Ramoji Rao Passes Away: ଆଉ ନାହାଁନ୍ତି ରାମୋଜୀ ଗ୍ରୁଫ ପ୍ରତିଷ୍ଠାତା ରାମୋଜୀ ରାଓ। ହାଇଦ୍ରାବଦର ଏକ ଘରୋଇ ହସପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ  ୮୭ ବର୍ଷ ବୟସ ହୋଇଥିଲା। ଯାହାକୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ଆଜି ତାଙ୍କ ପ୍ରାର୍ଥୀବ ଶରୀର ଆଜି ରାମୋଜୀ ଫିଲ୍ମ ସିଟିରେ ପହଞ୍ଚିବ। ପରେ ତାଙ୍କୁ କାର୍ଯ୍ୟରତ କର୍ମଚାରୀମାନେ ଶେଷ ଦର୍ଶନ କରିବେ ବୋଲି ଜଣାପଡିଛି। ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?


ସୂଚନା ଅନୁସାରେ, ଜୁନ୍ ୫ ତାରିଖରେ ହଠାତ୍ ତାଙ୍କ ସ୍ବାସ୍ଥବସ୍ଥା ବିଗିଡି଼ ଯାଇଥିଲା। ଉଚ୍ଚରକ୍ତ ଚାପ ବଢିଯିବା ସହ ନିଶ୍ବାସ ନେବାରେ ସମସ୍ୟା ହେବାରୁ ପରିବାର ଲୋକେ ତାଙ୍କୁ ହାଇଦ୍ରାବାଦର  ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଆହୁରୀ ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଚିକିତ୍ସିତ ହେଉଥିଲେ ସେ। 


କିନ୍ତୁ ଆଜି ଭୋର୍ ୪ଟା ୫୦ ମିନିଟ୍ ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅମର ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି ବିଶିଷ୍ଟ ବ୍ୟକ୍ତି ବିଶେଷ। ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମଭୂଷଣରେ ସମ୍ମାନୀତ କରାଯାଇଥିଲା। ସେ ଥିଲେ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା । ଏହା ସହ ସେ ଇଟିଭି ଭାରତର ପ୍ରତିଷ୍ଠାତା ମଧ୍ୟ ଥିଲେ। ଉଷା କିରଣ ପ୍ରଡକସନ ତଥା ଇନାଡୁ ଗଣମାଧ୍ୟମ ଗୃପ (ଉଭୟ ଖବର କାଗଜ ଓ ଟେଲିଭିଜନ)ର ପ୍ରତିଷ୍ଠାତା ଥିଲେ ରାମୋଜୀ ରାଓ। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ ୧୯୩୬ ମସିହା ୧୬ ନଭେମ୍ବରରେ ଜନ୍ମ ଗ୍ରହଣ କରିଥିଲେ ରାମୋଜୀ ରାଓ।