1.India’s Solar Mission to Begin today

ଆଜି ସୌର ମିଶନ: ଆଜି ଭାରତର ପ୍ରଥମ ସୌର ଅଭିଯାନ ଆରମ୍ଭ ହେବ। ଅନେକ ବର୍ଷ ଧରି ଇସ୍ରୋର ଗବେଷଣା ଏବଂ ପ୍ରସ୍ତୁତି ସଫଳତା ଦେଖିବ। ଦିନ ଦିନ ୧୧ଟା ୫୦ ମିନିଟ୍‍ ସମୟରେ ଭାରତ ନିର୍ମିତ ମହାକାଶଯାନ ଆଦିତ୍ୟ ଏଲ୍‍-୧କୁ ଇସ୍ରୋ;ର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତ୍‍କ୍ଷେପଣ କରାଯିବ। ଏହା ୧୨୭ ଦିନ ପରେ ମହାକାଣର ଏଲ୍‍-୧ ପହଞ୍ଚି ସେଠାରେ ଅବସ୍ଥାପିତ ହେବ। ସୂର୍ଯ୍ୟ ସମ୍ପର୍କରେ ଏହା ତଥ୍ୟ ସଂଗ୍ରହ କରିବ। ଏପର୍ଯ୍ୟନ୍ତ କେବଳ ‘ନାସା’ ଏବଂ ‘ଏସା’ ହିଁ ଏହି ସ୍ଥାନରେ ପହଞ୍ଚିପାରିଛନ୍ତି। 

 

2. India to face Pakistan in Asia Cup

ଆଜି ଭାରତ-ପାକ୍‍ ମ୍ୟାଚ୍‍: ଆଜି ଏସିଆ କପ୍‍ରେ ଭାରତୀୟ କ୍ରିକେଟ୍‍ ଦଳ ପାକିସ୍ତାନକୁ ଭେଟିବ। ଏହାକୁ ନେଇ କଲମ୍ବୋ ମୁଖରିତ ହୋଇଛି। ଦିନ ୩ଟାରେ ଏହି ମ୍ୟାଚ୍‍ ଖେଳାଯିବ। ଏହି ମ୍ୟାଚ୍‍ କୁ ଗଣମାଧ୍ୟମରେ ‘ରୟାଲ୍‍ ବ୍ୟାଟଲ୍‍’ ନାମ ଦିଆଯାଇଛି। 

 

3. GI to Odisha Brinjal

ନୟାଗଡ଼ ବାଇଗଣକୁ ଜିଆଇ ଟ୍ୟାଗ୍‍: କେବଳ ନୟାଗଡ଼ର କିଛି ଅଞ୍ଚଳରେ ହେଉଥିବା କଣ୍ଟଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‍ ପ୍ରାପ୍ତ ହୋଇଛି।  ଏହାସହ ରାଜ୍ୟର ଆହୁରି ୬ ଉତ୍ପାଦ  ବି ଏହି ତାଲିକାରେ ନିଜ ନାଁ ପୂର୍ବରୁ ଲେଖାଇଛନ୍ତି। ସେହି ଉତ୍ପାଦଗୁଡ଼ିକ ହେଲା: ଓଡ଼ିଶାର ଖଜୁରୀ ଗୁଡ଼, ଢେଙ୍କାନାଳର ମଗଜି ଲଡ୍ଡୁ, ଶିମିଳିପାଳର କାଇ ଚଟଣୀ, ଡଙ୍ଗରିଆଙ୍କ ଶାଲ, କୋରାପୁଟର କଳାଜିରା ଚାଉଳ, ସଉରା ଚିତ୍ର।  

 

4. World Coconut Day

ବିଶ୍ୱ ନାରିକେଳ ଦିବସ: ଆଜି ହେଉଛି ବିଶ୍ୱ ନାରିକେଳ ବା ନଡ଼ିଆ ଦିବସ। ନଡ଼ିଆର ଉପକାରୀତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି। ୨୦୦୯ ମସିହାରେ ଏହି ଦିବସକୁ ସ୍ବୀକୃତୀ ମିଳିଥିଲା। 

 

5. GST Collection Rises

ଜିଏସ୍‍ଟି ସଂଗ୍ରହ ବୃଦ୍ଧି: ଅଗଷ୍ଟମାସ ତୁଳନାରେ ଜିଏସ୍‍ଟି ସଂଗ୍ରହ ୧୧ ପ୍ରତିଶତ ବୃଦ୍ଧି ହୋଇଛି। ଏହା ଏବେ ୧.୫୯ ଲକ୍ଷ କୋଟିରେ ପହଞ୍ଚିଛି ବେଲି ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା ସୂଚନା ଦେଇଛନ୍ତି। ଦେଶରେ କରଦାତାଙ୍କ ନିଷ୍ଠା ତଥା ଟକସ ଫାଙ୍କିକୁ ରୋକାଯାଇଥିବା ଏହା ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି।   ଓଡ଼ିଶାରେ ଜିଏସ୍‍ଟି ସଂଗ୍ରହ ଏହି ମାସରେ ୪,୪୦୪ କୋଟି ଟଙ୍କା ରହିଛି।

