Nagaland: ରାଜ୍ୟ ସମସ୍ୟାର ସମାଧାନ କରିବା ନେଇ ଗୃହମନ୍ତ୍ରୀଙ୍କୁ ଦାବି ଜଣାଇଲା ନାଗା ସମୂହ
Advertisement
Article Detail0/zeeodisha/odisha1350492

Nagaland: ରାଜ୍ୟ ସମସ୍ୟାର ସମାଧାନ କରିବା ନେଇ ଗୃହମନ୍ତ୍ରୀଙ୍କୁ ଦାବି ଜଣାଇଲା ନାଗା ସମୂହ

Naga Problem: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦେଶର ପୂର୍ବୋତ୍ତର କ୍ଷେତ୍ରକୁ ସର୍ବଦା ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ କରିବାକୁ ସର୍ବଦା ଚେଷ୍ଟା କରୁଛନ୍ତି। ଏହି ଉଦ୍ଦେଶ୍ୟ ସହିତ ଦେଶର ଉତ୍ତର-ପୂର୍ବ ଭାଗରେ ସକ୍ରିୟ ରହିଥିବା ବିଭିନ୍ନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସହ ନିରନ୍ତର ଆଲୋଚନା ଜାରି ରହିଛି।

Nagaland: ରାଜ୍ୟ ସମସ୍ୟାର ସମାଧାନ କରିବା ନେଇ ଗୃହମନ୍ତ୍ରୀଙ୍କୁ ଦାବି ଜଣାଇଲା ନାଗା ସମୂହ

Nagaland- India Government Talk: ବିଚ୍ଛିନ୍ନତାବାଦୀ ନାଗା ଗୋଷ୍ଠୀ ସହ ବିଗତ କିଛି ବର୍ଷ ଧରି ଚାଲି ଥିବା ଆଲୋଚନାର କୌଣସି ସଫଳ ମିଳୁନାହିଁ। ଏହି କାରଣରୁ ନାଗା ଗୋଷ୍ଠୀ ସହ ସେଠାକାର ରାଜନେତାଙ୍କ ମଧ୍ୟରେ ଅଶାନ୍ତି ବଢିବାରେ ଲାଗିଛି। ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓଙ୍କ ନେତୃତ୍ୱରେ ଏକ ନାଗା ପ୍ରତିନିଧି ମଣ୍ଡଳ ସୋମବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛି। ପ୍ରତିନିଧି ଦଳ ଗୃହ ମନ୍ତ୍ରୀ ନାଗାଲାଣ୍ଡର ରାଜନୈତିକ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଦାବି କରିଛି। ଏହି ପ୍ରସଙ୍ଗରେ ଆଲୋଚନା ଚାଲିଛି ବୋଲି ସରକାର ଆଶ୍ୱାସନା ଦେଇଛନ୍ତି। ନିକଟ ଭବିଷ୍ୟତରେ ନିଶ୍ଚିତ ଭାବରେ ଏକ ସକରାତ୍ମକ ଫଳାଫଳ ଆସିବା ସହ ଏହି ସମସ୍ୟାର ସମାଧାନ ହୋଇଯିବ। 

ନାଗା ପ୍ରତିନିଧି ମଣ୍ଡଳ (Naga Delegation Team) ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Union Home Miniser Amit Shah) ଆଲୋଚନା କରି ସାରିବା ପରେ ଗୃହ ମନ୍ତ୍ରଣାଳୟ (Home Ministry) ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି। ଏନେଇ ଗୃହ ମନ୍ତ୍ରଣାଳୟ ମୁଖପାତ୍ର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ନେତୃତ୍ୱରେ କେନ୍ଦ୍ର ସରକାର (Govt of India) ଦେଶର ପୂର୍ବୋତ୍ତର କ୍ଷେତ୍ରକୁ (North East India) ସର୍ବଦା ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ କରିବାକୁ ସର୍ବଦା ଚେଷ୍ଟା କରୁଛନ୍ତି। ଏହି ଉଦ୍ଦେଶ୍ୟ ସହିତ ଦେଶର ଉତ୍ତର-ପୂର୍ବ ଭାଗରେ ସକ୍ରିୟ ରହିଥିବା ବିଭିନ୍ନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ (Insurgent Group) ସହ ନିରନ୍ତର ଆଲୋଚନା ଜାରି ରହିଛି।

Also Read: Karnataka Minister Umesh Katti: ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଦେଶରେ ହେବ ୫୦ ରାଜ୍ୟ

