Top 10 News Headlines Of 26th September 2023 | 1. କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ରେ ଶିଶୁ ଅଦଳବଦଳ ( New born exchanged):  ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‍ପିଟାଲ୍‍ ରେ ଶିଶୁ ଅଦଳ  ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ପ୍ରାଣକୃଷ୍ଣ ବିଶ୍ୱାଳ। ପ୍ରଥମେ ପୁଅ ହୋଇଛି କହି ଖବର ଦେବା ପରେ ତାଙ୍କୁ କନ୍ୟା ଶିଶୁ ପ୍ରଦାନ କରାଯାଇଥିଲା। ଏହାକୁ ନେଇ ପ୍ରାଣକୃଷ୍ଣଙ୍କ ସନ୍ଦେହ ବଢ଼ିବାରୁ ସେ ଶିଶୁକୁ ନେବା ପାଇଁ ମନା କରିଛନ୍ତି। ଡିଏନ୍‍ଏ ପରୀକ୍ଷଣ କରାଯାଇ ଏହାର ସତ୍ୟାସତ୍ୟ ପ୍ରମାଣିତ କରିବାକୁ ସେ ଅନୁରୋଧ କରିଛନ୍ତି। ଏଥିପାଇଁ ସେ ଉଭୟ ହସ୍‍ପିଟାଲ୍‍ ନିର୍ଦ୍ଦେଶକ ଏବଂ ଥାନାରେ ଅଭିଯୋଗ କରିଛନ୍ତି। 

 

2. ବିଧାନସଭାରେ ୬ ବିଲ୍‍ ପାରିତ ( 6 Bills Passed in Odisha): ମୌସୁମୀ ଅଧିବେଶନର ତୃତୀୟ ଦିନରେ ଓଡ଼ିଶା ବିଧାନସଭା ୬ଟି ବିଲ୍‍କୁ ପାରିତ କରିଛି। ଏଗୁଡ଼ିକ ହେଉଛି ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଲ୍‍, ପଦ ଓ ସେବା ସଂରକ୍ଷଣ ବିଲ୍‍, ଦ୍ରବ୍ୟ ଓ ସେବା କର ବିଲ୍‍, ପୌରାଞ୍ଚଳ ଆଇନ ସଂଶୋଧନ ବିଲ, ଓଡ଼ିଶା ଚକବନ୍ଦୀ ବିଲ୍‍, ଓଡ଼ିଶା ଓବିସି ଆୟୋଗ ସଂଶୋଧନ ବିଲ୍‍। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏସବୁ ଆଇନରେ ସଂଶୋଧନ କରାଯାଇଥିବା କୁହାଯାଇଛି। 

 

3. ଆପାର୍ଟମେଣ୍ଟ  ପାଇଁ ନୂଆ ଆଇନ ( New Apartment ownership Act): ଏଣିକି ଆପାର୍ଟମେଣ୍ଟର ସମୁଦାୟ ଜମି ଏବଂ ସାଧାରଣ ଅଞ୍ଚଳ ( କମନ୍‍ ଏରିଆ) ଗୃହ ମାଲିକ ବା ଆପାର୍ଟମେଣ୍ଟ କ୍ରେତାଙ୍କ  ଅଧୀନରେ ରହିବ। ଆଉ ବିଲ୍ଡରଙ୍କ ମନମୁଖୀ ଆଚରଣ ଚଳିବ ନାହିଁ। ଆଇନଗତ ଭାବେ ଆପାର୍ଟମେଣ୍ଟ ମାଲିକ ହିଁ ହେବେ ସମୁଦାୟ ପ୍ରକଳ୍ପର ମାଲିକ।  ଏହି ଉଦ୍ଦେଶ୍ୟରେ ବିଧାନସଭାରେ ଆଜି ପାରିତ ହୋଇଛି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବିଧେୟକ। ଖୁବ୍‍ ଶୀଘ୍ର ଏହାର ବିଜ୍ଞପ୍ତି ଗେଜେଟ୍‍ ରେ ପ୍ରକାଶ କରାଯାଇ ଲାଗୁ କରାଯିବ। ଏହାପରେ ଦୀର୍ଘ ୫୦୦ ଦିନ ହେଲା ପଞ୍ଜିକରଣ ଅପେକ୍ଷାରେ ଥିବା ଆପାର୍ଟମେଣ୍ଟ କ୍ରେତାଙ୍କ କଷ୍ଟ ଲାଘବ ହେବ। ନୂଆ ପଞ୍ଜିକରଣ ଆରମ୍ଭ ହେବ।

