Top News Headlines


COMMERCIAL BREAK
SCROLL TO CONTINUE READING

1.BJP Grand Victory in 2023 Assembly Election: ଚଳିତ ବର୍ଷ ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଆଦି ୩ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି। ଏହି ନିର୍ବାଚନରେ ବିଜୟୀ ହେବା ପରେ ଦଳ ଏବେ ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ୩ ରାଜ୍ୟରେ ପୁରୁଖାଙ୍କ ସହ ନବାଗତ ଏପରିକି ସାଂସଦ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସଙ୍କେତ ଦେଇସାରିଛନ୍ତି ବିଜେପି କେନ୍ଦ୍ରୀୟ ନେତୃତ୍ୱ। 


2. NOTA Vote Share Reduced in Assembly Elections 2023: ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ପ୍ରଭୃତି ଦେଶର ୪ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ୧ ପ୍ରତିଶତରୁ କମ୍ ଭୋଟର କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବା ବଦଳରେ ନୋଟା ବିକଳ୍ପ ଚୟନ କରିଛନ୍ତି। ମଧ୍ୟ ପ୍ରଦେଶରେ ୭୭.୧୫ ପ୍ରତିଶତ ମତଦାନ ହୋଇଥିବା ବେଳେ ୦.୯୮% ଭୋଟର ନୋଟା ବିକଳ୍ପ ଚୟନ କରିଛନ୍ତି। ପଡୋଶୀ ଛତିଶଗଡ଼ରେ ୭୨.୩୧% ଭୋଟିଂ ହୋଇଥିବା ବେଳେ ୧.୨୬ ପ୍ରତିଶତ ଭୋଟର ନୋଟା ବଟନ୍ ଦବାଇଛନ୍ତି। ତେଲେଙ୍ଗାନାରେ ୭୧.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୦.୭୩ ପ୍ରତିଶତ ଭୋଟର ନୋଟା ଚୟନ କରିଛନ୍ତି। ସେହିପରି ରାଜସ୍ଥାନରେ ୭୪.୬୨ ପ୍ରତିଶତ ମତଦାନ ହୋଇଥିବା ବେଳେ  ୦.୯୬ ପ୍ରତିଶତ ଭୋଟର ନୋଟା ବିକଳ୍ପ ଚୟନ କରିଛନ୍ତି। 


3. Maryada Purushottam Shri Ram International Airport: ଧର୍ମ ନଗରୀ ଅଯୋଧ୍ୟା ସ୍ଥିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପର୍କରେ ଆସିଛି ଏକ ବଡ଼ ଖବର। ଆସନ୍ତା ୧୫ ଡିସେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଯିବ। ବିମାନ ବନ୍ଦରରେ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବା ପରେ ଆରମ୍ଭ ହୋଇଯିବ ବିମାନ ସେବା। ଅଯୋଧ୍ୟା ବିମାନ ବନ୍ଦରରେ ପ୍ରାୟ ୨୨୦୦ ମିଟର ଲମ୍ବା ରନୱେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯେଉଁଥିରେ ଛୋଟ ବିମାନ ଠାରୁ ଆରମ୍ଭ କରି ବୋଇଙ୍ଗ ୭୩୭, ଏୟାରବସ୍ ୩୧୯ ଏବଂ ଏୟାରବସ୍ ୩୨୦ ଭଳି ବଡ଼ ବଡ଼  ବିମାନ ଅବତରଣ କରିବାକୁ ସକ୍ଷମ ହେବ। 