ଗୃହ ମନ୍ତ୍ରଣାଳୟ ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓଙ୍କ (Nagaland CM Neiphiu Rio) ନେତୃତ୍ୱାଧିନ ନାଗା ପ୍ରତିନିଧି ମଣ୍ଡଳ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି। ଏହି ବୈଠକରେ ପ୍ରତିନିଧୀ ମଣ୍ଡଳକୁ ଅବଗତ କରାଯାଇଥିଲା ଯେ ନାଗା ସମସ୍ୟାର (Naga Problem) ସମାଧାନ ସରକାରଙ୍କ ପ୍ରାଥମିକତା। ଏନେଇ କେନ୍ଦ୍ର ସରକାର ନାଗା ସଙ୍ଗଠନ (Naga Organization) ସହ ଦୀର୍ଘ ବର୍ଷ ଧରି ଆଲୋଚନା କରୁଛନ୍ତି। ସରକାରଙ୍କ ଉଦ୍ୟମ ହେଉଛି ଯେ ନାଗା ଆଲୋଚନାରେ ଜଡିତ ଅନେକ ଜଟିଳ ପ୍ରସଙ୍ଗକୁ ଏପରି ଭାବରେ ସମାଧାନ କରାଯିବା ଆବଶ୍ୟକ ଯେପରି ଆଲୋଚନା ଶେଷ ହେବା ପରେ ସମସ୍ତ ପକ୍ଷ ସନ୍ତୁଷ୍ଟ ହେବେ। ଯେହେତୁ ଆଲୋଚନା  ଜାରି ରହିଛି। ଆଲୋଚନା ଚାଲିବା ସମୟରେ ବିଭିନ୍ନ ସମସ୍ୟାର ସମ୍ଭାବ୍ୟ ସମାଧାନ ଉପରେ କୌଣସି ରିପୋର୍ଟ ଦେବ କେବଳ ତରବରିଆ ପଦକ୍ଷେପ ହେବ। 

ନାଗାଲାଣ୍ଡ ମାଟିରେ ସକ୍ରିୟ ରହିଥିବା ସର୍ବ ବୃହତ୍ତ ବିଦ୍ରୋହୀ ସଙ୍ଗଠନ ନ୍ୟାସନାଲ ସୋସିଆଲ କାଉନସିଲ ଅଫ ନାଗାଲାଣ୍ଡ (National Socialist Council of Nagaland) ଏନଏସସିଏନ-ଆଇଏମ (NSCN-IM) ଗୋଷ୍ଠୀର ନେତାଙ୍କ ସହ ଆଲୋଚନା ଚାଲିଛି। ଅନ୍ୟପଟେ ନ୍ୟାସନାଲ ସୋସିଆଲ କାଉନସିଲ ଅଫ ନାଗାଲାଣ୍ଡ (National Socialist Council of Nagaland) ଏନଏସସି ଖାପଲାଙ୍ଗ (NSCN-Khaplang) ଗୋଷ୍ଠୀ ଏହି ଆଲୋଚନା ବିରୋଧରେ ରହିଛି। ଭାରତ ସରକାର ଏବଂ ଏନଏସସିଏନ-ଆଇଏମ ଗୋଷ୍ଠୀ ମଧ୍ୟରେ ହୋଇଥିବା ଆଲୋଚନାରେ ଅଧିକାଂଶ ପ୍ରସଙ୍ଗରେ ସହମତି ହୋଇଛି। ହେଲେ ସ୍ୱତନ୍ତ୍ର ପତାକା, ସମ୍ବିଧାନ ଏବଂ ବୃହତ୍ତ ନାଗାଲିମ୍ (Greater Nagalim) ଭଳି ସମସ୍ୟା କୌଣସି ସମାଧାନ ହୋଇପାରି ନାହିଁ।

Also Read: ଆତଙ୍କବାଦ ପରେ ଦେଶରେ ୮୦% ହ୍ରାସ ପାଇଛି ଉଗ୍ରବାଦ

ଭାରତ ସରକାର ନାଗା ଗୋଷ୍ଠୀ ଉଦ୍ଦେଶ୍ୟରେ  ସ୍ପଷ୍ଟ କରିଛନ୍ତି ଯେ ଉପରୋକ୍ତ ଦାବି ଦେଶର ରାଷ୍ଟ୍ରୀୟ ଅଖଣ୍ଡତା ବିରୋଧରେ ରହିଛି। ଯାହାକୁ  କୌଣସି ପରିସ୍ଥିତିରେ ଗ୍ରହଣ କରାଯାଇପାରିବ ନାହିଁ। ଅନ୍ୟପଟେ ନାଗା ସଙ୍ଗଠନ ମଧ୍ୟ ଏହି ତିନୋଟି ପ୍ରସଙ୍ଗରେ ସେମାନଙ୍କ ଜିଦରେ ଅଚଳ ଅଛନ୍ତି। ସରକାର ଲଗାତାର ଭାବେ ନାଗା ସଙ୍ଗଠନକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ରାଜ୍ୟ ଭାବେ ସେମାନଙ୍କର କୌଣସି ଅଧିକାର ହ୍ରାସ ପାଇବ ନାହିଁ। ହେଲେ ସେମାନଙ୍କୁ ଅଲଗା ପତାକା ଏବଂ ସମ୍ବିଧାନ ରଖିବାକୁ ଅନୁମତି ଦିଆଯାଇ ପାରିବ ନାହିଁ।