Nabarangpur Road Accident: ଆଜି ମହାପ୍ରଭୁଙ୍କ ଅଧରପଣା ନୀତି। ଏନେଇ ଉତ୍ସବ ମୁଖର ହୋଇ ଉଠିଛି ପୁରୀ ବଡଦାଣ୍ତ । ଜଗାକୁ ଦର୍ଶନ କରିବା ପାଇଁ ଜନ ସମୁଦ୍ର ପାଲିଟିଛି ପୁରୀ ବଡଦାଣ୍ତ । ତେବେ, ଏହାରି ଭିତରେ ଏକ ଦୁଃଖଦ ଖବର ଆସିଛି । ପୁଣି ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ତିନି ଜଣ ଲୋକଙ୍କ ମୃତ୍ୟୁ (Three killed) ହୋଇଛି । ଏବଂ ଜଣେ ଆହତ (one injured) ହୋଇଛନ୍ତି । ନବରଙ୍ଗପୁରରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି (Nabarangpur Road Accident)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Weather Update: ପୁଣି ଆସୁଛି ଆଉ ଏକ ଲଘୁଚାପ! ଏହି ଦିନରୁ ପ୍ରବଳ ବର୍ଷିବ


ଏହାବି ପଢନ୍ତୁ : Shukra Gochar 2023: ଶୁକ୍ର କରିବେ ରାଶି ପରିବର୍ତ୍ତନ, ମାଲାମାଲ୍ ହେବେ ଏହି ତିନି ରାଶି, ମାଟି ଧରିଲେ ହେବ ସୁନା!


ଏହାବି ପଢନ୍ତୁ : Bhubaneswar News: ନୂଆ ବୋହୂର ଚାଲ୍ ବୁଝି ପାରିଲେନି ଶାଶୁଘର ଲୋକେ, ବାପ ଘରକୁ ବୁଲି ଯାଇଥିବା ବେଳେ...


ସୂଚନା ଅନୁସାରେ, ନବରଙ୍ଗପୁର ଉମକୋଟ ବାସିନୀ ଛକରେ ଥିବା ଏକ ଗଛରେ କାରଟି ପିଟି ହୋଇ ଯାଇଛି । ଫଳରେ ଦୁର୍ଘଟଣା  ଘଟିଛି (Nabarangpur Road Accident) । କାରରେ ଥିବା ତିନି ୪ ଜଣଙ୍କ ମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କାରଟି ଦୁର୍ଘଟଣାଗସ୍ତ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର ମଧ୍ୟରୁ ବହୁକଷ୍ଟରେ ମୃତଦେହ ଉଦ୍ଧାର କରିଥିଲା । ଏବଂ ଜଣେ ଆହତଙ୍କୁ ଉଦ୍ଧାର କରି ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଏବଂ ତିନି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ୍ ।  ତେବେ, ଆହତ ଓ ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଏହି କାରଟି ଉମକୋଟର ଅଞ୍ଚଳକୁ ଯାଉଥିଲା ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ କାରଟି ଶୋଚନୀୟ ଭାବେ କ୍ଷତିଗ୍ରସ୍ତ ହୋଇଛି । 



ନିକଟରେ,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଏକ ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି (Ganjam Bus Accident) । ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି (Bus Accident) । ଏବଂ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଏବଂ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ଶିଶୁ ରହିଛନ୍ତି । ମୃତକମାନଙ୍କ ପରିଚୟ ମିଳିଛି । ମୃତକମାନେ ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଓ ସିଙ୍ଗିପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି। ତେବେ, ସବୁଠୁ ବଡ କଥା ହେଉଛି ଯେ, ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ରହିଥିବା ସୂଚନା ମିଳିଛି। ତେବେ, ଯାହାକୁ ନେଇ ମୃତକଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି। କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ।