Top 10 News Headlines:

 

1. Rain in Odisha may gears up from 12th

୧୨ରୁ ପୁଣି ବର୍ଷା ବଢ଼ିବ: ଆସନ୍ତା କାଲି ୮ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବାକୁ ଥିବାବେଳେ, ୧୨ ତାରିଖ ଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ସମ୍ଭାବନା ରହିଛି ବୋଲି ବିଭାଗ ଜଣାଇଛି। ଅପରପକ୍ଷେ ଏବେ ଦୁର୍ବଳ ହୋଇଥିବା ଲଘୁଚାପ ଗଲା ୭ ଦିନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭଲ ବର୍ଷା କରାଇଛି। ଏହାର ପରିମାଣ ହାରାହାରି ୮୪.୬ ମିଲିମିଟର। ଫଳରେ ସ୍ୱଭାବିକଠାରୁ ସେପ୍ଟମ୍ବର ମାସରେ ୩୬ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଜଣାିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ।

 

2. Renovation in BPI Airport

ରାତି ୧୦ରୁ ବିମାନସେବା ବନ୍ଦ: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରର ହେବ ନବୀକରଣ। ରନ୍‍ଓ୍ୱେର ମରାମତି ସହିତ ଏଠାରେ ଅତ୍ୟାଧୁନିକ କ୍ୟାଟ-୨ ଲାଇଟ୍‍ ଲଗାଯିବ। କ୍ୟାଟ୍‍-୨ ଏକ ସ୍ୱତନ୍ତ୍ର ସୁରକ୍ଷା ଲାଇଟ୍‍ ବ୍ୟବସ୍ଥା ଯାହା ବିମାନ ଚାଳକଙ୍କ ପାଇଁ ଟେକ୍‍ଅଫ୍‍ ଏବଂ ଲଣ୍ଡିଂ ସମୟରେ ଦୃଶ୍ୟମାନତା ବଢ଼ାଇଥାଏ। ଅର୍ଥାତ୍‍ କୁହୁଡ଼ି, ବା ଅତ୍ୟଧିକ ଖରା ସମୟରେ ଏହି ଆଲୁଅ ବିାମନକୁ ରନ୍‍ଓ୍ୱେ ସମ୍ପର୍କରେ ଠିକଣା ସୂଚନା ଦେଇଥାଏ। ଏହି କାର୍ଯ୍ୟ ରାତିବେଳା ହେବ ଏବଂ ଏଥିଲାଗି ବିମାନବନ୍ଦରରେ ଅବତରଣ ବା ଉଡ଼ାଣ ବନ୍ଦ ରହିବ।  

 

3. UPI ATM in Mumbai sho3

ମୁମ୍ବାଇରେ  ୟୁପିଆଇ ଏଟିଏମ୍‍ : ଏହି ୟୁପିଆଇ ସକ୍ଷମ ଏଟିଏମ୍‍ ଆାସନ୍ତା ସମୟରେ ଏଟିଏମ୍‍ ମେସିନ୍‍ର ବିକଳ୍ପ ହେବ। ଅର୍ଥାତ୍‍ ଦେଶରେ ଥିବା ଅଢ଼େଇ ଲକ୍ଷରୁ ଅଧିକ ଏଟିଏମ୍‍ ମେସିନ୍‍ କ୍ରମଶଃ ପୁରୁଣା ହୋଇଯିବେ। ଏ ମେସିନ୍‍ ଏକ ଗେମ୍‍ ଚଞ୍ଜର ହେବ ବେଲି ଆଶା କରାଯାଇଛି।  ୟୁପିଆଇ ମାଧ୍ୟମରେ ଯେକୌଣସି ବ୍ୟାଙ୍କ ଆକାଉଣ୍ଟରୁ ଏହି ମେସିନ୍‍ ଦ୍ୱାରା ଟଙ୍କା ଉଠାଇହେବ। 

 

