Delhi Metro: ମେଟ୍ରୋକୁ ବେଡରୁମ କରିଦେଲେ ପ୍ରେମୀଯୁଗଳ, ଲୋକଙ୍କ ସାମ୍ନାରେ କଲେ ଚୁମ୍ବନ ସହ ଆଲିଙ୍ଗନ
Advertisement

Delhi Metro: ମେଟ୍ରୋକୁ ବେଡରୁମ କରିଦେଲେ ପ୍ରେମୀଯୁଗଳ, ଲୋକଙ୍କ ସାମ୍ନାରେ କଲେ ଚୁମ୍ବନ ସହ ଆଲିଙ୍ଗନ

Kissing in Metro News In Odia: ଚର୍ଚ୍ଚାରେ ଦିଲ୍ଲୀ ମେଟ୍ରୋ (Delhi Metro)। କୌଣସି ଦୁର୍ଘଟଣା ପାଇଁ ନୁହେଁ ବରଂ କିଛି ଅଶ୍ଲୀଳ ଭିଡିଓକୁ ନେଇ , ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି । ଦିଲ୍ଲୀ ମେଟ୍ରୋରେ (Delhi Metro) ଯାତ୍ରା କରୁଥିବା କିଛି ଯାତ୍ରୀ ଅଶ୍ଲୀଳତାର ସୀମା ଟପିଛନ୍ତି । ସମସ୍ତ ଯାତ୍ରୀଙ୍କ ଆଗରେ ଲାଜ ସରମ ଭୁଲି ମେଟ୍ରୋ ମଧ୍ୟରେ ଥିବା ପୋଲକୁ ଆଉଜି ପରପ୍ପର ଆଲିଙ୍ଗନ କରି ଦିର୍ଘ ସମୟ ଧରି ଫିଲ୍ମ ଷ୍ଟାଇଲରେ ଚୁମ୍ବନ କରୁଛନ୍ତି । ପ୍ରେମୀ ଯୁଗଳଙ୍କ ଏହି ଭିଡିଓ ବର୍ତ୍ତମାନ ଭାଇରଲା(viral video) ହେବାରେ ଲାଗିଛି । ଏହି ଭିଡିଓଟିକୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଛନ୍ତି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kissing in Metro News In Odia: ଚର୍ଚ୍ଚାରେ ଦିଲ୍ଲୀ ମେଟ୍ରୋ (Delhi Metro)। କୌଣସି ଦୁର୍ଘଟଣା ପାଇଁ ନୁହେଁ ବରଂ କିଛି ଅଶ୍ଲୀଳ ଭିଡିଓକୁ ନେଇ , ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲିଟିଛି । ଦିଲ୍ଲୀ ମେଟ୍ରୋରେ (Delhi Metro) ଯାତ୍ରା କରୁଥିବା କିଛି ଯାତ୍ରୀ ଅଶ୍ଲୀଳତାର ସୀମା ଟପିଛନ୍ତି । କିଏ ବିକିନି ପିନ୍ଧି ମେଟ୍ରୋରେ (Metro)ଯାତ୍ରା କରୁଛି ତ ଆଉ କେଉଁଠି ପ୍ରେମୀ ଯୁଗଳ ଖୁଲମଖୁଲା ରୋମାନ୍ସ କରୁଛନ୍ତି । କିନ୍ତୁ ଏନେଇ ଏ-ପର୍ଯ୍ୟନ୍ତ   (DMRC) ମେଟ୍ରୋ  କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତେବେ, ଦିଲ୍ଲୀ ମେଟ୍ରୋର ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ,ଏକ ପ୍ରେମୀ ଯୁଗଳ ମେଟ୍ରୋରେ ଯାତ୍ରା କରିବା ସମୟରେ ରୋମାନ୍ସ କରୁଛନ୍ତି(couple kissing and romance in Delhi metro) । 