4. Worlds Smallest Emergency Hospital: ପ୍ରଥମ ଥର ପାଇଁ ଭାରତ ଏକ ଜରୁରୀକାଳୀନ ହସ୍ପିଟାଲ ନିର୍ମାଣ କରିଛି। ଯାାହାକୁ କେବଳ ୮ ମିନିଟ ମଧ୍ୟରେ ଯେକୌଣସି ସ୍ଥାନରେ ପ୍ରସ୍ତୁତ କରାଯାଇ ପାରିବ। ଯଦି କୌଣସି ସ୍ଥାନରେ ବିପର୍ଯ୍ୟୟ ହୋଇଛି ତାହାଲେ ଏହାକୁ ଏୟାରଲିଫ୍ଟ କରି ଘଟଣାସ୍ଥଳରେ ପହଞ୍ଚା ଯାଇପାରିବ। ଏହି ଡାକ୍ତରଖାନାକୁ ଜଳ କିମ୍ବା ସ୍ଥଳ ଅଥବା ଆକାଶ ମାର୍ଗରେ ଯେକୌଣସି ସ୍ଥାନକୁ ପଠାଯାଇ ପାରିବ। "ପ୍ରୋଜେକ୍ଟ ଭୀଷ୍ମ" ଅଧିନରେ ଏହି ଡାକ୍ତରଖାନା ନିର୍ମାଣ କରାଯାଇଛି।


5. Japanese Language Name: ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କ ଅଜବ ନାମ ରହିଥିବାର ଶୁଣିବାକୁ ପାଇଥିବେ। ହେଲେ ଜାପାନ ଭଳି ଦେଶରେ ଅଜବ ଧରଣର ନାମ ବର୍ତ୍ତମାନ ଏକ ବଡ଼ ସମସ୍ୟା ପାଲଟିଗଲାଣି। ଏହି ସମସ୍ୟା ଏତେ ଗୁରୁତର ହୋଇଗଲାଣି ଯେ ବର୍ତ୍ତମାନ ଜାପାନ ସରକାର ଦେଶରେ ଲୋକଙ୍କ ଅଜବ ଧରଣର ନାମକରଣ କରିବାର ଅଭ୍ୟାସକୁ ରୋକିବା ପାଇଁ ଆଇନ ଆଣିବାକୁ ଯାଉଛନ୍ତି। ଏନେଇ  କୁହାଯାଇଛି ଯେ ପିତାମାତାଙ୍କ ସୃଜନଶୀଳ ହେବାର ଇଚ୍ଛାକୁ ସରକାର ବନ୍ଦ କରୁନାହାଁନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ପ୍ରତ୍ୟେକ ଜାପାନୀ ନାଗରିକଙ୍କ ପାଖରେ ରହିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ପ୍ରମାଣପତ୍ରକୁ ନିୟନ୍ତ୍ରଣ କରୁଥିବା ଆଇନରେ ପରିବର୍ତ୍ତନ କରାଯିବ। ଏହି ସଂଶୋଧନ ଅଭିଭାବକଙ୍କୁ ସେମାନଙ୍କ ପିଲାଙ୍କ ଅଜବ ଧରଣର ନାମକରଣକୁ ରୋକିବ। 


6. Crack in INDIA: ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବା ପରେ କଂଗ୍ରେସ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ କଂଗ୍ରେସ ବିରୋଧରେ ଦୋଷାରୋପ କରିଛନ୍ତି। ମେଣ୍ଟ ସଦସ୍ୟଙ୍କୁ ଏକାଠି ନନେଇ ଏକୁଟିଆ ଲଢ଼ିବାରୁ କଂଗ୍ରେସ ହ୍ୟାଟ୍ରିକ ପରାଜୟ ବରଣ କରିଥିବା କହିଛନ୍ତି ଇଣ୍ଡିଆ ମେଣ୍ଟର ସଦସ୍ୟ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଗକୁ ମେଣ୍ଟର ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି। ଏହା ବାଦ୍‍ ଆସନ୍ତା ବୁଧବାର ଅନୁଷ୍ଠିତ ହେଉଥିବା ଇଣ୍ଡିଆ ମେଣ୍ଟର ବୈଠକରେ ମମତା ବାନାର୍ଜୀଙ୍କ ଯୋଗାଦାନକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।   


