Earth Hour 2024: ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘଣ୍ଟାଏ ପାଇଁ ଅନାବଶ୍ୟକ ବିଜୁଳି ବନ୍ଦ କରିବାକୁ ବିଶ୍ୱବାସୀଙ୍କୁ ଆହ୍ବାନ ଦିଆଯାଇଛି। ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ଏହି ଦିବସଟି ପ୍ରତ୍ୟକ ବର୍ଷ ମାର୍ଚ୍ଚ ମାସରେ ପାଳନ କରାଯାଏ।  ଆଜି ରାତି  ୮ଟା ୩୦ ରୁ ୯ଟା ୩୦ ଯାଏଁ  ଆର୍ଥ ଆୱାର ପାଳନ କରାଯିବ। ଅର୍ଥାତ୍ ପୂରା ୧ ଘଣ୍ଟା ବିଜୁଳି ବନ୍ଦ କରିବେ ବିଶ୍ବବାସୀ। ସୂଚନା ଯୋଗ୍ୟ, ୨୦୦୭ ମସିହାରେ, ପ୍ରଥମେ  ଅଷ୍ଟ୍ରେଲିଆ ସିଡନୀରେ ଏହି ଦିବସଟିକୁ ପାଳନ କରାଯାଇଥିଲା । ପରେ ବିଶ୍ବରେ ଏହାକୁ ୨୦୦୮ ମସିହାରେ ପାଳନ ହେବା ଆରମ୍ଭ ହୋଇଥିଲା । ଲାଇଟଗୁଡିକୁ ସୁଇଚ ଅଫ କରାଗଲେ ଗ୍ରୀନହାଉସ ଗ୍ୟାସ ହ୍ରାସ ସହ ଜୀବାଷ୍ମ ଇନ୍ଧନ ବ୍ୟବହାର ବନ୍ଦ ହୋଇଥାଏ । ଏହା ପୃଥିବୀ ପ୍ରତି ଅନୁକୂଳ ସାବ୍ୟସ୍ତ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ALSO READ: Odisha News: ରସିକିଆ ପ୍ରିନ୍ସପାଲ୍, ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ...


ALSO READ: Gold Price Today: ଖସିଲା ସୁନା ରେଟ୍, ଚେକ୍ କରନ୍ତୁ ଓଡି଼ଶାରେ ଭରି ପିଛା କେତେ ରହିଛି ଦର


ସେପଟେ, ଏନେଇ ବାଲୁକା ଚିତ୍ରଶିଳ୍ପୀ ଶୁଦର୍ଶନ ପଟ୍ଟନାୟକ ଏନେଇ ଏକ ବାର୍ତ୍ତା ଦେଇଛନ୍ତି। ଏବଂ ଏକ ସୁନ୍ଦର ବାଲୁକା କଳା ମଧ୍ୟ ବେଳାଭୂମିରେ ଆଙ୍କିଛନ୍ତି। ଏବଂ ବାଲୁକା କଳା ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି ଯେ, ଆଜି ରାତି ୮ ଟା ୩୦ ରୁ ୯ ଟା ୩୦ ଯାଏ ଆର୍ଥ ଆୱାରରେ ସମସ୍ତେ ନିଜକୁ ସାମିଲ କରନ୍ତୁ। ଏହି ଏକ ଘଣ୍ଟା ଘରେ ଥିବାବେଳେ ଅଯଥା ଆବଶ୍ୟକ ନ ଥିବା ଲାଇଟ୍, ବିଦ୍ୟୁତ ଉପକରଣ ବନ୍ଦ କରନ୍ତୁ ।