Assam Peace Agreement ULFA: ଦେଶର ପୂର୍ବୋତ୍ତର ଭାଗରେ ଶାନ୍ତି ସ୍ଥାପନ କରିବା ପାଇଁ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ପ୍ରୟାସକୁ ମିଳିବାକୁ ଯାଉଛି ଏକ ବଡ଼଼ ସଫଳତା। ଡିସେମ୍ବର ୨୯ ତାରିଖରେ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ ଗୋଷ୍ଠୀର ବାର୍ତ୍ତା ସମର୍ଥକ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ତ୍ରିକୋଣୀୟ ବୁଝାମଣା ହେବାକୁ ଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି ଉତ୍ତର-ପୂର୍ବ ରାଜ୍ୟରେ ସ୍ଥାୟୀ ଶାନ୍ତି ଫେରାଇ ଆଣିବା। ଏହି ବୁଝାମଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ଉଲଫା ଗୋଷ୍ଠୀର ବାର୍ତ୍ତା ସମର୍ଥକ ଯୋଗଦେବେ। ଶାନ୍ତି ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର-ରାଜ୍ୟ ସରକାର ଅରବିନ୍ଦ ରାଜଖୋୱାଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀ ସହ ଆଲୋଚନା କରିବେ।


COMMERCIAL BREAK
SCROLL TO CONTINUE READING

ଆଲୋଚନାରୁ ଦୂରରେ ରହିଛି ପରେଶ ବରୁଆଙ୍କ ଗୋଷ୍ଠୀ 
ଏହି ଘଟଣାକ୍ରମ ସହ ଜଡ଼ିତ ସୂତ୍ରରୁ ପ୍ରକାଶ ଯେ ଏହି ବୁଝମାଣାରେ ଆସାମ ସହ ଜଡିତ ଦୀର୍ଘ ଦିନର ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ପ୍ରସଙ୍ଗରେ ଆଲୋଚନା କରାଯିବ। ଏହା ବ୍ୟତୀତ ଆସାମରେ ବସବାସ ଆଦିବାସୀଙ୍କୁ ସାଂସ୍କୃତିକ ସୁରକ୍ଷା ଏବଂ ଜମି ଅଧିକାର ପ୍ରଦାନ କରିବ। ପରେଶ ବରୁଆଙ୍କ ନେତୃତ୍ୱାଧିନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (United Liberation Front of Asom) ସଶସ୍ତ୍ର ଗୋଷ୍ଠୀ (ULFA Armed Groups Assam) ଏହି ବୁଝାମଣାରୁ ସାମିଲ ହେବ ନାହିଁ। କାରଣ ପରେଶ ବରୁଆଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀ (Paresh Baruah ULFA Faction) ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବକୁ କ୍ରମାଗତ ଭାବରେ ପ୍ରତ୍ୟାଖ୍ୟାନ କରିଆସୁଛି।


Also Read: UNLF Peace Talks: ହିଂସା ତ୍ୟାଗ କରିବାକୁ ସହମତ ହେଲା ମଣିପୁରର ସର୍ବପୁରାତନ ସଶସ୍ତ୍ର ଗୋଷ୍ଠୀ; ସ୍ୱାକ୍ଷର କରିଲା ଶାନ୍ତି ଚୁକ୍ତି


 


ସରକାରଙ୍କ ସହ ଆଲୋଚନା କରିଥିଲେ ୨ ଉଲଫା ନେତା
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଅରବିନ୍ଦ ରାଜଖୋୱାଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀର (Arvind Rajkhowa ULFA Faction) ଦୁଇ ବରିଷ୍ଠ ନେତା ଅନୁପ ଚେତିଆ ଏବଂ ଶଶଧର ଚୌଧୁରୀ ଗତ ସପ୍ତାହରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଥିଲେ। ଏହି ସମୟରେ ଉଭୟ ଉଲଫା ନେତା ଶାନ୍ତି ଚୁକ୍ତି (Assam Peace Accord) ଶେଷ କରିବାକୁ ସରକାରଙ୍କ ମଧ୍ୟସ୍ଥିଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ନିକଟରେ ସେମାନେ ସେମାନଙ୍କ ୧୨ ଦଫା ଦାବି ମଧ୍ୟ ଉପସ୍ଥାପନ କରିଥିଲେ। ଏହି ଦାବି ଆସାମ ସହିତ ଜଡ଼ିତ ରହିଥିଲା। ଯେଉଁମାନେ କେନ୍ଦ୍ର ସରକାରଙ୍କ ତରଫରୁ ଉଲଫା ଗୋଷ୍ଠୀ ସହ କଥା ହେଉଛନ୍ତି ସେମାନଙ୍କ ମଧ୍ୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା ଏବଂ କେନ୍ଦ୍ର ସରକାରଙ୍କ ଉତ୍ତର-ପୂର୍ବ ବ୍ୟାପାର ପରାମର୍ଶଦାତା ଏ.କେ ମିଶ୍ରା ପ୍ରମୁଖ ସାମିଲ ଅଛନ୍ତି।


