Paragliding accident in Himachal: ଅସୁରକ୍ଷିତ ଭାବେ ପାରାଗ୍ଲାଇଡିଂ କରିବା କାରଣଙ୍କୁ ରବିବାର ଦିନ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶ କୁଲ୍ଲୁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ୍ୟୁବରଣ କରିଥିବା ପର୍ଯ୍ୟଟକ ଜଣକ ଜଣେ ମହିଳା ଏବଂ ତାଙ୍କ ଘର ତେଲଙ୍ଗାନା ବୋଲି ଜଣାପଡିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ମହିଳା ପର୍ଯ୍ୟଟକ ଜଣକ ସ୍ୱାମୀଙ୍କ ସହିତ ହିମାଚଳପ୍ରଦେଶର ବିଭିନ୍ନ ସ୍ଥାନ ବୁଲିବା ପାଇଁ ଆସିଥିଲେ । ପାରାଗ୍ଲାଇଡିଂ କରିବାର ଇଚ୍ଛା ଥିବାରୁ ସେ ଡୋଭି ପାରାଗ୍ଲାଇଡିଂରେ ପହଞ୍ଚିଥିଲେ । ଆକାଶରେ ପାରାଗ୍ଲାଇଡିଂର ମଜା ନେଉଥିବା ସମୟରେ ହଠାତ୍ ନିଜର ସେଫ୍ଟି ବେଲ୍ଟ ଖୋଲି ଯାଇଥିଲା । ଫଳରେ ମହିଳା ପର୍ଯ୍ୟଟକ ୨୫୦ ମିଟର ଉଚ୍ଚରୁ ଖସି ସିଧା ପଥରରେ ପିଟି ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ବୟସ ୨୬ ବର୍ଷ ଏବଂ ତାଙ୍କ ନାମ ନବ୍ୟା ବୋଲି ଜଣାପଡିଛି ।


ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପାରାଗ୍ଲାଇଡିଂ ସେଣ୍ଟରରେ ପହଞ୍ଚି ପାଇଲଟଙ୍କୁ ଗିରଫ କରିଛି । ଏଥିସହ ଡୋଭି ପାରାଗ୍ଲାଇଡିଂ ସେଣ୍ଟରକୁ ବନ୍ଦ କରାଯାଇଛି । ପୋଲିସ ସୂଚନା ଅନୁଯାୟୀ, ପାରାଗ୍ଲାଇଡିଂ କରିବା ସମୟରେ ପାଗ, ସ୍ଥାନ ଏବଂ ଉପକରଣ ଅନୁକୂଳ ଥିଲା । କିନ୍ତୁ ଯୁବତୀ ଜଣକ ସେଫ୍ଟି ବେଲ୍ଟ ସଠିକ୍ ଭାବରେ ଲଗାଇନଥିଲେ । ପାଇଲଟଙ୍କର ଲାଇସେନ୍ସ ଥିଲେ ମଧ୍ୟ ସେ କାହିଁକି ଏଥିପ୍ରତି ଧ୍ୟାନ ଦେଇନଥିଲେ ସେହି କାରଣରୁ ତାଙ୍କୁ ଗିରଫ କରାଯାଇଛି ।


Also Read- Garlic Price: ଖାଉଟିଙ୍କ ପାଇଁ ଖୁସି ଖବର, କମିଲା ରସୁଣ ଦର !


Also Read- ଝିଅ ବାହାଘର ପାଇଁ ୨୫ ହଜାର ଦେବେ ମୁଖ୍ୟମନ୍ତ୍ରୀ, ପଢ଼ନ୍ତୁ ପୂରା ଖବର