Teacher’s Day 2023: ଆଜି ହେଉଛି ପବିତ୍ର ଗୁରୁ ଦିବସ(Teacher’s Day)। ଆଜି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ(Dr. Sarvepalli radhakrishnan) ଜନ୍ମ ଦିନ । ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ସାରା ଭାରତ ବର୍ଷରେ 'ଗୁରୁ ଦିବସ' ରୂପେ ପାଳନ କରାଯାଇଥାଏ। ଆମ ଜୀବନରେ ଗୁରୁଙ୍କର ଭୂମିକା ସର୍ବାଗ୍ରେ ରହିଥାଏ। ସେ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆମକୁ ଜ୍ଞାନ ରୂପକ ଆଲୋକ ସହ ପରିଚିତ କରାଇଥାନ୍ତି।


COMMERCIAL BREAK
SCROLL TO CONTINUE READING

କେବେ କଠୋର ଅନୁଶାସନ ତ ପୁଣି କେବେ ଗୁରୁଙ୍କ ପ୍ରେରଣାଦାୟୀ ବାର୍ତ୍ତା ବ୍ୟକ୍ତିକୁ ସାଧାରଣରୁ ଅସାଧାରଣ କରି ଗଢ଼ିତୋଳିଥାଏ। ଶିକ୍ଷା ଦିକ୍ଷା ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ ଆମକୁ ସଫଳ କରାଇଥାଏ। ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ଡକ୍ଟର ରାଧାକ୍ରିଷ୍ଣନ୍ ଏକାଧାରରେ ଥିଲେ ଜଣେ ଶିକ୍ଷକ, ଦାର୍ଶନିକ ଓ ରାଜନୀତିଜ୍ଞ ଥିଲେ । ଜଣେ ଉଚ୍ଚ କୋଟିର ଶିକ୍ଷକ ଭାବରେ ତାଙ୍କର ଅଶେଷ ଖ୍ଯାତି ଥିଲା। ୧୮୮୮ ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ସେ ଜନ୍ମଗ୍ରହଣ କରିଥିଲେ।


ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା ଏବଂ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରି ସ୍କୁଲରେ । ଉଚ୍ଚ ଶିକ୍ଷା ପରେ, ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ପାଇ ସେ ଶିକ୍ଷାଦାନ ଆରମ୍ଭ କରିଥିଲେ । ଏହାପର ଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ । ୧୯୧୮ରେ ରାଧାକ୍ରିଷ୍ଣନ ମହିଶୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ନିଯୁକ୍ତ ହୋଇ ଶିକ୍ଷାଦାନ ଆରମ୍ଭ କରିଥିଲେ । ଏହା ପରେ ସେ କଲିକତା ବିଶ୍ୱବିଦ୍ୟାଳୟ, ଲଣ୍ଡନର ହାର୍ଭାଡ୍ ବିଶ୍ୱବିଦ୍ୟାଳୟ, ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ ଓ ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ।


Also Read: Ganesh Chaturthi 2023:ଗଣେଶ ଚତୁର୍ଥୀ କେବେ? ଘରେ ମୁର୍ତ୍ତି ସ୍ଥାପନାର ନିୟମ କ’ଣ ?