Also Read: Assam Peace Agreement: ପୂର୍ବୋତ୍ତର ଭାରତରେ ବଡ଼ ସଫଳତା, ୫ ଉଗ୍ରବାଦୀ ସଙ୍ଗଠନ ସହ ଶାନ୍ତି ବୁଝମଣା କରିବ କେନ୍ଦ୍ର


ଗତ ୨୦୧୧ ବର୍ଷରେ ହତିଆର ତ୍ୟାଗ କରିଥିଲା ଅରବିନ୍ଦ ରାଜଖୋୱାଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀ
ପରେଶ ବାରୁଆ ନେତୃତ୍ୱାଧିନ ଦଳର ଦୃଢ ବିରୋଧ ସତ୍ତ୍ୱେ ଅରବିନ୍ଦ ରାଜଖୋୱାଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀ ଗତ ୨୦୧୧ ବର୍ଷରେ କେନ୍ଦ୍ର ସରକାରଙ୍କ ସହ ସର୍ତ୍ତମୂଳକ ଆଲୋଚନା ଆରମ୍ଭ କରିଥିଲେ। ଅରବିନ୍ଦ ରାଜଖୋୱା ଚୀନ୍-ମିଆଁମାର ସୀମା ନିକଟରେ ଅବସ୍ଥିତ ଏକ ସ୍ଥାନରେ ବସବାସ କରୁଥିବାର ଜଣାପଡିଛି। ଗତ ୨୦୧୧ ସେପ୍ଟେମ୍ବର ୩ ତାରିଖରେ ଅରବିନ୍ଦ ରାଜଖୋୱାଙ୍କ ନେତୃତ୍ୱାଧିନ ଉଲଫା ଗୋଷ୍ଠୀ କେନ୍ଦ୍ର-ରାଜ୍ୟ ସରକାରଙ୍କ ସହ "ସସପେନସନ୍ ଅଫ ଅଫରେସନ" (Suspension of Operations) ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ଏବଂ ଶାନ୍ତି ଆଲୋଚନାରେ ଯୋଗ ଦେଇଥିଲେ।


Also Read: Nagaland: ରାଜ୍ୟ ସମସ୍ୟାର ସମାଧାନ କରିବା ନେଇ ଗୃହମନ୍ତ୍ରୀଙ୍କୁ ଦାବି ଜଣାଇଲା ନାଗା ସମୂହ


୧୯୯୦ ମସିହାରେ ଉଲଫା ଗୋଷ୍ଠୀ ଉପରେ ଲାଗିଥିଲା ପ୍ରତିବନ୍ଧକ
୧୯୭୯ ମସିହାରେ "ସାର୍ବଭୌମ ଆସାମ" ଦାବି ସହିତ "ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ" ଗଠନ କରାଯାଇଥିଲା। ସେବେଠାରୁ ଉଲଫା ସଙ୍ଗଠନ ବିଦ୍ରୋହୀ କାର୍ଯ୍ୟକଳାପରେ ଜଡିତ ରହିଥିଲା। ଯେଉଁଥିପାଇଁ ୧୯୯୦ ମସିହାରେ କେନ୍ଦ୍ର ସରକାର ଏହାକୁ ନିଷିଦ୍ଧ ସଙ୍ଗଠନ ଘୋଷଣା କରିଥିଲେ। ଉତ୍ତର-ପୂର୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିଭିନ୍ନ ଉଗ୍ରବାଦୀ ଗୋଷ୍ଠୀ ସହ ନିରନ୍ତର ଆଲୋଚନା କରିବା ଜାରି ରଖିବା ସହ ଶାନ୍ତି ଚୁକ୍ତି କରୁଛନ୍ତି।