The Kerala Story କୁ କାହିଁକି ଲଗାଇଲ ବ୍ୟାନ୍? ମମତା ସରକାରଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ
Supreme Court questions Mamata govt: ସର୍ବୋଚ୍ଚ ନ୍ୟାୟାଳୟ ବଙ୍ଗଳା ସରକାରଙ୍କ ଓକିଲ ଅଭିଷେକ ଏମ ସିଂଭିଙ୍କୁ କହିଛନ୍ତି ଯେ ଯଦି ଲୋକମାନେ ଏହି ଫିଲ୍ମକୁ ପସନ୍ଦ କରନ୍ତି ନାହିଁ, ତେବେ ସେମାନେ ଫିଲ୍ମ ଦେଖିବେ ନାହିଁ । ପଶ୍ଚିମବଙ୍ଗ ଦେଶର ଅନ୍ୟ ଅଞ୍ଚଳଠାରୁ ଭିନ୍ନ ନୁହେଁ ।
The Kerala Story: ସୁପ୍ରିମକୋର୍ଟ ଶୁକ୍ରବାର ଦିନ 'ଦି କେରଳ ଷ୍ଟୋରି' ଫିଲ୍ମ ନିର୍ମାତାଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କୁ ଏହି ଫିଲ୍ମ 'ଦି କେରଳ ଷ୍ଟୋରି' ଉପରେ ନିଷେଧାଦେଶର କାରଣ ପଚାରି ସର୍ବୋଚ୍ଚ ନ୍ୟାୟାଳୟ ଏକ ନୋଟିସ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁ଼ଡ ଓ ଜଷ୍ଟିସ ପିଏସ ନରସିଂହଙ୍କ ଏକ ବେଞ୍ଚ କହିଛନ୍ତି ଯେ ଏହି ଫିଲ୍ମ ସାରା ଦେଶରେ ପ୍ରଦର୍ଶିତ ହେଉଛି । ଏହାର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ କୌଣସି କାରଣ ଦେଖାଯାଉ ନାହିଁ । ଏହି ବ୍ୟାନକୁ ଚ୍ୟାଲେଞ୍ଜ କରି ଫିଲ୍ମର ନିର୍ମାତା ଆବେଦନ କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି ।
ମମତା ସରକାରଙ୍କୁ ଏହି ଦୁଇଟି ପ୍ରଶ୍ନ ପଚାରିଲେ ସୁପ୍ରିମକୋର୍ଟ
ପଶ୍ଚିମବଙ୍ଗ ସରକାର କାହିଁକି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ?
ପଶ୍ଚିମବଙ୍ଗ ଦେଶର ଅନ୍ୟ ଅଞ୍ଚଳଠାରୁ ଭିନ୍ନ ନୁହେଁ । ଆପଣ ଏହାକୁ କାହିଁକି ନ ଚଳାଇବା ଜରୁରୀ?
'ଯଦି ଲୋକମାନେ ଏହାକୁ ପସନ୍ଦ କରନ୍ତି ନାହିଁ ତେବେ ସେମାନେ ଏହାକୁ ଦେଖିବେ ନାହିଁ'
ବରିଷ୍ଠ ଓକିଲ ଅଭିଷେକ ସିଂଭି ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । କୋର୍ଟ କହିଛନ୍ତି ଯେ ଯଦି ଲୋକମାନେ ଫିଲ୍ମକୁ ପସନ୍ଦ କରନ୍ତି ନାହିଁ, ତେବେ ସେମାନେ ଫିଲ୍ମ ଦେଖିବେ ନାହିଁ । ଫିଲ୍ମ ଦେଖାଉଥିବା ସିନେମା ହଲରେ ସୁରକ୍ଷା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାମିଲନାଡୁ ସରକାରରେ ହାଜର ହେବାକୁ ଆଡଭୋକେଟ ଅମିତ ଆନନ୍ଦ ତିୱାରୀଙ୍କୁ କହିଛନ୍ତି ଯେ ସିନେମା ହଲ ଉପରେ ଆକ୍ରମଣ ଓ ଚେୟାର ପୋଡି ଦିଆଯିବା ପରେ ରାଜ୍ୟ ସରକାର ଏହା ଆଖି ବୁଜି ଦେଖିବା ଅନୁଚିତ୍ ।
୮ ମଇରେ ଏହି ଫିଲ୍ମକୁ ପଶ୍ଚିମବଙ୍ଗରେ ବ୍ୟାନ କରିଥିଲା ମମତା ସରକାର
ଘୃଣା ଓ ହିଂସା ଘଟଣାକୁ ଏଡ଼ାଇବା ଓ ରାଜ୍ୟରେ ଶାନ୍ତି ବଜାୟ ରଖିବା ଆବଶ୍ୟକ ବୋଲି ଦର୍ଶାଇ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ବଙ୍ଗଳା ସରକାର ଏହି ଫିଲ୍ମକୁ ୮ ମଇରେ ବ୍ୟାନ କରିଥିଲେ । ଅନ୍ୟପକ୍ଷରେ ତାମିଲନାଡୁ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇ ନାହିଁ, କିନ୍ତୁ ସରକାର ଗତ ସପ୍ତାହରେ ସିନେମା ହଲରୁ ଏହାକୁ ଉଠାଇ ଦେଇଥିଲେ ।
ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ' ଦି କେରଳ ଷ୍ଟୋରି'ର ଟ୍ରେଲରରେ ଦର୍ଶାଯାଇଛି ଯେ କେରଳର ୩୨,୦୦୦ ମହିଳା ନିଖୋଜ ହୋଇ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସରେ ଯୋଗ ଦେଇଛନ୍ତି । ତେବେ ବିରୋଧ ତୀବ୍ର ହେବାପରେ ଟ୍ରେଲରରୁ ଏହି ଚିତ୍ର ପ୍ରତ୍ୟାହାର କରାଯାଇଥିଲା ।
ଏହା ବି ପଢନ୍ତୁ: The Kerala Story: “ଦି କେରଳ ଷ୍ଟୋରୀ” ଫିଲ୍ମ ଟିକେଟ୍ ଦେଖାଇଲେ ମିଳିବ ମାଗଣା ଚା’ ଓ କଫି!
ଏହା ବି ଦେଖନ୍ତୁ: Viral video: 'ପାପା କି ପରୀ'ର କମାଲ! କାରକୁ ବନାଇଲେ 'ରକେଟ୍'; କରିଦେଲେ ବଡ଼ କାରନାମା, ଦେଖନ୍ତୁ ଭିଡିଓ