Brass City: ଭାରତର ପିତ୍ତଳ ସହର ବିଷୟରେ ଖାସ କଥା, ଆମେରିକା ୟୁରୋପକୁ ଯାଇଥାଏ ସାମଗ୍ରୀ
Advertisement
Article Detail0/zeeodisha/odisha1858996

Brass City: ଭାରତର ପିତ୍ତଳ ସହର ବିଷୟରେ ଖାସ କଥା, ଆମେରିକା ୟୁରୋପକୁ ଯାଇଥାଏ ସାମଗ୍ରୀ

Brass City: ଭାରତର ଏହି ସହରରୁ ବିଦେଶକୁ ରପ୍ତାନୀ ହୋଇଥାଏ ଅନେକ ପ୍ରକାରର ପିତ୍ତଳ ବାସନ ।

Brass City: ଭାରତର ପିତ୍ତଳ ସହର ବିଷୟରେ ଖାସ କଥା, ଆମେରିକା ୟୁରୋପକୁ ଯାଇଥାଏ ସାମଗ୍ରୀ

Brass City: ଭାରତର ଥିବା ପ୍ରତିଟି ସହରର ନିଜର ବିଶେଷତ୍ୱ (own specialty) ରହିଛି । ସବୁ ସ୍ଥାନରେ ରହିଛି ଭିନ୍ନ ଭିନ୍ନ ଇତିହାସ । ଅନେକ ସହରକୁ ନିଜ ସ୍ୱତନ୍ତ୍ର ପରିଚୟ ପାଇଁ ମାନ୍ୟତା ମିଳିଛି । ଆଉ କିଛି ସହରକୁ ମାନ୍ୟତା ମିଳିନଥିଲେ ମଧ୍ୟ ସେଠାରେ ରହିଥିବା କାରୁକାର୍ଯ୍ୟ ଆଜି ବି ଜୀବନ୍ତ ରହିଛି । ନିଜ ସହରର ମାନ ବଜାୟ ରଖିବା ପାଇଁ ସେଠାକାର ଲୋକମାନେ ଏବେବି ଚେଷ୍ଟା ଜାରି ରଖିଛନ୍ତି । ଆମ ଦେଶରେ ଅବସ୍ଥିତ ଏକ ସହରକୁ ପିତ୍ତଳ ସହର ବୋଲି ସମସ୍ତେ ଜାଣନ୍ତି । ଉକ୍ତ ସହରରେ ଗଢି ଉଠିଥିବା କାରିଗରୀ ପାଇଁ ସବୁଠି ଚର୍ଚ୍ଚା ଆଲୋଚନା ହୋଇଥାଏ । ଏଠାରୁ ବ୍ୟବସାୟ ଆମେରିକା ଓ ୟୁରୋପ (America and Europe) ପର୍ଯ୍ୟନ୍ତ ମଧ୍ୟ ଲମ୍ୱିଛି । ଯଦି ଆପଣ ଉକ୍ତ ସହର ଏବଂ ଏଠାରେ ଗଢି ଉଠିଥିବା ବ୍ୟବସାୟ ବିଷୟରେ ଜାଣି ନାହାଁନ୍ତି, ତାହେଲେ ଆମେ ଆଜି ଆପଣଙ୍କୁ ସେହି ଖବର ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିବୁ । ଏହି ଶିଳ୍ପର କିପରି ଏତେ ବ୍ୟାପକ ହୋଇପାରିଛି ଆସନ୍ତୁ ସେ ବିଷୟରେ ଜାଣିବା ।

ଏହାର ଇତିହାସ କ’ଣ?

ଉତ୍ତରପ୍ରଦେଶର ମୋରାଦାବାଦ (up moradabad)କୁ ପିତ୍ତଳର ସହର କୁହାଯାଇଥାଏ । ଏକ ସରକାରୀ ଯୋଜନା ଅଧୀନରେ ମୋରାଦାବାଦକୁ ପିତ୍ତଳ ସହରର ନାମ ଭାବରେ ବିବେଚନା କରାଯାଇଥାଏ । ୟୁପି ସରକାରଙ୍କ ପକ୍ଷରୁ ଏହି ସ୍ଥାନର ସ୍ୱତନ୍ତ୍ରତା ବିଷୟରେ ଅନେକ ସ୍ଥାନରେ ଉଲ୍ଲେଖ କରାଯାଇଛି । ଏହି ସହରରେ ନିର୍ମିତ ହେଉଥିବା ପିତ୍ତଳ ଜିନିଷ ଗୁଡ଼ିକ ଭାରତୀୟ ସଂସ୍କୃତି, ବିବିଧତା, ଐତିହ୍ୟ ଏବଂ ଇତିହାସକୁ ପ୍ରତିଫଳିତ କରିଥାଏ । ଏଠାରେ ପିତ୍ତଳର ଜିନିଷ ତିଆରି ପାଇଁ ବଡ଼ କାରଖାନାଠାରୁ ଆରମ୍ଭ କରି ଛୋଟ ଛୋଟ ଶିଳ୍ପ ରହିଛି । ବିଭିନ୍ନ ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି (Statue of Hindu god)ଠାରୁ ଆରମ୍ଭ କରି ମୋଗଲ ସାମ୍ରାଜ୍ୟର ଚିତ୍ର ଗୁଡିକ ପର୍ଯ୍ୟନ୍ତ ଏଠାରେ ଖୁବ ଆକର୍ଷଣୀୟ କାରୁକାର୍ଯ୍ୟରେ ଚିତ୍ରଣ କରାଯାଇଥାଏ ।