ସମସ୍ତ ଯାତ୍ରୀଙ୍କ ଆଗରେ ଲାଜ ସରମ ଭୁଲି ମେଟ୍ରୋ ମଧ୍ୟରେ ଥିବା ପୋଲକୁ ଆଉଜି ପରପ୍ପର ଆଲିଙ୍ଗନ କରି ଦିର୍ଘ ସମୟ ଧରି ଫିଲ୍ମ ଷ୍ଟାଇଲରେ ଚୁମ୍ବନ କରୁଛନ୍ତି । ପ୍ରେମୀ ଯୁଗଳଙ୍କ ଏହି ଭିଡିଓ ବର୍ତ୍ତମାନ ଭାଇରଲା(viral video) ହେବାରେ ଲାଗିଛି । ଏହି ଭିଡିଓଟିକୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଛନ୍ତି।  ତେବେ, ଏହି ଭିଡିଓଟି ଦିଲ୍ଲୀ ମେଟ୍ରୋ ରେଡ ଲାଇନ୍ ର ବୋଲି କୁହାଯାଉଛି । ତେବେ, ଦିଲ୍ଲୀ ମେଟ୍ରୋରେ ଅଶ୍ଲୀଳତାର ଏହା ପ୍ରଥମ ଘଟଣା ନୁହେଁ,ଗତକାଲି ମଧ୍ୟ ଆଉ ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ଜଣେ ଯୁବତୀ ଦିଲ୍ଲୀ ମେଟ୍ରୋରେ ବିକିନି (bikini outfit)ଓ ମିନି ସ୍କର୍ଟ ପିନ୍ଧି ଯାତ୍ରା କରୁଥିଲେ। ଯାହାଙ୍କର ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । 

Also Read : Ganjam News: ଭୁଲିଗଲା ସାତ ଜନ୍ମର ସମ୍ପର୍କ, ସ୍ବାମୀକୁ ଜିଅନ୍ତା ଜାଳିଦେଲା ସ୍ତ୍ରୀ

Also Read : Delivery Boy: ‘ଡେଲିଭରୀ ବୟ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ଼ କଲେ ରାଜ୍ୟ ସରକାର

ତେବେ, ଯୁବତୀଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ତାଙ୍କ ନାଁ  ରାଇଥମ୍ ଚନାନ୍( Rhythm Chanana) । ଦିଲ୍ଲୀ ମେଟ୍ରୋରେ (Delhi Metro) ବିକିନି  ପିନ୍ଧି ଯାତ୍ରା କରିବା ପରଠାରୁ ସେ ଅଧିକ ଚର୍ଚ୍ଚାକୁ ଆସିଛନ୍ତି । ଲୋକେ ତାଙ୍କୁ ଉର୍ଫି ଜାଭେଦ ବୋଲି ଡାକୁଛନ୍ତି । ଏ-ନେଇ ରାଇଥମ୍ ଚନାନ୍ କହିଛନ୍ତି ଯେ, ସେ ଅଭିନେତ୍ରୀ ତଥା ମଡେଲ ଉର୍ଫି ଜାଭେଦଙ୍କ ବଡ ଫ୍ୟାନ୍ସ । ଏବଂ ସେ ତାଙ୍କରି ପରି ହେବାକୁ ଚେଷ୍ଟା କରୁଛନ୍ତି । ଏବଂ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହା ମୋର ଜୀବନ, ​​ମୁଁ ନିଜ ଇଚ୍ଛାନୁସାରେ ବଞ୍ଚିବି। ତେବେ, ଏହା ସହ ସେ ଆହୁରୀ କହିଛନ୍ତି ଯେ, ଡ୍ରେସ କୋର୍ଡ ଉପରେ ଦିଲ୍ଲୀ ମେଟ୍ରୋ (Delhi Metro) କୌଣସି ନିୟମ ଲାଗୁ କରିନାହିଁ । ସେପଟେ,  ଏନେଇ   (DMRC) ଡିଏମଆରସି ବିବୃତ୍ତିରେ କହିଛନ୍ତି ଯେ, ଯାତ୍ରୀମାନେ ଏପରି ପୋଷାକ ପରିଧାନ କରିବା ଉଚିତ୍ ନୁହେଁ , ଯାହା ଅନ୍ୟ ଯାତ୍ରୀମାନଙ୍କ ସମ୍ବେଦନଶୀଳତାକୁ ଆଘାତ ଦେଇଥାଏ ।

 

Also Read : Salman Khan: ବଲିଉଡ଼ରୁ କମିଲାଣି କ୍ରେଜ୍,ସାଉଥ ଷ୍ଟାରଙ୍କୁ ଫଲୋ କଲେଣି ସଲମାନ୍ !

Also Read : Exercise & Health: ସପ୍ତାହକୁ କେତେ ଦିନ ବ୍ୟାୟାମ କରିବା ଉଚିତ୍ ? ଜାଣନ୍ତୁ କ'ଣ କହୁଛନ୍ତି ହେଲଥ୍ ଏକ୍ସପର୍ଟ

Also Read : Khordha News: ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ବନ୍ଦ ! ହନ୍ତସନ୍ତ ରୋଗୀ