Advertisement
Article Detail0/zeeodisha/odisha1918189
Zee OdishaOdisha TrendingMultibagger Stock: ୮୯ ପଇସାର ସେୟାର ହୋଇଗଲା ୧୬୨ଟଙ୍କା, କୋଟିପତି ହେଲେ ନିବେଶକାରୀ

Multibagger Stock: ୮୯ ପଇସାର ସେୟାର ହୋଇଗଲା ୧୬୨ଟଙ୍କା, କୋଟିପତି ହେଲେ ନିବେଶକାରୀ

Multibagger Stock: ଏନସିସି ଷ୍ଟକରେ ଗତ କିଛି ଦିନ ବୃଦ୍ଧି ହେଉଥିବା ପରିଲକ୍ଷିତ ହେଉଛି । ଏହି ଷ୍ଟକ୍ ମାତ୍ର ୧ ବର୍ଷରେ ୧୩୩ ପ୍ରତିଶତକୁ ବୃଦ୍ଧି ପାଇଛି । ହେମ ସିକ୍ୟୁରିଟିସ୍ ଆଶା ରହିଛି ଯେ, ଏହି ମଲ୍ଟିବ୍ୟାଗର୍ ଷ୍ଟକ୍ ଭବିଷ୍ୟତରେ ମଧ୍ୟ ବଡ଼ ଲାଭ ଦେବ ।

Multibagger Stock: ୮୯ ପଇସାର ସେୟାର ହୋଇଗଲା ୧୬୨ଟଙ୍କା, କୋଟିପତି ହେଲେ ନିବେଶକାରୀ

Multibagger Stock: ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି ଜଳସେଚନ, ଖଣି ଏବଂ ରେଳ ନିର୍ମାଣ କାର୍ଯ୍ୟ ସହିତ ଜଡିତ ଥିବା ଏନସିସିର ଅଂଶଧନ କେବଳ ଦୀର୍ଘକାଳୀନ ନିବେଶକଙ୍କ ପକେଟ ପୂରଣ କରିଛି ତାହା ନୁହେଁ ବରଂ ଏହା ଅନେକ ନିବେଶକଙ୍କୁ ଖୁବ କମ ସମୟ ମଧ୍ୟରେ ଅସୁବିଧାରେ ପକାଇଛି । ୧ଟଙ୍କାରୁ କମ ଦାମରେ ମିଳୁଥିବା ଏହି ସେୟାରର ମୂଲ୍ୟ ବର୍ତ୍ତମାନ ୧୬୩ ଟଙ୍କାରେ ପହଞ୍ଚିଛି । ଗତ ୧ ବର୍ଷ ମଧ୍ୟରେ ଏହି ମଲ୍ଟିବ୍ୟାଗର୍ ଅଂଶଧନ ନିବେଶକଙ୍କ ଟଙ୍କା ପାଖାପାଖି ଅଢେଇ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ଏନସିସି ସେୟାରର ଗତି ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ଏହା ଆଗକୁ ବର୍ତ୍ତମାନର ସ୍ତରଠାରୁ ୩୧ ପ୍ରତିଶତ ପର୍ଯ୍ୟନ୍ତ ଲମ୍ଫ ଦେଇପାରେ।

ଆଜି ୧୬ ଅକ୍ଟୋବରରେ NSEରେ ୧୨:୧୫ ରେ ଏହାର ସେୟାର ଦାମ ୧୬୩.୨୫ଟଙ୍କାରେ କାରବାର କରୁଥିଲା । ଗତ ୧ ମାସ ମଧ୍ୟରେ ଏହି ଷ୍ଟକରେ ପ୍ରାୟ ନଅ ପ୍ରତିଶତ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏହି ସେୟାର ନିବେଶକମାନଙ୍କୁ ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ଲାଭ ଦେଇଛି । ୨୦୨୩ ମସିହାରେ NCC ର ମଲ୍ଟିବ୍ୟାଗର୍ ଷ୍ଟକ୍ ୭୮ ପ୍ରତିଶତ ପର୍ଯ୍ୟନ୍ତ ରିଟର୍ନ ଦେଇଛି ନିବେଶକାରୀଙ୍କୁ । ଯଦି ଆମେ ଏହାର ବାର୍ଷିକ ରିଟର୍ଣ୍ଣ ବିଷୟରେ କହିବା ତେବେ ଏହା ମାଧ୍ୟମରେ ନିବେଶକାରୀ ୧୩୩ ​​ପ୍ରତିଶତ ପର୍ଯ୍ୟନ୍ତ ଫେରସ୍ତ ପାଇଛନ୍ତି ।

