'jawan' Review: ଜୱାନ ଦେଖିବା ପରେ ଏମିତି ଆସିଲା ପ୍ରତିକ୍ରିୟା
Advertisement
Article Detail0/zeeodisha/odisha1860015

'jawan' Review: ଜୱାନ ଦେଖିବା ପରେ ଏମିତି ଆସିଲା ପ୍ରତିକ୍ରିୟା

'jawan' Review : ପ୍ରଥମ ସୋ ଦେଖିବା ପାଇଁ ପ୍ରତିଟି ସିନେମା ହଲ ସାମ୍ନାରେ ଆଜି ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଶାହାରୁଖଙ୍କ ପ୍ରଶଂସକ ଶାହାରୁଖଙ୍କ ଫଟୋ ଥିବା ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

'jawan' Review: ଜୱାନ ଦେଖିବା ପରେ ଏମିତି ଆସିଲା ପ୍ରତିକ୍ରିୟା

'jawan Review': ବଲିଉଡ କିଙ୍ଗ୍ ଖାନ ଶାହାରୁଖଙ୍କ ନୂଆ ସିନେମା 'ଜୱାନ' ଆଜି ରିଲିଜ୍ ହୋଇଛି । ଶାହାରୁଖ ଖାନ (shahrukh khan), ନୟନତାରା ଏବଂ ବିଜୟ ସେଥୁପାଠୀ (vijay sethupathi)ଙ୍କ ଅଭିନିତ ଏହି ଚଳଚ୍ଚିତ୍ରକୁ ନେଇ  ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା କରାଯାଉଥିଲା ।  ଆଜି ସିନେମା ରିଲିଜ୍ ପରେ ଦର୍ଶକ ସିନେମା ହଲରେ ଭିଡ଼ ଜମାଇଥିଲେ । ସିନେମା ଦେଖିବା ପାଇଁ ଅନେକ ଦର୍ଶକ ଆଗୁଆ ଟିକେଟ କରିଥିଲେ । ଆଜି ସିନେମା ଦେଖିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମତାମତ ଦେଇଛନ୍ତି ଦର୍ଶକ । ଅନେକ ଲୋକ ସିନମା ଦେଖିବା ପରେ ଶାହାରୁଖ ଖାନଙ୍କ ସିନେମାକୁ ବ୍ଲକବଷ୍ଟର (Blockbuster) ବୋଲି କହିଛନ୍ତି । ଜୱାନ ରିଲିଜ୍ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ମେମ୍ ଦେଖିବାକୁ ମିଳୁଛି । ସମସ୍ତେ ନିଜ ନିଜ ଶୈଳୀରେ ମେମ୍ ତିଆରି କରି ଶାହାରୁଖ ଖାନ ଏବଂ ତାଙ୍କ ଅଭିନିତ ସିନେମା ଜୱାନକୁ ଖୁବ୍ ପ୍ରଶଂସା କରୁଛନ୍ତି । 

ସମଗ୍ର ବିଶ୍ୱରେ ପ୍ରାୟ ଦଶ ହଜାର ସିନେମା ହଲରେ 'ଜୱାନ' ମୁକ୍ତିଲାଭ କରିଛି । ପୂର୍ବରୁ ଶାହାରୁଖଙ୍କ ଅଭିନିତ ସିନେମା ପଠାନ ଭାରତର ୫୫୦୦ଟି ହଲରେ ଏବଂ ବିଦେଶରେ ୨୭୦୦ ହଲରେ ରିଲିଜ୍ ହୋଇଥିଲା । ତେବେ ବର୍ତ୍ତମାନ ସିନେମାର ବଜେଟ୍ କଲେକ୍ସନ (Budget Collection)କୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରଥମ ସୋ ଦେଖିବା ପାଇଁ ସିନେପ୍ରେମୀ ସକାଳ ୩ ଟାରୁ ମୁମ୍ବାଇର ବାନ୍ଦ୍ରା ୱେଷ୍ଟର ଗାଏଟି ଗାଲାକ୍ସିରେ ଏକତ୍ରିତ ହୋଇଥିଲେ । ଶାହାରୁଖଙ୍କ ଅନେକ ଫ୍ୟାନ୍ସ ଶାହାରୁଖ ଖାନଙ୍କ ଫଟୋ ଥିବା ଟି-ସାର୍ଟ (T-shirt) ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଶାହାରୁଖ ଖାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ନୱନ୍ତରା ଏବଂ ବିଜୟ ସେଥୁପାଠୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ବଲିଉଡ ନାୟିକା ଦୀପିକା ପାଦୁକୋନଙ୍କୁ ଏକ ବିଶେଷ ଭୂମିକାରେ ଦେଖିବାକୁ ମିଳିଛି ।  ଫିଲ୍ମଟି ସେପ୍ଟେମ୍ବର ୭ ରେ ରିଲିଜ ହେବା ପୂର୍ବରୁ ଆଡଭାନ୍ସ ବୁକିଂରେ ଏହା ରେକର୍ଡ ଭାଙ୍ଗିଥିଲା ।

Post- 1

ଶାହାରୁଖ ଖାନ ଚଳଚ୍ଚିତ୍ର ଜୱାନରେ ୨୨ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ନିଜର ଦମଦାର ଅଭିନୟ ପାଇଁ ଶାହାରୁଖ ପୁଣି ଥରେ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଫିଲ୍ମ ଦେଖିବା ପ୍ରଶଂସକମାନେ କିଙ୍ଗ ଖାନଙ୍କୁ ଖୁବ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଜୱାନରେ ଶାହାରୁଖଙ୍କ ଡବଲ ରୋଲ୍ ଦର୍ଶକଙ୍କ ହୃଦୟ ଜିତିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶାହାରୁଖ ଖାନ ଜୱାନରେ ଯେଉଁ ଭୂମିକାରେ ଦେଖିବାକୁ ମିଳିଛନ୍ତି ସେପରି ଏକ ଭୂମିକାରେ ୨୨ ବର୍ଷ ପୂର୍ବରୁ ଥରେ ଅଭିନୟ କରିଥିଲେ । ଆଜ୍ଞା ହଁ, ପ୍ରାୟ ୨୨ ବର୍ଷ ପରେ ଶାହାରୁଖ ଏକ ପୋଲିସ ଅଫିସର ଭାବରେ ଅଭିନୟ କରିଛନ୍ତି । ଏହା ପୂର୍ବରୁ ସିନେମା 'ୱାନ ଟୁ କା ଫୋର' ସିନେମାରେ ଏସିପି ଅରୁଣ ଭର୍ମା ଭୂମିକାରେ ଅଭିନୟ କରିଥିଲେ । ସିନେମାଟି ୨୦୦୧ରେ ରୁପଲି ପରଦାରେ ମୁକ୍ତିଲାଭ କରିଥିଲା । ତେବେ ବର୍ତ୍ତମାନ ଜୱାନ ସିନେମା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

Also Read- Brass City: ଭାରତର ପିତ୍ତଳ ସହର ବିଷୟରେ ଖାସ କଥା, ଆମେରିକା ୟୁରୋପକୁ ଯାଇଥାଏ ସାମଗ୍ରୀ

Also Read- Haldiram's ବିକା ହେବ! କିଏ କିଣିବ ଏହାର ଅଂଶଧନ; ଟାଟା ପାରିବ କି?