 

4. ୨୮ରେ ସରକାରୀ ଛୁଟି (Govt Holiday): ଆସନ୍ତା ୨୮ ତାରିଖ ଗୁରୁବାରଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହି ଛୁଟି ଘୋଷଣା କରିଛନ୍ତି। ଆଜି ଏକ ବିଜ୍ଞପ୍ତି ଜରିଆରେ ଏହା କୁହାଯାଇଛି। ଇସ୍‍ଲାମ୍‍ ଧର୍ମର ପ୍ରବର୍ତ୍ତକ ପ୍ରଫେଟ୍‍ ମହମ୍ମଦଙ୍କ ଜୟନ୍ତୀ ପାଳନ ଲାଗି ଏହି ଛୁଟି ଘୋଷଣା କରାଯାଇଛି। 

 

5. ଅନିଶ୍ଚିତତାରେ ରତ୍ନଭଣ୍ଡାର (Judgement Reserved): ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଏବଂ ଏହାର ସୁରକ୍ଷା ଲାଗି ମରାମତି ଉଦ୍ଦେଶ୍ୟରେ ସରକାରଙ୍କୁ ଏହା ଖୋଲିବା ଲାଗି ଆଦେଶ ଦେବାକୁ ହୋଇଥିବା ଆବେଦନର ଶୁଣାଣି ଶେଷ ହୋଇଛି।  ହେଲେ ରାୟ ପ୍ରକାଶ ପାଇପାରି ନାହିଁ। ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ମାମଲାର ଶୁଣାଣି ହୋଇଥିଲା। ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଏଥିଲାଗି ଯୁକ୍ତି ଉପସ୍ଥାପନ କରିଥିଲେ। ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।  

 

6. ବିଜେଡିର ପଦଯାତ୍ରା ( Jan Sampark Yatra): ସବୁବର୍ଷ ଭଳି ଜନସମ୍ପର୍କ ସୃଷ୍ଟି ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ପଦଯାତ୍ରା। ଏହା ୧୧ ତାରିଖ ଯାଏ ଚାଲିବ। ଏହାର ନାଁ ରହିଛି ଜନସମ୍ପର୍କ ପଦଯାତ୍ରା। ଏହାପରେ ୧୨ ତାରିଖରୁ ଏକ ମାସ ବ୍ୟାପୀ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି।

 

7. ପ୍ରଭାତ ବିଶ୍ୱାଳଙ୍କ ନାଁରେ ଅତିରିକ୍ତ ଚାର୍ଜଶିଟ୍‍ ( ED’s fresh Chargesheet): ପୂର୍ବତନ ବିଧାୟକ ପ୍ରଭାବତ ବିଶ୍ୱାଳଙ୍କ ନାଁରେ ଅତିରିକ୍ତ ଚାର୍ଜଶିଟ୍‍ ଦାଖଲ କରିଛି ଇଡି। ଶି’ଶୋର ଚିଟ୍‍ଫଣ୍ଡ ଠକେଇ ମାମଲାକୁ ଭିତ୍ତିକରି ଏହି ମାମଲା ଦାଖଲ କରାଯାଇଛି। ତାଙ୍କ ସହ ପତ୍ନୀ ଲକ୍ଷ୍ମୀବିଳାସିନୀ ଏବଂ କମ୍ପାନୀର ଦୁଇ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଓ ପ୍ରଭାତ ଦାଶଙ୍କ ନାଁରେ ମଧ୍ୟ ଅତିରିକ୍ତ ଚାର୍ଜଶିଟ୍‍ ଦାଖଲ କରାଯାଇଛି।  ସ୍ୱତନ୍ତ୍ର କୋର୍ଟରେ ଏହି ଚାର୍ଜଶିଟ୍‍ ଦାଖଲ କରାଯାଇଛି। ଏହା ଦ୍ୱିତୀୟ ଅତିରିକ୍ତ ଚାର୍ଜଶିଟ୍‍।