4. New Rules and Portal for Teachers transfer

ଶିକ୍ଷକ ବଦଳି ପାଇଁ ନୂଆ ନିୟମ ଓ ପୋର୍ଟାଲ: ରାଜ୍ୟରେ ହାଇସ୍କୁଲ୍‍ ସ୍ତରରର ଶିକ୍ଷକଙ୍କ ଆନ୍ତଃ ଜିଲ୍ଲା ବଦଳି ଲାଗି ଥିବାନ ନିୟମକୁ ବ୍ୟାପକ କରାଯାଇଛି। ଏଣିକି ଶିକ୍ଷକଙ୍କ ଶାରିରୀକ ଅସୁସ୍ଥତା ସହ ତାଙ୍କ ଉପରା ନିର୍ଭରଶୀଳଙ୍କ ଶରିରୀକ ଅକ୍ଷମତାକୁ ମଧ୍ୟ ବିଚାରକୁ ନେବାକୁ ସୁଯୋଗ ମିଳିଛି। ମେଡିକାଲ୍‍ ବୋର୍ଡର  ପ୍ରମାଣପତ୍ର ଆଧାରରେ ଏଣିକି ବଦଳି ପାଇଁ ଅନୁରୋଧ ଗ୍ରହଣ କରାଯିବ। ଏଥିଲାଗି ସ୍ୱତନ୍ତ୍ର ପୋର୍ଟାଲ୍‍ ବ୍ୟବସ୍ଥା କରାଯାଇଛି।

 

5. Admission to Homeo pathy and Allopathy colleges to begin tomorrow

୮ରୁ ହୋମିଓ ପାଥି ଓ ଆୟୁର୍ବେଦ କଲେଜ୍‍ରେ ନାମ ଲେଖା: ଆସନ୍ତା କାଲିଠାରୁ ରାଜ୍ୟର ଆୟୁରବେଦ ଏବଂ ହୋମିପାଥି କଲେଜଗୁଡ଼ିକରେ ନାମଲେଖା କରାଯିବ। ଏଥିଲାଗି ମଧ୍ୟାହ୍ନ ୧୨ଟାରୁ ପଞ୍ଜିକରଣ ଆରମ୍ଭ ହେବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୧୦ ତାରିଖରେ ମକ୍‍ ଆଲଟ୍‍ମେଣ୍ଟ ଓ ୧୧ ତାରିଖରେ ଚଏସ୍‍ ଲକିଂ କରାଯିବ।୧୩ ତାରିଖରେ ସିଟ୍‍ ଆଲଟ୍‍ମେଣ୍ଟ ତାଲିକା ପ୍ରକାଶ କରାଯିବ ବୋଲି  ବିଜ୍ଞପ୍ତିରେ ଦର୍ଶାଯାଇଛି। 

 

6. US Prez to arrive at Delhi : ଆସିବେ ବାଇଡେନ୍‍: ଶୁକ୍ରବାର ସନ୍ଧ୍ୟାରେ ଆରେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ନୂଆଦିଲ୍ଲୀ ଆସିବେ। ଆାମେରିକା ରାଷ୍ଟ୍ରପତିଙ୍କସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ଓ୍ୱାନ୍‍ରେ ସେ ପହଞ୍ଚିବେ ଏବଂ ସେଠାରୁ ତାଙ୍କ ପାଇଁ ଉଦ୍ଦିଷ୍ଟ ‘ଦି ବିଷ୍ଟା’ କାର୍‍ରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଲୋଚନାସ୍ଥଳରେ ପହଞ୍ଚିବେ।   ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀରେ ଯୋଗ ଦେବେ  ବୋଲି ଜଣାଯାଇଛି । ଶ୍ରୀ ବାଇଡେନ୍‍ଙ୍କ ଗସ୍ତକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାଇଡେନ୍‍ ରହୁଥିବା ହୋଟେଲ୍‍ର ସୁରକ୍ଷା ଦାୟିତ୍ୱ ଆମେରିକା ହାତରେ ରହିବ।

 

