Advertisement
Article Detail0/zeeodisha/odisha2170454
Zee OdishaOdisha StateOdisha News: ରସିକିଆ ପ୍ରିନ୍ସପାଲ୍, ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ...

Odisha News: ରସିକିଆ ପ୍ରିନ୍ସପାଲ୍, ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ...

Odisha News: ପ୍ରେମ ଶାଶ୍ବତ । ପ୍ରେମ ମାନେନା ବୟସ,ଜାତି,ସୀମା ସରହଦ । ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ। ତେବେ, ପ୍ରେମକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ। ଏହି ଘଟଣା ସମସ୍ତଙ୍କୁ ଚକିତ କରିବ ନିଶ୍ଚୟ। ଯୁକ୍ତ ଦୁଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବନ୍ଧା ହେଲେ ରସିକିଆ ପ୍ରିନ୍ସପାଲ୍ । ଏହି ଘଟଣା ଏବେ ଥାନରେ ପହଞ୍ଚିଛି। ...

ALSO READ:  Gold Price Today: ଖସିଲା ସୁନା ରେଟ୍, ଚେକ୍ କରନ୍ତୁ ଓଡି଼ଶାରେ ଭରି ପିଛା କେତେ ରହିଛି ଦର

ALSO READ: Damodar Rout: ପଞ୍ଚଭୂତରେ ବିଲୀନ ହେଲା ବରିଷ୍ଠ ନେତା ଡାକ୍ତର ଦାମୋଦର

Add Zee News as a Preferred Source

ସୂଚନାଯୋଗ୍ୟ, ମାଲକାନଗିରି ଏମଭି ୭୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ୍ୟ ପ୍ରଶାନ୍ତ କୁମାର ପାଢୀ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ମନେ ମନେ ତାଙ୍କୁ ଭଲ ପାଇ ବସିଥିଲେ। ଏ-ପରିକି ତାଙ୍କୁ ଜୀବନ ସାଥୀ କରିବେ ବୋଲି ମନେ ମନେ ଭାବି ନେଇଥିଲେ। କିନ୍ତୁ ଜାଣି ନଥିଲେ ଏହାର କୁପରିଣାମ। ଏନେଇ ରସିକିଆ ଅଧ୍ୟକ୍ଷ୍ୟ ଜଣକ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଓ୍ବାଟସପରେ ମେସେଜ୍ ମାଧ୍ୟମରେ ପ୍ରେମ ନିବେଦନ କରିଥିଲେ। ଆଉ ତାଙ୍କୁ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ଏଥିରେ ରାଜି ହୋଇ ନଥିଲେ ଛାତ୍ରୀ ଜଣକ । ଏନେଇ ଛାତ୍ରୀ ଜଣକ ନିଜ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି, ପ୍ରଶାନ୍ତଙ୍କୁ ପୋକସୋ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

About the Author