7. Rajya Sabha Vice Chairman Panel: ଗତ ଜୁଲାଇ ମାସରେ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ୍ କୁ ମନୋନୀତ ହୋଇଥିବା ବିଜେଡ଼ି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ତାଙ୍କ ପଦବୀରୁ ବାହାର କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଡିସେମ୍ବର ୪ ତାରିଖ ଅଧିବେଶନର ପ୍ରଥମ ଦିନରେ ଘୋଷଣା କରିଥିବା ନୂତନ ୮ ଜଣିଆ ଉପାଧ୍ୟକ୍ଷ ତାଲିକାରେ ତାଙ୍କ ନାଁ ସାମିଲ୍‍ କରିନାହାନ୍ତି। ଯଦିଓ ମହିଳା ସଦସ୍ୟଙ୍କୁ ପ୍ୟାନେଲ୍ ରେ ସମାନ ସୁଯୋଗ ଦେବା ପାଇଁ ୪ ଜଣ ମହିଳା ସାଂସଦଙ୍କୁ ମନୋନୀତ କରାଯାଇଛି। ହେଲେ ସେଥିରୁ ବାଦ ପଡ଼ିଛନ୍ତି ବିଜେଡ଼ି ସାଂସଦ ସୁଲତା ଦେଓ। ଅପରପକ୍ଷେ ଓଡ଼ିଆ ବୋହୂ ଭାବେ ପରିଚିତ ବିଜେପି ସାଂସଦ ସୋନାଲ୍‍ ମାନସିଂହ ଉପାଧ୍ୟକ୍ଷ ପଦବୀ ପାଇଛନ୍ତି।  


8. 11 Climbers died due to Volcanic Eruption in Indonesia: ଆଗ୍ନେୟ ଉଦ୍‌ଗୀରଣ ହେବା କାରଣରୁ ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପି ଠାରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏହା ସହିତ ଅନେକ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ କେତେକ ସମ୍ପର୍କରେ କୌଣସି ସନ୍ଧାନ ମିଳୁନାହିଁ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଅଞ୍ଚଳରେ ପାଉଁଶ ଉଡୁଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।


9. ZPM Will Form Govt in Mizoram: ଡିସେମ୍ବର ୪ ତାରିଖ ସୋମବାର ପ୍ରକାଶ ୨୦୨୩ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ। ମୋଟ ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ସରକାର ଗଠନ ଲାଗି ଆବଶ୍ୟକ ବହୁମତ ସଂଖ୍ୟା ୨୧ ଅତିକ୍ରମ ବିରୋଧି ଦଳ ଆସନରେ ବସିଥିବା ଜୋରାମ ପିପୁଲ୍ସ ମୁଭ୍‍ମେଣ୍ଟ ସରକାର ଗଠନ ଲାଗି ପ୍ରସ୍ତୁତି ହେଉଛି। ଅନ୍ୟପଟେ ଶାସକ ମିଜୋ ନ୍ୟାସନାଲ୍‍ ଫ୍ରଣ୍ଟ ଗାଦିଚ୍ୟୁତ ହୋଇଛି।  ମୋଟ ୪୦ ଆସନ ମଧ୍ୟରୁ ଜୋରାମ ପିପୁଲ୍ସ ମୁଭ୍‍ମେଣ୍ଟ ୨୭, ମିଜୋ ନ୍ୟାସନାଲ୍‍ ଫ୍ରଣ୍ଟ ୧୦, ବିଜେପି ୨ ଏବଂ କଂଗ୍ରେସ ୧ ଆସନ ପାଇଛି।


10. 2023 Baliyatra Extended to 1 Day 2023: କାର୍ତ୍ତକ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରାର ଆଜି ଥିଲା ଶେଷ ଦିନ। ହେଲେ ବାଲିଯାତ୍ରା ପ୍ରତି ଲୋକଙ୍କ ଉତ୍ସାହ ଏବଂ ଆଗ୍ରହକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି। କଟକ ଜିଲ୍ଲା ପ୍ରଶାସନକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି।