Weather Update: ବର୍ଷା (rain)ଆଣୁଛି ପଶ୍ଚିମା ଝଡ଼ ( storm)। ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ଼ର ( storm) ପ୍ରଭାବ ଆରମ୍ଭ ହୋଇଛି । ଦେଶର ଉତ୍ତର ପଶ୍ଚିମ ଭାରତରେ ବର୍ଷା (rain) ହୋଇଥିବା ବେଳେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨୭ ତାରିଖରୁ ଏହାର ପ୍ରଭାବ ଓଡ଼ିଶାରେ ବଢ଼ିବ । ରାଜ୍ୟରେ ୩ ଦିନ ବ୍ୟବଧାନ ପରେ ଆଉଥରେ ପଶ୍ଚିମା ଝଡ଼ ହେବ ବୋଲି ସୂଚନା ମିଳିଛି । ୨୬ ଓ ୨୭ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଝଡ଼ବର୍ଷା (rain)ହେବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ, ସ୍ୱତନ୍ତ୍ର ରିଲିଫ କମିସନର ଚିଠି ଲେଖି ସତର୍କ ରହିବା ପାଇଁ ଆର୍ଲଟ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ, ୨୬ ତାରିଖ ଦିନ କୋରାପୁଟ, ରାୟଗଡ଼ା, ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲା ମାନଙ୍କର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । ତେବେ ଝଡ଼ବାତ୍ୟା ପାଇଁ ଏହିସବୁ ଜିଲ୍ଲା ଗୁଡିକୁ ୟେଲୋୱାଣ୍ଣିଂ (yellow warning) ଜାରି କରାଯାଇଛି । ୨୭ ତାରିଖରେ ବର୍ଷାର ମାତ୍ରା ବଢିବ ବୋଲି କୁହାଯାଉଛି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିଜୁଳି, ଘଡଘଡି ସହିତ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହାସହ ପବନର ବେଗ ୩୦ରୁ ୪୦ ବେଗରେ ରହିବ ବୋଲି କୁହାଯାଉଛି ।



Also Read : Amitabh Bachchan: ସୁସ୍ଥ ହେଲେ ବିଗ୍‌ବି, ପୁଣି ଆରମ୍ଭ ହେବ‘Project K’ର ସୁଟିଂ


Also Read : South Film Nepotism: ଫଟୋରେ ଖବର, ସାଉଥ ଇଣ୍ଡଷ୍ଟ୍ରିରେ ଚାଲିଛି ଏହି ୬ ବାପ-ପୁଅଙ୍କ ରାଜ୍


ସ୍ୱତନ୍ତ୍ର ରିଲିଫ କମିସନର, ସମସ୍ତ ଜିଲ୍ଲାପଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖିଛନ୍ତି । ୟେଲୋୱାଣ୍ଣିଂ କରାଯାଇଥିବା ଜିଲ୍ଲାମାନଙ୍କରେ ଥିବା ଲୋକମାନେ ଘଡଘଡି ବା ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଛି । ଏହା ବ୍ୟତୀତ ଜଳବନ୍ଦୀ ଅଞ୍ଚଳରେ ଜଳ ନିଷ୍କାସନ କରିବା, କେତେ ପରିମାଣରେ ବର୍ଷା ହେଉଛି, ବିଜୁଳି ଘଡଘଡି ଏବଂ ପବନ ସମ୍ବନ୍ଧୀୟ କ୍ଷୟକ୍ଷତି ସମ୍ବନ୍ଧରେ ଜିଲ୍ଲାପାଳମାନେ ସଙ୍ଗେସଙ୍ଗେ ରିପୋର୍ଟ ଦାଖଲ କରିବା କଥା ନିର୍ଦ୍ଦେଶ ଦିଆଯାଇଛି ।


Also Read : Weird News: ମରିବା ପରେ ପୁନର୍ବାର ଜୀବିତ ହେଲେ ବ୍ୟକ୍ତି; କହିଲେ ମୃତ୍ୟୁ ପରେ କ’ଣ ସବୁ ହୋଇଥାଏ, ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ!


Also Read : Parineeti Chopra: ପରିଣୀତି ଚୋପ୍ରା‌ଙ୍କ ପ୍ରେମରେ ଉବୁଟୁବୁ ଆପ୍ ସାଂସଦ! ସମ୍ପର୍କ ଆଜିର ନୁହେଁ ୧୫ ବର୍ଷ ତଳର


Also Read : Nikhil Kamath: ପାଠପଢାରେ ଡୋରୀ ଲଗାଇ ୧୭ ବର୍ଷରେ ଛାଡିଥିଲେ ଘର, ବର୍ତ୍ତମାନ ରୋଜଗାର କରୁଛନ୍ତି ଦୈନିକ ୨୭ ଲକ୍ଷ ଟଙ୍କା