Uttarakhand Tunnel Rescue: ଉତ୍ତରାଖଣ୍ତ ଟନେଲ୍ ଟ୍ରାଜେଡି଼ ଘଟଣା (Uttarakhand Tunnel Update)।  ଟନେଲ୍ ଭିତରେ ଜୀବନ । ଦିନେ ନୁହେଁ କି ଦୁଇ ଦିନ  ଆଜକୁ ୧୪ ଦିନ ହେବ ୪୧ ଜଣ ଶ୍ରମିକ ନିର୍ମାଣଧିନ ଟନେଲ ଭିତରେ ଫସି ରହିଛନ୍ତି। ଏହି ଘଟଣାରେ ଏକ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି।  ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବଡ଼ ବାଧା ସୃଷ୍ଟି ହୋଇଛି । ଅଧାରେ ଅଟକି ଯାଇଛି ଅଗର ମେସିନ । ଡ୍ରିଲିଂ ସମୟରେ ପଥର ସହ ମାଡ଼ ହେବା ଯୋଗୁଁ ମେସିନରେ ବୈଷୟିକ ସମସ୍ୟା ସୃଷ୍ଟି ହୋଇଛି (Uttarakhand Tunnel Crash update)। ଫଳରେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ଅଧାରେ ଅଟକି ଯାଇଛି । ଲଗାତର ତୃତୀୟ ଥର ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତେଣୁ ବିକଳ୍ପ ବାଟ ବାଛି ଛନ୍ତି ଉଦ୍ଧାରକାରୀ ଦଳ ।


COMMERCIAL BREAK
SCROLL TO CONTINUE READING

Also Read : Bada Osa 2023: ବଡ଼ ଓଷାରେ ବିଶୃଙ୍ଖଳା, ଦ୍ବାର ଭାଙ୍ଗି ବାବା ଧବଳେଶ୍ବରଙ୍କୁ ଦର୍ଶନ କଲେ ଭକ୍ତ


ଏଣିକି ଭର୍ଟିକାଲ ଡ୍ରିଲିଂ ବା ଟନେଲର ଉପରପଟୁ ଖୋଳିବା ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି । ଏଥିପାଇଁ ମେସିନ୍ ଗୁଡ଼ିକୁ ପାହାଡ଼ର ଉପରପଟକୁ ନିଆଯାଉଛି । ସେହିପରି ପାହାଡ଼ର ଉପରକୁ ୨୦ରୁ ଅଧିକ ଶ୍ରମିକ ଯାଇ ଖୋଳାଖୋଳି ଜାରି ରଖିଛନ୍ତି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ହେଉଥିବା ଉଦ୍ୟମରେ ଶେଷ ପର୍ଯ୍ୟାୟରେ ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । କିନ୍ତୁ ସବୁଠୁ ବଡ଼ କଥା ହେଲା, ଉଦ୍ଧାର ସମୟରେ ବାରମ୍ବାର ଯେଉଁ ସମସ୍ୟା ଆସୁଛି, ତାହା ଅପେକ୍ଷାକୁ ଆହୁରି ବଢ଼ାଇ ଦେଇଛି । ସବୁଦିନ ଲାଗୁଛି, ଯେ ଆଜି ଉଦ୍ଧାରକାର୍ଯ୍ୟ ଶେଷ ହୋଇଯିବ । ହେଲେ ଦିନ ପରେ ଦିନ ଗଡ଼ି ଚାଲିଛି, କିନ୍ତୁ କିଛି ବି ସୁଫଳ ମିଳୁନାହିଁ । ପ୍ରଶ୍ନ ଉଠୁଛି, କାହିଁକି ରେସ୍କ୍ୟୁ ଅପରେସନରେ ବାରମ୍ବାର ବାଧା ସୃଷ୍ଟି ହେଉଛି।


ଗୁରୁବାର ଦିନ ବୈଷୟିକ ତ୍ରୁଟି ଯୋଗୁ ଡ୍ରିଲିଂ କାମ ଶୁକ୍ରବାର ପୁଣିଥରେ ଆରମ୍ଭ ହୋଇଥିଲା । କିନ୍ତୁ ଖନନ ସମୟରେ ବାରମ୍ବାର ଲୁହା ଆସୁଥିବାରୁ ମେସିନର କେତେକ ବ୍ଲେଡ ବଙ୍କା ହୋଇଯାଇଛି । ଫଳରେ ଖନନ କାର୍ଯ୍ୟ ଅଟକି ଯାଇଛି । ସେଥିପାଇଁ ଶୁକ୍ରବାର ରାତିରେ ମଧ୍ୟ ଶ୍ରମିକମାନଙ୍କ ବାହାରକୁ ଅଣାଯାଇପାରି ନଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୮ ମିଟର ପାଇପ୍ ଭିତରକୁ ଯାଇସାରିଥିବା ବେଳେ ବାକି ୧୨ ମିଟର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡ୍ରିଲିଂ ସମୟରେ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ଆଗର ମେସିନ ଆଗକୁ ଯାଇପାରୁନାହିଁ । ତେବେ ଆଜି ସବୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିବ କି ନାହିଁ, ତାହା କହିବା ସମ୍ଭବ ନୁହେଁ । ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ୪୧ ଶ୍ରମିକଙ୍କ ସହ କଥା ହୋଇ ଆଶ୍ୱାସନା ଦେଇଥିଲେ । ସେନେଇ ପ୍ରତିକ୍ରିୟା ଦେଇଛନ୍ତି, ସେ କହିଛନ୍ତି ଯେ,  ଏହା ଏକ ଚ୍ୟାଲେଞ୍ଜିଂ ଏବଂ ବିପଦପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ।  ଉଦ୍ଧାରକାରୀ ଦଳ ଗୁଡିକ ସମ୍ପୂର୍ଣ୍ଣ ଦକ୍ଷତା ସହିତ ଏହି କାର୍ଯ୍ୟ ପ୍ରତିପାଦନ କରୁଛନ୍ତି । 


ସେପଟେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଦିନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଡାକି ଏହି ଘଟଣା ଉପରେ ଆଲୋଚନା କରୁଛନ୍ତି। ସେମାନଙ୍କୁ ଉଦ୍ଧାର ପରେ ଉନ୍ନତ ଚିକିତ୍ସା ଏବଂ ଶ୍ରମିକମାନେ  ଉଦ୍ଧାର ହେବା ପରେ ଘରକୁ ଯିବା ପାଇଁ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ନଭେମ୍ବର ୧୨ ତାରିଖରେ ସୂଚନା ଅନୁସାରେ, ୧୨ ନଭେମ୍ବର, ଦୀପାବଳି ଦିନ ଉତ୍ତରାଖଣ୍ଡର ସିଲକିଆରା ଟନେଲ ଧସିବା ଫଳରେ ଟନେଲ ଭିତରେ ୪୧ ଜଣ ଶ୍ରମିକ ଫସି ରହିଥିଲେ। ଫଳରେ ସେମାନଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏକାଧିକ ଉଦ୍ଧାରକାରୀ ଦଳ। ପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ୍। ଫସି ରହିଥିବା ଦିନ ଠାରୁ ଶ୍ରମିକମାନଙ୍କୁ ପାଇବ ଯୋଗେ ଖାଦ୍ୟ ଓ ପାଣି ପହଞ୍ଚା ଯାଉଛି।  ଏ ପର୍ଯ୍ୟନ୍ତ ସମସ୍ତ ଶ୍ରମିକ ସୁସ୍ଥ ଥିବା ଜଣାପଡିଛି।