Weird News: ମରିବା ପରେ ପୁନର୍ବାର ଜୀବିତ ହେଲେ ବ୍ୟକ୍ତି; କହିଲେ ମୃତ୍ୟୁ ପରେ କ’ଣ ସବୁ ହୋଇଥାଏ, ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ!
Advertisement

Weird News: ମରିବା ପରେ ପୁନର୍ବାର ଜୀବିତ ହେଲେ ବ୍ୟକ୍ତି; କହିଲେ ମୃତ୍ୟୁ ପରେ କ’ଣ ସବୁ ହୋଇଥାଏ, ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ!

Weird News: ଜନ୍ମ(Birth) ପରେ ମୃତ୍ୟୁ( death), ଏହା ହି ସତ୍ୟ । ମଣିଷ ମୃତ୍ୟୁ ହେଲା ପରେ ସେ ଆଉ କେବେ ଫେରି ଆସେ ନାହିଁ । ଏକଥା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରି ସାରିବା ପରେ ପୁଣି ଥରେ ଜନ୍ମ ଜୀବିତ ହୋଇଛନ୍ତି । ଏ-ଭଳି ଘଟଣା ଆମେରିକାରେ(America) ଦେଖିବାକୁ ମିଳିଛି । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Weird News: ଜନ୍ମ(Birth) ପରେ ମୃତ୍ୟୁ( death), ଏହା ହି ସତ୍ୟ । ମଣିଷ ମୃତ୍ୟୁ ହେଲା ପରେ ସେ ଆଉ କେବେ ଫେରି ଆସେ ନାହିଁ । ଏକଥା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରି ସାରିବା ପରେ ପୁଣି ଥରେ ଜନ୍ମ ଜୀବିତ ହୋଇଛନ୍ତି । ଏ-ଭଳି ଘଟଣା ଆମେରିକାରେ(America) ଦେଖିବାକୁ ମିଳିଛି । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ଜଣେ ବ୍ୟକ୍ତି ।  ଡାକ୍ତରମାନେ ତାଙ୍କୁ ଚିକିତ୍ସାଳୟରେ ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ସେ ଜୀବନ୍ତ( alive) ହୋଇଥିଲେ। କେବଳ ଏ-ତିକି ନୁହେଁ, ତାଙ୍କ ମୃତ୍ୟୁ ପରେ ତାଙ୍କ ସହିତ କ’ଣ ଘଟିଥିଲା ​​ସେ ବିଷୟରେ ମଧ୍ୟ ସେ କହିଛନ୍ତି । ତେବେ, ସେହି ବ୍ୟକ୍ତିଙ୍କ ଏପରି କଥା ଶୁଣି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । 

ନ୍ୟୁୟର୍କ ପୋଷ୍ଟର (New York Post) ରିପୋର୍ଟ ଅନୁଯାୟୀ,୫୫ ବର୍ଷିୟ କେଭିନ ହିଲଙ୍କୁ(Kevin Hill)ମିରାକିଲ ମ୍ୟାନ ବୋଲି କୁହାଯାଉଛି। ୨୦୨୧ ମସିହାରେ , ତାଙ୍କର ଲିଭର ଜନିତ ରୋଗରେ ଅସୁସ୍ଥ ହୋଇପଡିଥିଲେ। ଏ-ପରିକି ତାଙ୍କ ପାଦ ଫୁଲି ଯାଇଥିଲା। ପରେ ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଲିଭରର ଅସ୍ତ୍ରୋପଚାର କରାଯାଇଥିଲା କିନ୍ତୁ ସେ ସୁସ୍ଥ ହେବା ପରିବର୍ତ୍ତେ ଆହୁରି ଅସୁସ୍ଥ ହୋଇପଡିଥିଲେ। ଚର୍ମ ଏବଂ ରକ୍ତ ବହନ କରୁଥିବା ଶିରାରେ କ୍ୟାଲସିୟମ ଜମା ହେବା ଆରମ୍ଭ କରିଥିଲା। ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା । ପରେ ତାଙ୍କ ପାଦରେ ପ୍ରବଳ ରକ୍ତସ୍ରାବ ହୋଇଥିଲା  ଦୁଇ ଘଣ୍ଟା ମଧ୍ୟରେ ଦୁଇ ଲିଟରରୁ ଅଧିକ ରକ୍ତ ତାଙ୍କ ଶରୀରରୁ ନିର୍ଗତ ହୋଇଥିଲା।  ତାଙ୍କୁ ଜୀବିତ ରଖିବା ପାଇଁ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ। ଶେଷରେ  ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାଳୟରେ ଡାକ୍ତରମାନେ ( doctor)ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ମୃତ୍ୟୁର କିଛି ସମୟ ପରେ ହଠାତ୍ ସେ ଜୀବିତ ହୋଇପଡିଥିଲେ। ଏହା ଏକ ଚମତ୍କାର ପରି ଥିଲା । କାରଣ ଡାକ୍ତରମାନେ ମଧ୍ୟ ଏହାକୁ ବିଶ୍ୱାସ କରିନଥିଲେ।  ଜଣେ ମୃତବ୍ୟକ୍ତି କିପରି ଜୀବିତ ହେଲା। ଏହା ପରେ ଡାକ୍ତରମାନେ କେଭିନଙ୍କୁ “ଦି ମିରାକିଲ ମ୍ୟାନ୍” ବୋଲି କହିବା ଆରମ୍ଭ କଲେ। 

