Blackout Challenge Game: Video ପାଇଁ ଦେବାକୁ ପଡ଼ୁଛି ଶିଶୁଙ୍କ ଜୀବନ !
Blackout Challenge News: ମରଣମୁହଁକୁ ଟାଣି ନେଉଛି ବ୍ଲାକ୍ ଆଉଟ ଚ୍ୟାଲେଞ୍ଜ । କିଛି ଏମିତି ଚ୍ୟାଲେଞ୍ଜ ଯାହାକୁ ଶିଶୁ ମାନେ ଥରୁଟେ ଆପଣେଇବା ପରେ ଆଉ ପଛକୁ ଫେରିପାରୁନାହାଁନ୍ତି। ଅଧିକାଂଶ ପିଲା ଲାଇକ୍ ଓ ଫଲୋଅର୍ସ ଚକ୍କରରେ ଫସି ଯାଉଛନ୍ତି ଯାହା ଫଳରେ ସେମାନେ ସେହି ପଙ୍କରୁ ବାହାରି ନପାରି ଏମିତି କିଛି ପାଦ ଆଗକୁ ନେଉଛନ୍ତି ଯାହା ଫଳରେ ପଛକୁ ଫେରିବା ଅସମ୍ଭବ।
Blackout Challenge Game: ସୋସିଆଲ ମିଡିଆ ଏବଂ ଭିଡିଓ ଗେମଗୁଡିକ ମନୋବଳକୁ ଆରାମ ଦେବା ପାଇଁ ଉଦ୍ଦିଷ୍ଟ । ହେଲେ ବେଳେବେଳେ ଏହାର ଅତ୍ୟଧିକ ବ୍ୟବହାର ବା ଏହି ଭିଡିଓ ଗେମ୍ ସାଂଘାତିକ ରୂପ ନେଇପାରେ। ପୋକେମୋନ୍ ଗୋ ଏବଂ ବ୍ଲୁ ହ୍ୱେଲ୍ ଭଳି ଖେଳ ଯୋଗୁଁ ଅନେକ ପିଲା ପ୍ରାଣ ହରାଇଛନ୍ତି ଏହା ପୂର୍ବରୁ ନଜିର ରହିଛି। ଏହିପରି ଏକ ନୂତନ ମୃତ୍ୟୁର ତାଣ୍ଡବ ଆରମ୍ଭ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ନାମ ରହିଛି ବ୍ଲାକଆଉଟ୍ ଚ୍ୟାଲେଞ୍ଜ । ଏହି ଚ୍ୟାଲେଞ୍ଜ ହେଉଛି ଭିଡିଓ ପ୍ରସ୍ତୁତ କରିବା । ମାତ୍ର ଏହି ଭିଡିଓ ପ୍ରକ୍ରିୟାରେ ଅନେକ ପିଲା ପ୍ରାଣ ହରାଇଥିବା କଥା ଚର୍ଚ୍ଚାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଅତି କମରେ ୨୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।
'ବ୍ଲାକଆଉଟ୍ ଚ୍ୟାଲେଞ୍ଜ' (Black Out Challenge) ନାମକ ସୋସିଆଲ ମିଡିଆରେ ଟିକଟକ୍ ସର୍ଟ ଭିଡିଓ ଚ୍ୟାଲେଞ୍ଜ ଏବେ ବେଶ ଦ୍ରୁତଗତିରେ ଚାଲିଛି। ଗତ ୧୮ ମାସ ମଧ୍ୟରେ, ୧୪ ବର୍ଷରୁ କମ୍ ବୟସର ପ୍ରାୟ କୋଡିଏ ପିଲା ପ୍ରାଣ ହରାଇଥିବା କୁହାଯାଉଛି। ଆଉ ଏକଥା ବି କୁହାଯାଉଛି ଯେ ଅଧିକାଂଶ ପିଲା ଲାଇକ୍ ଓ ଫଲୋଅର୍ସ ଚକ୍କରରେ ଫସି ଯାଉଛନ୍ତି ଯାହା ଫଳରେ ସେମାନେ ସେହି ପଙ୍କରୁ ବାହାରି ନପାରି ଏମିତି କିଛି ପାଦ ଆଗକୁ ନେଉଛନ୍ତି ଯାହା ଫଳରେ ପଛକୁ ଫେରିବା ଅସମ୍ଭବ। ତେଣୁ ଜୀବନ ଦେବାକୁ ସେମାନେ ପଛଉନାହାଁନ୍ତି।
