୍ରିୟା 


ଜାତୀୟ ଗଣମାଧ୍ୟମରେ ଜ୍ୟୋତି କହିଛନ୍ତି,  ଏବେ ସେ HPU ରୁ PhD କରୁଛନ୍ତି । କରୋନା ଅବଧିରେ ତାଙ୍କ ପିତାଙ୍କ ମୃତ୍ୟୁବେଳେ ରେ ସେ ବହୁତ ଅସୁବିଧାରେ ପଡ଼ିଥିଲେ । ଫେଲୋସିପ୍ ଏବଂ ଭାଇଙ୍କ ସାହାଯ୍ୟରେ ପରିବାରର ଖର୍ଚ୍ଚ ଜାରି ରହିଛି । ଜ୍ୟୋତି କହିଥିଲେ ଯେ ସେ ଶିମଲାରେ ବଢ଼ିଛନ୍ତି। ସଂଯୌଲି କଲେଜରୁ ପାସ୍ ହୋଇଛି । ସେ ତାଙ୍କ ଜେଜେମା ସନ୍ତୋଷିଙ୍କୁ ତାଙ୍କର ପ୍ରେରଣା ବୋଲି ଭାବନ୍ତି ।


Also Read- ୨୭ ବର୍ଷ ହେବ ନବରାତ୍ରୀରେ ୨୧ଟି କଳସକୁ ଛାତିରେ ରଖି ସାଧନା କରନ୍ତି ଏହି ବ୍ୟକ୍ତି, ୯ ଦିନରେ ଥରେ ବି ଉଠନ୍ତି ନାହିଁ


Also Read- Multibagger Stock: ୮୯ ପଇସାର ସେୟାର ହୋଇଗଲା ୧୬୨ଟଙ୍କା, କୋଟିପତି ହେଲେ ନିବେଶକାରୀ