KCR Resignation: ରାଜ୍ୟରେ କଂଗ୍ରେସର ଅଭୁତପୂର୍ବ ବିଜୟ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (K chandrashekhar rao) । ବିଆରଏସ କାର୍ଯ୍ୟକାରୀ ସଭାପତି ରାମା ରାଓ କହିଛନ୍ତି ଯେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ତେଲେଙ୍ଗାନା ପୋଲିସ ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ୪ କିମ୍ବା ୯ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ (Oath ceremony) ଅନୁଷ୍ଠିତ ହେବ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି (Tight Security) କରିବାକୁ ରାଜ୍ୟ କଂଗ୍ରେସ ମୁଖ୍ୟ ଏ ରେଭାଣ୍ଟ ରେଡ୍ଡୀ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ତେଲେଙ୍ଗାନା ପୋଲିସ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ଯେ, ଡିସେମ୍ବର ୪ କିମ୍ୱା ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହର ପ୍ରସ୍ତୁତି ସମ୍ପର୍କରେ ଡିଜିପି, ଏଡିଜି ସିଆଇଡିଙ୍କ ସହିତ ଆଲୋଚନା କରାଯାଇଛି । ରେଡ୍ଡୀ ଆଲୋଚନାରେ କହିଛନ୍ତି ଯେ, ତାଙ୍କ ଦଳ ଖୁବ ଶୀଘ୍ର ରାଜ୍ୟପାଳଙ୍କୁ ଭେଟିବା ସହିତ ସରକାର ଗଠନ ଉପରେ ଆଲୋଚନା କରିବେ।


ଅନ୍ୟପଟେ, ଟିଆରପିସି ସଭାପତି ସୂଚନା ଦେଇଛନ୍ତି ଯେ ଶୁଭ ସମୟ ଆଜି ସନ୍ଧ୍ୟା ଠାରୁ ଆରମ୍ଭ ହୋଇଛି। ତେଣୁ ଯଦି ସମ୍ଭବ ହୁଏ ତେବେ ସେମାନେ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ପାଇଁ ଆଲୋଚନା କରିପାରନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ବହୁ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀର ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିବେ ବୋଲି ରେଡ୍ଡୀ ଡିଜିପିଙ୍କୁ କହିଛନ୍ତି। ଏହି କାର୍ଯ୍ୟକ୍ରମ ଏଲବି ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।


ତେଲେଙ୍ଗାନା ପୋଲିସ ମୁଖ୍ୟଙ୍କ ସୂଚନା ଅନୁଯାୟୀ, ପ୍ରତ୍ୟେକ ବିଜେତା ପ୍ରାର୍ଥୀଙ୍କୁ ୨+୨ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ମିଳିବ, ବରିଷ୍ଠ ଅଧିକାରୀମାନେ ଉଚ୍ଚସ୍ତରୀୟ ସୁରକ୍ଷା ସୁବିଧା ପାଇବେ। ଅଞ୍ଜାନି କୁମାର ହାଇଦ୍ରାବାଦ ପୋଲିସ କମିଶନର ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକ କରି ଶପଥ ଗ୍ରହଣ ସମାରୋହରେ କଡା ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।


କେ.ଟି ରାମା ରାଓ ପ୍ରତିକ୍ରିୟାରେ କହିଛନ୍ତି, ଆମେ ସାହସର ସହିତ ସଂଗ୍ରାମ କରିଛୁ। ଆମକୁ ୨ଟି ଆସନରେ ଆଶୀର୍ବାଦ ଦେଇଥିବାରୁ ମୁଁ ତେଲେଙ୍ଗାନାବାସୀଙ୍କ ନିକଟରେ କୃତଜ୍ଞ।" କେକେଆରଙ୍କ ନେତୃତ୍ୱରେ ଆମେ ତେଲେଙ୍ଗାନାବାସୀଙ୍କ ହିତ ପାଇଁ ଆମର କାର୍ଯ୍ୟ ଜାରି ରଖିବୁ । ଆମେ କଂଗ୍ରେସକୁ ଅଭିନନ୍ଦନ ଜଣାଉଛୁ । ତେଲେଙ୍ଗାନାରେ ଆମେ ଏକ ଗଠନମୂଳକ ବିରୋଧୀ ଭୂମିକା ଗ୍ରହଣ କରିବୁ ।


Also Read- ଅଧିକାରୀ ହୋଇ ପ୍ରତିଶୋଧ ନେଲେ ଝିଅ ! ୩୧ ବର୍ଷ ପରେ ପାଇଲେ ନ୍ୟାୟ, ପିତାଙ୍କୁ କରାଯାଇଥିଲା ହତ୍ୟା


Also Read- NMMS ପରୀକ୍ଷା ହଲ ସାମ୍ନାରେ ହୋହଲ୍ଲା, ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