୫୫ ହଜାର ଟଙ୍କା ହେଲା ୧ କୋଟି
ଦୀର୍ଘ ସମୟ ମଧ୍ୟରେ ଏନସିସି ସେୟାର ନିବେଶକମାନଙ୍କୁ ବହୁତ ଅଧିକ ମାତ୍ରାରେ ଲାଭ ଦେଇଛି । ପ୍ରାୟ ୨୨ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୦୧ ମସିହା ଅକ୍ଟୋବର ୫ ରେ ଏହି ଷ୍ଟକର ମୂଲ୍ୟ ଥିଲା ମାତ୍ର ୮୯ ପଇସା ଥିଲା । ଯଦି ସେହି ସମୟରେ କୌଣସି ନିବେଶକ ଏହି ଷ୍ଟକରେ  ୫୫ ହଜାର ଟଙ୍କା ବିନିଯୋଗ କରିଥିବେ  ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ସେ ବଜାୟ ରଖିବାରେ ସକ୍ଷମ ହୋଇଥିବେ ତେବେ ବର୍ତ୍ତମାନ ସ୍ଥିତିରେ ତାହାର ମୂଲ୍ୟ ୧ କୋଟି ଟଙ୍କା ହୋଇସାରିଛି । କାରଣ ବର୍ତ୍ତମାନ ଏହାର ମୂଲ୍ୟ ବୃଦ୍ଧି ପାଇବା ପରେ ରହିଛି ୧୬୩ ଟଙ୍କା ।

Add Zee News as a Preferred Source

ହେମ୍ ସିକ୍ୟୁରିଟିସର କ୍ରୟ ମୂଲ୍ୟାୟନ
ମନି କଣ୍ଟ୍ରୋଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବ୍ରୋକରେଜ ସଂସ୍ଥା ହେମ ସିକ୍ୟୁରିଟିଜ୍ ପୂର୍ବାନୁମାନ କରୁଛି ଯେ, ଅର୍ଡର ବୃଦ୍ଧି ଏବଂ କାର୍ଯ୍ୟ ସମାପ୍ତି ବେଗରେ ବୃଦ୍ଧି ଆଧାରରେ କମ୍ପାନୀର କାର୍ଯ୍ୟଦକ୍ଷତା ଆଗାମୀ କ୍ୱାର୍ଟରରେ ମଜବୁତ ରହିବ। ଏହାକୁ ଦୃଷ୍ଟିରେ ରଖି ବ୍ରୋକରେଜ ସଂସ୍ଥା ଅନୁମାନ କରିଛି ଏହି ଷ୍ଟକ ଆଗକୁ ୨୧୩ ଟଙ୍କା ପର୍ଯ୍ୟନ୍ତ ଛୁଇଁପାରେ ।

ଜୁନ୍ ତ୍ରୈମାସିକରେ ଲାଭ ବଢିଛି
ଜୁନ୍ ତ୍ରୈମାସିକ କ୍ୱାଟରରେ ଏନସିସିର ଲାଭ ପୂର୍ବାପେକ୍ଷା ଅନେକ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ପାଖାପାଖି ୩୧.୮୯ ପ୍ରତିଶତ ବୃଦ୍ଧି ହୋଇ ୪୩୮୦ କୋଟିରେ ପହଞ୍ଚିଛି । ଲାଭ ୩୩ ପ୍ରତିଶତ ବୃଦ୍ଧି ପାଇ ୪୦୯ କୋଟିରେ ପହଞ୍ଚିଛି। ଜୁନ୍ ତ୍ରୈମାସିକରେ ଏହା  ୮୧୫୪ କୋଟି ଟଙ୍କା ମୂଲ୍ୟର ଅର୍ଡର ପାଇଥିଲା  ଯାହା ବାର୍ଷିକ ୮୩ ପ୍ରତିଶତ ଅଧିକ । ଏହାର ଅର୍ଡର ବୁକ୍ ୫୪୧୧୦ କୋଟିରେ ପହଞ୍ଚିଛି। ଏହାର ଅର୍ଡର ବୁକରେ ସବୁଠାରୁ ବଡ଼ କ୍ରମ ହେଉଛି ୟୁପି ଜଳ ଜୀବନ ୱାଟର ପ୍ରୋଜେକ୍ଟ ଯାହାର ମୂଲ୍ୟ ୧୬୫୦୦ କୋଟି ଟଙ୍କା ।

(ସୂଚନା: ଏଠାରେ ଉଲ୍ଲେଖ କରାଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଯଦି ଆପଣ ଏଥିରୁ କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଆପଣଙ୍କର ଲାଭ କିମ୍ୱା କ୍ଷତି ପାଇଁ ଜୀ ଓଡ଼ିଶା ଦାୟୀ ନୁହେଁ ।)

Also Read- Nithari Case: ନିଠାରୀ ଘଟଣା, 'ନର ପିଶାଚ'ଙ୍କୁ ହେବନି ଫାଶୀ, ଆଶ୍ୱସ୍ତ କଲେ ଆଲ୍ହାବାଦ ହାଇକୋର୍ଟ

About the Author