Also Read: Ukraine Embassy: ଦୂତାବାସକୁ ଆସୁଛି ଖୁନି ପାର୍ସଲ, ମିଳୁଛି ରକ୍ତଭିଜା ଆଖି
ଏହି ଚ୍ୟାଲେଞ୍ଜରେ ଅନେକ କିଛି ଭୟଙ୍କର ଗେମ ବା ଭିଡିଓ (Video Challenge) କରିବାକୁ ପଡୁଛି। ଏଥିରେ ଏମିତି ଆହ୍ୱାନ ଦିଆଯାଉଛି ଯେ ତୁମେ ଦୁର୍ବଳ ନହେବା ପର୍ଯ୍ୟନ୍ତ ତୁମେ ତୁମ ନିଶ୍ୱାଃସ ବନ୍ଦ କରି ଏକ ଭିଡିଓ କରିବାକୁ ପଡିବ ଏବଂ ତା’ପରେ ଚେତା ଫେରିବାର ଏକ ଭିଡିଓ କରିବାକୁ ପଡିବ । ତେବେ ଏଥିରେ ସମସ୍ୟା ହେଉଛି ଶ୍ୱାସକ୍ରିୟା ବନ୍ଦ କରିବା ସମୟରେ ଶ୍ୱାସକ୍ରିୟା ବନ୍ଦ ହୋଇଯାଏ ବା ଆମ ଭାଷାରେ ଜଣେ ଅଣନିଶ୍ୱାଃସି ହୋଇଯାଏ । ଯାହାଫଳରେ ମୃତ୍ୟୁ ହୋଇଥାଏ । ଗତ ଦେଢବର୍ଷ ମଧ୍ୟରେ ବ୍ଲାକଆଉଟ ଚ୍ୟାଲେଞ୍ଜ ଯୋଗୁଁ ୧୫ଟି ପିଲାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
Also Read: Beheaded Body Recover: ରାଜଧାନୀରେ ଚାଞ୍ଚଲ୍ୟ, ଥାନା ପଛପଟୁ ମିଳିଲା ମୁଣ୍ଡ ବିହୀନ ମୃତଦେହ
ପିଲାମାନଙ୍କୁ ଏହିପରି ବିପଦରୁ ରକ୍ଷା କରିବା ପାଇଁ ପିତାମାତାମାନେ ସେମାନଙ୍କର ଇଣ୍ଟରନେଟ୍ ବ୍ୟବହାର ଉପରେ ନଜର ରଖିବା ଆବଶ୍ୟକ । ଅଧିକାଂଶ ପିଲା ସୋସିଆଲ ମିଡିଆରେ (Social Media) ଦେଖିବା ପରେ ହିଁ ଏହି ପ୍ରକାର ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରନ୍ତି । ନିଶ୍ୱାସ ନେବା କିମ୍ବା ଶ୍ୱାସ ବନ୍ଦ କରିବା ଭଳି ଆହ୍ୱାନ କାହା ପାଇଁ ବିପଜ୍ଜନକ ହୋଇପାରେ, ପିଲାମାନଙ୍କ ପାଇଁ ଏହି ବିପଦ ଅଧିକ ରହିଥାଏ। ତେବେ ଏସବୁ ପ୍ରତି ଅଭିଭାବକ ମାନେ ଜରୁରୀ ଧ୍ୟାନ ଦେବା ଜରୁରୀ।