Also Read : Rahul Gandhi: ସାଂସଦରୁ ଷ୍ଟାଣ୍ତି କମିଟି ସଦସ୍ୟ ପର୍ଯ୍ୟନ୍ତ ରାହୁଲଙ୍କର ଏଭଳି ଥିଲା ରାଜନୈତିକ ଯାତ୍ରା

Also Read : Parineeti Chopra: ପରିଣୀତି ଚୋପ୍ରା‌ଙ୍କ ପ୍ରେମରେ ଉବୁଟୁବୁ ଆପ୍ ସାଂସଦ! ସମ୍ପର୍କ ଆଜିର ନୁହେଁ ୧୫ ବର୍ଷ ତଳର

ଆତ୍ମା ​​ଶରୀରରେ ନଥିଲା:
ବର୍ତ୍ତମାନ, କେଭିନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି, କିନ୍ତୁ ତାଙ୍କ ମୃତ୍ୟୁ ପରେ ତାଙ୍କ ସହ ଘଟିଥିବା ସମସ୍ତ କଥା ସେ ମନେ ରଖିଛନ୍ତି। ସେ ପ୍ରତ୍ୟେକ ମୁହୂର୍ତ୍ତ ବିଷୟରେ ନିଜ ଲୋକଙ୍କୁ କହୁଛନ୍ତି । ସେ କହିଛନ୍ତି, 'ମୃତ୍ୟୁ ପରେ ମୁଁ ଆତ୍ମା ​​ସହିତ ଗଲି,ଆତ୍ମା ​​ଶରୀରରେ ଆଦୌ ନ ଥିଲା । ମୁଁ ମୋ ଶରୀରକୁ ଦେଖି ପାରିଲି ନାହିଁ । ସତେ ଯେପରି ମୋର ପ୍ରାଣ କାହାର ହାତରେ ଥିଲା ଭଳି ମନେ ହେଉଥିଲା। କିନ୍ତୁ ଯାହା ଘଟିଛି ମୋ ସହିତ ମୁଁ ସବୁ ଦେଖିପାରୁଥିଲି । ସେଠାରେ ବହୁତ ଶାନ୍ତି ଥିଲା | ତା’ପରେ ହଠାତ୍ ମୁଁ ଅନୁଭବ କଲି ଯେ ମୁଁ ଶୋଇଛି ଏବଂ ମୋ ଦେହରୁ ରକ୍ତସ୍ରାବ ବନ୍ଦ ହୋଇଯାଇଛି । ମୁଁ ଅନୁଭବ କରୁଥିଲି ଯେ ,ଏହା ମୋର ମରିବାର ଉପଯୁକ୍ତ ସମୟ ନୁହେଁ ।'

କୌଣସି ଉଜ୍ଜ୍ୱଳ ଆଲୋକ ଦେଖାଯାଏ ନାହିଁ :
ଯେତେବେଳେ ତାଙ୍କୁ ପଚରାଗଲା ଯେ, ତମେ ଜମପୁରରେ କୌଣସି ଉଜ୍ଜ୍ୱଳ ଧଳା ଆଲୋକ ଦେଖିଛ କି? ଏହା ଉପରେ କେଭିନ କହିଛନ୍ତି, ମୁଁ ସେପରି କିଛି ଆଲୋକ ଦେଖି ନାହିଁ। ମୁଁ ସ୍ୱର୍ଗକୁ ଯାଉଛି ବୋଲି କୌଣସି ପ୍ରକାର ଚିହ୍ନ ମଧ୍ୟ ନାହିଁ। ଯେତେବେଳେ ମୁଁ ନିଦରୁ ଉଠିଲି, ଡାକ୍ତର ମୋ ସାଥିରେ ଥିଲେ । ମୋର ହୃଦୟର ଗତି ଚାଲିଥିଲା ​​ଏବଂ ମୁଁ ବହୁତ ଶାନ୍ତ ଅନୁଭବ କରୁଥିଲି । ମେଡିକାଲରୁ ସୁସ୍ଥ ହୋଇ କେଭିନ୍ ପ୍ରାୟ ଏ-କ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ବର୍ତ୍ତମାନ ସେ ପରିବାର ସହିତ ଖୁସିରେ ରହୁଛନ୍ତି ।