 

6. Former Prez Kobind to Head One Nation-One Poll Panel:  

କୋବିନ୍ଦ ଦେବେ ରିପୋର୍ଟ: ଏକ ସମୟରେ ରାଜ୍ୟ ଓ କେନ୍ଦ୍ର ନିର୍ବାଚନ  ବିଷୟକୁ ସମୀକ୍ଷା କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ମୁଖ୍ୟ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ପ୍ରଧାନମନ୍ତ୍ରୀଙ୍କ ଏହି ଚିନ୍ତାଧାରା କେତେଦୂର ସମ୍ଭବ ସେନେଇ ରିପୋର୍ଟ ଦେବେ। ସମ୍ଭବତଃ ଏହି ରିପୋର୍ଟ ଆଗକୁ ଭାରତର ନିର୍ବାଚନ ପରିବେଶକୁ ବଦଳାଇପାରେ।

 

7. BJD Supports ONOE

ବିଜେଡିର ସମର୍ଥନ: ଏକ ଦେଶ- ଏକ ନିର୍ବାଚନ ପ୍ରସଙ୍ଗକୁ ନେଇ ସାରା ଦେଶରେ ରାଜନୀତିକ ବାତାବରଣ ଉଷ୍ମ ହୋଇଥିବା ବେଳେ ରାଜ୍ୟରେ କ୍ଷମତାସୀନ ବିଜେଡି ଏହାକୁ ସ୍ୱାଗତ କରିଛି। ରାଜ୍ୟ ଏବେବି ସାଧାରଣ ନିର୍ବାଚନ ସହ ଯାଉଛି ଏବଂ ଆଗକୁ ମଧ୍ୟ ଏଥିରେ କିଛି ଅସୁବିଧା ହେବ ନାହିଁ ବୋଲି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି। 

 

8. Best Governor Award

ଶକ୍ତିକାନ୍ତଙ୍କୁ ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାଶଙ୍କୁ ଶ୍ରେଷ୍ଠ ଗଭର୍ଣ୍ଣର ମାନ୍ୟତା ମିଳିଛି। ଗ୍ଲାବାଲ୍‍ ଫାଇନାନ୍ସ ଦ୍ୱାରା ପ୍ରକାଶିତ କେନ୍ଦ୍ରୀୟ ଗଭର୍ଣ୍ଣର ମାନ୍ୟତାରେ ତାଙ୍କୁ ଏ ପ୍ଲସ୍‍  ପ୍ରଦାନ କରାଯାଇଛି। 

 

9. Rain In Odisha

ଲଘୁଚାପ ବର୍ଷା: ଗତକାଲିଠୁ ରାଜ୍ୟରେ ପାଣିପାଗ ବଦଳିଛି। ବଙ୍ଗୋପସାଗରରେ ଲଘୁଚାପ ହେତୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଅନୁଭୂତ ହୋଇଛି। ସନ୍ଧ୍ୟାବେଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହିଭଳି ପାଗ ୨୨ଟି ଜିଲ୍ଲାରେ ୩ ଦିନ ପାଇଁ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। 

 

10. Jailed for irregularities: ସମବାୟସଂସ୍ଥା ଅର୍ଥ ହେରଫେର ମାମଲାରେ ୫ଜଣଙ୍କୁ କାରାଦଣ୍ଡ: 
ମୟୂରଭଞ୍ଜର ବୈଶିଙ୍ଗା ଲ୍ୟାମ୍ପସ ରେ ୧ କୋଟି ୮୨ ଲକ୍ଷ ଟଙ୍କାର ହୋଫେର ମାମଲାରେ  ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡବିଧାନ କରାଯାଇଛି। ୨୦୦୮ମସିହାରେ ବୈଶିଙ୍ଗା ଲ୍ୟାମ୍ପ୍ସରେ ଚାଷୀଙ୍କ ନିମନ୍ତେ ଡିଡବ୍ଳୁ ଓ ଡିଆର୍ ଯୋଜନା ଋଣ ପ୍ରଦାନ ନାଁରେ ହୋଇଥିବା ଦୁର୍ନୀତିର ବିଚାର କରି   ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୩ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି।