Ukraine Embassy: ଦୂତାବାସକୁ ଆସୁଛି ଖୁନି ପାର୍ସଲ, ମିଳୁଛି ରକ୍ତଭିଜା ଆଖି
Advertisement
Article Detail0/zeeodisha/odisha1470191

Ukraine Embassy: ଦୂତାବାସକୁ ଆସୁଛି ଖୁନି ପାର୍ସଲ, ମିଳୁଛି ରକ୍ତଭିଜା ଆଖି

Ukraine  Embassy News: ବିଶ୍ୱ ଅଶାନ୍ତିରେ ରହିଛି କାରଣ ୟୁକ୍ରେନ ଋଷର ଯୁଦ୍ଧ ଥମିବାର ନାଁ ନେଉନି । ବୁଧବାର ପ୍ୟାକେଟ ଖୋଲିବା ପରେ ଜଣେ କର୍ମଚାରୀ ଆହତ ହୋଇଥିଲେ। ଏହି ସପ୍ତାହରେ ସ୍ପେନରେ ମିଳିଥିବା ଅନେକ ବିସ୍ଫୋରକ ପାର୍ସଲ ମଧ୍ୟରୁ ଏହା ଅନ୍ୟତମ। ଭାଟିକାନାରେ ମଧ୍ୟ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ବାସଭବନର ପ୍ରବେଶ ଭାଙ୍ଗି ଦିଆ ଯାଇଥିଲା। 

Ukraine  Embassy: ଦୂତାବାସକୁ ଆସୁଛି ଖୁନି ପାର୍ସଲ, ମିଳୁଛି ରକ୍ତଭିଜା ଆଖି

Ukraine  Embassy: ପୁରା ବିଶ୍ୱର ଏବେ ନଜର ୟୁକ୍ରେନ ଓ ଋଷ ଉପରେ। କାରଣ ଦୀର୍ଘଦିନ ହେଲାଣି ଏହି ଦୁଇ ଦେଶଙ୍କ ମଧ୍ୟରେ ଲଢେଇ ଏବେ ସୁଦ୍ଧା ବି ଜାରି ରହିଛି। ଅନ୍ୟପଟେ ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ । ଯୁଦ୍ଧ ଜାରି ରହିବ ପଛେ କେହି କାହା ଆଗେ ମୁଣ୍ଡ ନୁଆଁଇବେ ନାହିଁ। ଏହାରି ମଧ୍ୟରେ ୟୁକ୍ରେନ ଦୂତାବାସରେ ଏମିତି କିଛି ଘଟିଛି ଯାହା ଶୁଣିଲେ ଆପଣ ବି ଆଶର୍ଯ୍ୟ ହେବେ । ୟୁକ୍ରେନ ଦୂତାବାସକୁ ପଶୁଙ୍କ ରକ୍ତଭିଜା ଆଖି ଥିବା ପାର୍ସଲ ଆସୁଛି। ଏହାର ଖୁଲାସା ଗତ ଦୁଇଦିନ ତଳେ ଦେଶର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା Oleg Nikolenko ସୋସିଆଲ ମିଡିଆରେ ଜଣାଇଛନ୍ତି। 
ପାର୍ସଲକୁ କିଏ ପଠାଉଛି କଣ ସନ୍ଦେଶ ଦେବାକୁ ଚାହୁଁଛି ସେନେଇ ସେ ଜାଣିବାକୁ ଚାହୁଁଛନ୍ତି । ୟୁକ୍ରେନ ଅଧିକାରୀ ଏହାର ପତ୍ତା ଲଗାଇବାକୁ ତଦନ୍ତ ଜାରି ରଖିଛନ୍ତି। 

ପ୍ରକୃତରେ ଶୁକ୍ରବାରରେ ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟର (Ukraine Foreign Ministry) ପ୍ରବକ୍ତା Oleg Nikolenko ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଖୁନି ପାର୍ସଲ ପଠାଯାଉଛି। ଏହି ପାର୍ସ ହଙ୍ଗେରୀ, ନେଦରଲ୍ୟାଣ୍ଡ, ପୋଲାଣ୍ଡ, କୋୟେଶିୟା ଓ ଇଟାଲି ରେ ୟୁକ୍ରେନ ଦୂତାବାସ ସାଥେ ସାଥେ ନେପଲ୍ସ. ଇଟାଲି, କ୍ରାକୋ, ପୋଲାଣ୍ଡ ଓ ଚେକ ସହର ଗୁଡିକରେ ଥିବା ବାଣିଜ୍ୟ ଦୂତାବାସକୁ ମିଳିଛି।

Also Read: Pakistan Army Chief: ଭାରତରୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ! ନୂଆ ସେନା ମୁଖ୍ୟ କହିଲେ...

ପ୍ରବକ୍ତା Oleg Nikolenko କହିଛନ୍ତି ଯେ, ଏହି ଖୁନି ପାର୍ସଲ ମାଡ୍ରିଡରେ ଥିବା ୟୁକ୍ରେନ ଦୂତାବାସକୁ ଏକ ବିସ୍ଫୋରକ ଉପକରଣ ଥିବା ପ୍ୟାକେଟ ପଠାଯିବା ପରେ ରକ୍ତାକ୍ତ ପାର୍ସଲ ଆସିଥିଲା । ତାଙ୍କ କହିବାନୁସାରେ, ବୁଧବାର ପ୍ୟାକେଟ ଖୋଲିବା ପରେ ଜଣେ କର୍ମଚାରୀ ଆହତ ହୋଇଥିଲେ। ଏହି ସପ୍ତାହରେ ସ୍ପେନରେ ମିଳିଥିବା ଅନେକ ବିସ୍ଫୋରକ ପାର୍ସଲ ମଧ୍ୟରୁ ଏହା ଅନ୍ୟତମ। ଭାଟିକାନାରେ ମଧ୍ୟ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ବାସଭବନର ପ୍ରବେଶ ଭାଙ୍ଗି ଦିଆ ଯାଇଥିଲା। ଏଥିସହ କାଜାଖାସ୍ତାନରେ ଦୂତାବାସକୁ ବିସ୍ଫୋରକ ସାମଗ୍ରୀ ସହିତ ଆକ୍ରମଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଯଦିଓ ଏହାର କୌଣସି ପୁଷ୍ଟି କରାଯାଇନାହିଁ। 

Also Read: Israeli ambassador : 'ହିଟଲର ଜଣେ ମହାନ ପୁରୁଷ ଥିଲେ, ତୁମେ ଭାରତ ଶୀଘ୍ର ଛାଡ଼', ଜାଣନ୍ତୁ କାହାକୁ ଆସିଛି ଏଭଳି ମେସେଜ

ପୋଲାଣ୍ଡର (Poland) ବାର୍ସୋର ପୋଲିସର ଏକ ପ୍ରବକ୍ତା ଗୁରୁବାର ୟୁକ୍ରେନ ରାଜଧାନୀକୁ ବାଣିଜ୍ୟ ଦୂତାବାସକୁ ଏକ ପ୍ୟାକେଟ ବା ପାର୍ସଲ ଆସିଥିବା ନେଇ ପୁଷ୍ଟି କରାଯାଇଥିଲା। ଏହି ପାର୍ସଲକୁ ଦେଖିବା ପରେ ଦୂତାବାସରେ ଥିବା ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିବା ସହ ଛନକା ପଶିଥିଲା । ସେହିପରି ପୋଲିସର କହିବାନୁସାରେ, ସ୍କାନିଂ ମେସିନରେ ସ୍କାନ କରାଯିବା ପରେ ଜଣାପଡିଥିଲା ଯେ, ଏଥିରେ କୌଣସି ବିସ୍ଫୋଟକ ସାମଗ୍ରୀ (Explosive Item) ନାହିଁ। ଏହି ପ୍ୟାକେଟରେ କେବଳ ମଲାପଶୁଙ୍କ ଆଖି ଥିବା ଦେଖିବାକୁ ମିଳିଥିଲା। ଯାହାକୁ ଲ୍ୟାବକୁ ଟେଷ୍ଟ ପାଇଁ ପଠାଯାଇଥିଲା। ଭାଟିକାନାରେ ୟୁକ୍ରେନର ରାଷ୍ଟ୍ରଦୂତ ୟଣ୍ଡ୍ରି ୟୁରଶ କହିଛନ୍ତି ଯେ, ତାଙ୍କ ଦେଶର ନେପଲ୍ସ ଓ ଇଟାଲିରେ ଥିବା ବାଣିଜ୍ୟ ଦୂତାବାସକୁ ଏହି ପାର୍ସଲ ମିଳିଛି ଯେଉଁଥିରେ ମାଛଙ୍କର ଆଖି ଥିବା ଜଣାପଡ଼ିଛି।