 

8. ପ୍ରତାପ ଜେନାଙ୍କ ଅଡ଼ୁଆ ( Trouble for Pratap Jena): ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ୁଛି। ଗତକାଲି କୋର୍ଟ ପ୍ରତାପଙ୍କ ନାଁରେ ହତ୍ୟା, ଷଡ଼ଯନ୍ତ୍ର ଭଳି ସଙ୍ଗୀନ ମାମଲା ଚଳାଇବାକୁ ଅନୁମତି ଦେବା ପରେ ମାହାଙ୍ଗାରେ ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ଦେଖାଦେଇଛି। ଏହାଛଡ଼ା  ବିଧାନସଭାରେ ମଧ୍ୟ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଭେଟିଛନ୍ତି। ତାଙ୍କୁ କାହିଁକି ଦଳରୁ ବାହାର କରାଯାଉ ନାହିଁ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। 

 

9. ଅଶ୍ୱଚାଳନାରେ ଭାରତକୁ ସ୍ୱର୍ଣ୍ଣ( India wins Gold in Equestrian Games): ୪୧ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତ ଏସୀୟ କ୍ରୀଡ଼ାରେ ଆୟୋଜିତ ଅଶ୍ୱଚାଳନା ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ଅର୍ଜନ କରିଛି। ଭାରତୀୟ ଟିମ୍‍ ଦଳଗତ ଭାବେ ଏହି ପଦକ ବିଜେତା ହୋଇଛନ୍ତି। ଯେଉଁମାନେ ଭାରତକୁ ଏହି ସୌମ୍ମାନ ଦେଇଛନ୍ତି ସେମାନା ହେଲେ ଅନୁଷ ଅଗ୍ରଓ୍ୱାଲ, ହୃଦୟ ବିପୁଲ, ଦିବ୍ୟାକୃତୀ ଏବଂ ସୁଦିପ୍ତୀ ହଜେଲା। ଏହାଦ୍ୱାରା ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଛି। 

 

10. ସୁନିଆ ଉତ୍ସବ (New Era for Puri Gajapati):  ଆାଜି ପୁରୀ ଶ୍ରୀନଅରରେ ସୁନିଆ ଉତ୍ସବ ପାଳନ କରାଯାଇଛି। ଏହିୀଦିନଠାରୁ ଗଜପତି ଦିବ୍ୟସିଂହ ଦେବଙ୍କ ନୂଆ ଅଙ୍କ ପ୍ରଚଳନ ହୋଇଛି। ବିଧି ଅନୁସାରେ ଗଜପତିଙ୍କ ରାଜାଭିଶେକ ସହ ଅଙ୍କ କଟା ଯାଇଥିଲା। ଏହା ସହ ୧୪୩୧ ସାଲ ୬୭ ଅଙ୍କର ପ୍ରବେଶ ଘୋଷଣା କରାଯାଇଛି। ରାଜଗୁରୁଙ୍କ ଉପସ୍ଥିତିରେ ଏହି ପ୍ରଥା ପାଳନ କରାଯାଇଥିଲା। ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ୱର୍ଣ୍ଣମୁଦ୍ରା ପ୍ରଚଳନ କରାଯାଇଛି। ଗଜପତି ମହାରାଜା କନକ ଦୁର୍ଗା, ଶ୍ୟାମାକାଳୀ, ନୃସିଂହଙ୍କ ପୂଜା କରିବାର ପରମ୍ପରା ରହିଛି।