Lok Sabha Election 2024: ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ସଂଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍ ମେ ' ୨୫ ତାରିଖ ଶନିବାର ୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ ୫୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ତେବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ କୁରୁକ୍ଷେତ୍ର ଆସନରୁ ବିଜେପିର ନବୀନ ଜିନ୍ଦଲ, ସମ୍ବଲପୁର ଆସନରୁ ବିଜେପିର ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଆସନରୁ ବିଜେପିର ସମ୍ବିତ ପାତ୍ର, ଭୁବନେଶ୍ୱର ଆସନରୁ ବିଜେପିର ଅପରାଜିତା ଷଡ଼ଙ୍ଗୀ, କରନାଲ୍ ଆସନରୁ ବିଜେପିର ମନୋହରଲାଲ୍ ଖଟ୍ଟର, ଗୁଡ଼ଗାଁଓ ଆସନରୁ କଂଗ୍ରେସର ରାଜ ବବର, ନୂଆଦିଲ୍ଲୀ ଆସନରୁ ବିଜେପିର ବାଂସୁରୀ ସ୍ବରାଜ, ଉତ୍ତର ପୂର୍ବ ଦିଲ୍ଲୀର ବିଜେପିରୁ ମନୋଜ ତିୱାରୀଙ୍କ ଭାଗ୍ୟ ପରୀକ୍ଷା ହେବ। 


COMMERCIAL BREAK
SCROLL TO CONTINUE READING

ସେହିପରି ବିହାରର ୮ଆସନ, ଜମ୍ମୁ କାଶ୍ମୀରର ଗୋଟିଏ ଆସନ, ହରିୟାଣାର ୧୦ଆସନ, ଝାଡ଼ଖଣ୍ଡର ୪ଆସନ, ଦିଲ୍ଲୀର ୭ଆସନ, ପଶ୍ଚିମବଙ୍ଗର ୮ଆସନ, ଉତ୍ତର ପ୍ରଦେଶର ୧୪ଆସନ ଓ ଓଡ଼ିଶାର ୬ଆସନରେ ଭୋଟ ଗ୍ରହଣ ହେବ। ଷଷ୍ଠ ପର୍ଯ୍ୟାୟରେ ସମୁଦାୟ ୮୮୯ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। 


ଏଥିରେ ଉତ୍ତର ପ୍ରଦେଶର ସୁଲତାନପୁର, ପ୍ରତାପଗଡ଼, ପ୍ରୟାଗରାଜ, ଫୁଲପୁର, ଯୌନପୁର, ଆଜମଗଡ଼ ଭଳି ୧୪ଆସନ, ବିହାରର ପଶ୍ଚିମ ଚମ୍ପାରନ, ପୂର୍ବ ଚମ୍ପାରନ, ବୈଶାଳୀ, ମହାରାଜଗଞ୍ଜ, ଗୋପାଳଗଞ୍ଜ ଭଳି ୮ଟି ଆସନ, ଜମ୍ମୁ କାଶ୍ମୀରର ଅନନ୍ତ ନାଗ-ରାଯୋରି ଲୋକସଭା ଆସନରୁ ଭୋଟ ଗ୍ରହଣ ହେବ। ସେହିପରି ଓଡ଼ିଶାର କେନ୍ଦୁଝର, ସମ୍ବଲପୁର, କଟକ, ପୁରୀ, ଢେଙ୍କାନାଳ, ଭୁବନେଶ୍ୱର ଆସନରୁ ମତଦାନ ହେବ। ପଶ୍ଚିମବଙ୍ଗର କାନ୍ଥି, ଘାଟଲ, ପୁରୁଲିଆ, ଝାଡ଼ଗ୍ରାମ, ମେଦିନିପୁର, ବାଙ୍କୁରା, ତାମଲୁକ ଓ ବିଷ୍ଣପୁର ଆସନରୁ ମତଦାନ ହେବ। ଏଥିସହ ଝାଡ଼ଖଣ୍ଡର ରାଞ୍ଚି, ଧନବାଦ୍, ଗିରିଡିହ ଓ ଜାମସେଦପୁର ଆସନରୁ ମତଦାନ ହେବାକୁ ଯାଉଛି। ମତଦାନ ପୂର୍ବରୁ ବିଜେପି ନେତା ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗ ଚମ୍ପାରନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ପଟିଆଲାରେ ରାଲି କରିଛନ୍ତି। ସେହିପରି ଦିଲ୍ଲୀରେ ବିଜେପି ନେତା ପୀୟୁଷ ଗୋଏଲ୍, ସ୍ମୃତି ଇରାନୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାରାଥନ୍ ପ୍ରଚାର କରିଛନ୍ତି।