Bhadrak News In Odia : ଭଦ୍ରକରେ(Bhadrak) ବଡ଼ ଧରଣର ଅଘଟଣ ଘଟିଛି ।  ନଦୀରେ ବୁଡି ଯାଇ ତିନି ଜଣ ଛାତ୍ରଙ୍କ (Three Students Death)ମୃତ୍ୟୁ ହୋଇ ଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ (Critical) ରହିଛି। ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ଗାଧୋଇଲା ବେଳେ ସମସ୍ତ ଛାତ୍ର ବୁଡ଼ି (Drown) ଯାଇଥିବା ଜଣାପଡ଼ିଛି । ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ୪ ଛାତ୍ର ଗୋଟିଏ କଲେଜରେ ପଢୁଥିବା ସୂଚନା ମିଳିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ । ଏ-ହି ଦୁଃଖଦ ଖବର ପ୍ରଚାରିତ ହେବା ମାତ୍ରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ (Bhadrak MLA Sanjib Mallick )ସମେତ ବହୁ ରାଜନେତା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ସେଠାରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ ୪ଜଣ ଛାତ୍ର ସାଙ୍ଗହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବିଧିର ବିଧାନ ଥିଲା ଅଲଗା । ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଯାଇଥିଲେ । ଏ-ନେଇ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ପରେ ସେଠାରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ସଙ୍କଟାପନ୍ନ ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଲାଙ୍ଗୁଡ଼ି ଅଞ୍ଚଳରେ ଏହି ଅଘଟଣ ଘଟିଛି ।




Also Read: Anant Ambani: ଏତେ କୋଟିର ଘଣ୍ଟା ପିନ୍ଧନ୍ତି ଜୁନିଅର ଅମ୍ବାନୀ, ଦାମ ଶୁଣିଲେ ଉଡି଼ଯିବ ହୋସ୍


Also Read: Delhi Metro: ମେଟ୍ରୋକୁ ବେଡରୁମ କରିଦେଲେ ପ୍ରେମୀଯୁଗଳ, ଲୋକଙ୍କ ସାମ୍ନାରେ କଲେ ଚୁମ୍ବନ ସହ ଆଲିଙ୍ଗନ


ତେବେ, ନିକଟରେ ଜଗତସିଂହପୁର ଜିଲ୍ଲାରେ ଏଭଳି ଏକ ଅଘଟଣା ଘଟିଥିଲା । ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟରେ ୩ଛାତ୍ର ନଦୀରେ ଗାଧୋଉ ଥିବା ବେଳେ ବୁଡି ଯାଇଥିଲେ। ପରେ ଅଗ୍ନିଶମ ବାହିନୀ ସେମାନଙ୍କର ମୃତଦେହ ନଦୀରୁ ଉଦ୍ଧାର କରିଥିଲା। ମୃତକମାନେ ହେଲେ ଆମ୍ବଶାଳ ପଂଚାୟତ ଚନ୍ଦ୍ରପଡା ଗାଁର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟଜିତ ବାରିକ,ମାନଶ ବାରିକଙ୍କ ପୁଅ ସ୍ୱାଭିମାନ ବାରିକ, ଭୁବନେଶ୍ୱର ସତ୍ୟନଗରରେ ରହୁଥିବା କୈଳାଶ ପାତ୍ର ଙ୍କ ପୁଅ ସୁଭମ ପାତ୍ର ଓ ଦୀପକ ମାର୍ଥାଙ୍କ ପୁଅ ତପନ ମାର୍ଥା। 


ଏ-ମାନେ ସମସ୍ତେ ଭୁବନେଶ୍ୱର ରେ ରହି ଭିନ୍ନ ଭିନ୍ନ ଶ୍ରେଣୀରେ ପାଠ ପଢ଼ୁଥିଲେ । ସମସ୍ତେ ସାଙ୍ଗ ହୋଇ  ଚନ୍ଦ୍ରପଡା ସ୍ଥିତ ସତ୍ୟବ୍ରତ ଙ୍କ ଘରକୁ ବୁଲିବାକୁ ଆସିଥିବା ସହ ୪ଜଣ ଯାକ ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଆସିଥିଲେ । ତପନ ନଦୀ ପଠା ଉପରେ ବସି ଫଟୋ ଉଠାଉଥିବା ବେଳେ ଅନ୍ୟ ତିନି ଜଣ ଯାକ ନଦୀ ଭିତରେ ପଶି ଗାଧୋଉ ଥିଲେ । ହେଲେ ଏମାନେ ଅସାବଧାନତା ବସତଃ ଅଧିକ ଗଭୀରକୁ ଚାଲି ଯିବାରୁ ପାଣିରେ ବୁଡି ଯାଇଥିଲେ । ଏମାନେ ବୁଡି ଯିବାର ଦେଖି ତପନ ମଧ୍ୟ ପାଣିରେ ପଶି ଏମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କର ମଧ୍ୟ ଗୋଡ଼ ଖସି ଯାଇଥିଲା। ପାଟି ଶୁଣି ସ୍ଥାନୀୟ ଲୋକେ ତପନ କୁ ଉଦ୍ଧାର କରି କୂଳକୁ ଆଣିଥିବା ବେଳେ ଅନ୍ୟ ମାନେ ନିଖୋଜ ହୋଇ ଯାଇଥିଲେ । 


ଖବର ପାଇ ବାଲିକୁଦା ଅଗ୍ନିଶମ ବାହିନୀ ,ଓଡ୍ରାଫ ଟିମ ଓ ସ୍ଥାନୀୟ କିଛି ମସ୍ୟଜୀବି ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ସତ୍ୟବ୍ରତ ଓ ତପନ ମାର୍ଥଙ୍କର ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ସନ୍ଧାନ ମିଳିପାରିନଥିଲା। ନିଖୋଜ ଥିବା ଭୂବନେଶ୍ୱର ସତ୍ୟ ନଗରର ଛାତ୍ର ଶୁଭମ୍ ପାତ୍ର ମାଛଗାଁ ଦେକୋଣୀ ଗୁରୁଜ ଅଞ୍ଚଳରରୁ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ  ଦେବୀ ନଦୀ ଘାଟର ଏହି ସ୍ଥାନରେ ବାରମ୍ବାର ଅଘଟଣ ଘଟି ଚାଲିଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।