7. Selfie by Aditya L1

ସେଲ୍ଫି ନେଲା ଆଦିତ୍ୟ ଏଲ୍‍ଓ୍ୱାନ୍‍: ଇସ୍ରୋ ପକ୍ଷରୁ ଜାରି ରହିଥିବା ସୂର୍ଯ୍ୟ ଅଭିଯାନରେ ସଫଳତା ମିଳିଛି। ସୂର୍ଯ୍ୟଯାନ ଆଦିତ୍ୟ ଏଲ୍‍ଓ୍ୱାନ୍‍ ଆାଜି ମହାକାଶରୁ ଏକ ସେଲ୍ଫି ସହ ପୃଥିବୀ ଓ ଚନ୍ଦ୍ର ପୃଷ୍ଠର ଫଟୋ ପଠାଇଛି। ଏହାକୁ ଇସ୍ରୋ ତାହାର ସୋସିଆଲ୍‍ ମିଡିଆ ହ୍ୟାଣ୍ଡଲ୍‍ରେ ପୋଷ୍ଟ କରିଛନ୍ତି। ୨ ତାରିଖରେ ଏଲ୍‍ଓ୍ୱାନ୍‍ ଉତ୍‍କ୍ଷେପଣ କରାଯାଇଥିଲା।

 

8. A Raja on Sanatan Row

ସନାତନ ଧର୍ମକୁ ଏଚ୍‍ଆଇଭି ଓ ଲେପ୍ରୋସୀ ସହ ତୁଳନା କଲେ ଏ ରାଜା:  ତାମିଲ୍‍ନାଡ଼ୁ କ୍ରୀଡ଼ାମନ୍ତ୍ରୀ ଉଦୟନିଧି  ଷ୍ଟାଲିନ୍‍ଙ୍କ ‘ସନାତନ’ ଧର୍ମ ବୟାନକୁ ନେଇ ବିବାଦ ଥମି ନଥିବାବେଳେ ପୂର୍ବତନ ମନ୍ତ୍ରୀ ତଥା ୨-ଜି ସ୍କାମ୍‍ ପାଇଁ ଚର୍ଚିତ ଡିଏମକେ ନେତା ଏ ରାଜା ପୁଣିଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ସନାତନ ଧର୍ମକୁ ଏଚ୍‍ଆଇଭି ଓ ଲେପ୍ରୋସୀ ସହ ତୁଳନା କରିଛନ୍ତି। ଅପରପକ୍ଷେ ତାମିଲ୍‍ନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‍କେ ଷ୍ଟାଲିନ୍‍ ଉଦୟନିଧିଙ୍କ ବୟାନରେ ସ୍ପଷ୍ଟୀକରଣ ରଖିଛନ୍ତି।

 

9. Excise ASI on Vigilance Net

ଭିଜିଲାନ୍ସ ପଞ୍ଝାରେ ଅବକାରୀ ଏଏସ୍‍ଆଇ:  ବାଲୁଗାଁ ଅବକାରି  ଏଏସଆଇ ସୁଦୀପ୍ତ ଦାଶଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ  ତାଙ୍କ ସରକାରୀ ବାସଭବନ ସମେତ ନୟାଗଡର ଚାରୋଟି ସ୍ଥାନରେ ଏକକାଳିନ ହୋଇଛି। 

 

10. Free Journey by E-Bus

ଇ-ବସରେ ମାଗଣା ଯାତ୍ରା: ଆନ୍ତର୍ଜାତିକ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ  ଅବସରରେ ଗୁରୁବାରଦିନ  ବିଏମସି ଓ କ୍ରୁଟ ପକ୍ଷରୁ ଅଭିନବ ସଚେତନତା କରାଯାଉଛି । ଇ-ବସ ଏବଂ ଇ-ରିକ୍ସା ରେ ଦିନକ ପାଇଁ ମାଗଣା ଯାତ୍ରା ବ୍ୟବସ୍ଥା କରିଛି କ୍ରୁଟ୍‍। ଅର୍ଥାତ୍‍ ଆାଜି  ଯାତ୍ରୀମାନେ ବିନା ମୂଲ୍ୟରେ ୫୦ ଇ-ବସଓ ୫୦ ଟି ଇ-ରିକ୍ସା ଦ୍ୱାରା ୧୦ ଟି ରୁଟରେ ଯାତ୍ରା କରିପାରିବେ।