ବିଦେଶ ସହିତ ବ୍ୟବସାୟ
ମୋରାଦାବାଦରେ ଉତ୍ପାଦିତ ପିତ୍ତଳ ଦ୍ରବ୍ୟ କେବଳ ଭାରତ ବିଭିନ୍ନ ସ୍ଥାନରେ ବିକ୍ରି (Sale) ହୁଏ ତାହା ନୁହେଁ । ବରଂ ଏହି ଆକର୍ଷଣୀୟ ଜିନିଷ ଗୁଡିକ ଆମେରିକା, ୟୁରୋପ, ମାଳଦ୍ୱୀପକୁ ମଧ୍ୟ ରପ୍ତାନି ହୋଇଥାଏ । ବିଶେଷ କରି ଆମେରିକାକୁ ଅଧିକ ପରିମାଣର ପିତ୍ତଳ ରପ୍ତାନି କରାଯାଇଥାଏ । ଯଦି ଆମେ ଏହି ଶିଳ୍ପର ବଜେଟ୍ ବିଷୟରେ କହିବା ତେବେ ଏହାର କାରବାର ପ୍ରାୟ ୮ ହଜାରରୁ ୯ ହଜାର କୋଟି ଟଙ୍କା । ପୂର୍ବରୁ ୨୦୦୮-୨୦୦୯ ମସିହାରେ ଏହି କାରବାର ପାଖାପାଖି ୨୦ ହଜାର କୋଟି ଥିଲା । ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ତେବେ ସହରର ପ୍ରାୟ ୪୭% ମୁସଲମାନ ଲୋକ (Muslim people) ଅଛନ୍ତି । ମୁସଲମାନ ସମ୍ପ୍ରଦାୟର ଲୋକେ ପାରମ୍ପାରିକ ଭାବରେ ପିତ୍ତଳର ବିଭିନ୍ନ ସରଞ୍ଜାମ (Various brass instruments) ତିଆରି କରିଥାନ୍ତି । ବର୍ତ୍ତମାନ ମୋରାଦାବାଦରେ ପ୍ରାୟ ୪ ହଜାର ପାଖାପାଖି ଛୋଟ ବୋଡ଼ ପିତ୍ତଳ ବାସନ ତିଆରି କାରଖାନା ରହିଛି । ଅନେକ ହିନ୍ଦୁ ଲୋକମାନେ ରପ୍ତାନିକାରୀ କାର୍ଯ୍ୟ କରୁଛନ୍ତି । ଏଥିସହ ଅନେକ ପିତ୍ତଳ ପ୍ରସ୍ତୁତକାରୀ ବ୍ୟକ୍ତିମାନେ ମିଳିମିଶି ସଂଘ ମଧ୍ୟ ପ୍ରସ୍ତୁତ କରିଛନ୍ତି । ସେମଧ୍ୟରେ ରହିଛି ମାନସୁରୀ ସଂଘ, ପ୍ରଧାନ ସଂଘ, ପିତ୍ତଳ ବସ୍ତି କାରିଗର ସଂଘ ଇତ୍ୟାଦି ।

Also Read- ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୫ ହଜାର ରିଲାଏନ୍‌ସ ଫାଉଣ୍ଡେସନ ଶିକ୍ଷାବୃତ୍ତି ନିମେନ୍ତ ଆବେଦନ ଆହ୍ୱାନ

Also Read- ଜିଓକୁ ୭ ବର୍ଷ, ଗ୍ରାହକଙ୍କୁ କମ୍ପାନୀର ଉପହାର, ୩ଟି ଲୋକପ୍ରିୟ ପ୍ଲାନରେ ଅଧିକ ଡାଟା ଓ ସ୍ୱତନ୍ତ୍ର ଭାଉଚର୍