ନୂଆଦିଲ୍ଲୀ: ମୋଦୀ ସରକାର ୩.୦ ଆରମ୍ଭ ହେବା ପରେ ଆଜି ପ୍ରଥମଥର ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ବିଭିନ୍ନ ସମୟରେ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସାମ୍ନାକୁ ଆସୁଛି ଯାହାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେଉଛି । ଆଜି ଶାହାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ଜମ୍ମୁକଶ୍ମୀର ସୁରକ୍ଷା ସ୍ଥିତି ସମ୍ପର୍କରେ ଆଲୋଚନା ହେବା ନେଇ ଜୁନ ୧୬ରେ ଏକ ବୈଠକ ଡକାଯାଇଛି । ଉକ୍ତ ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଏବଂ ସେନାବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି ।


ସୂଚନାଯୋଗ୍ୟ,  ନିକଟରେ ଏକ ତୀର୍ଥ ଯାତ୍ରୀ ବସ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । କେବଳ ସେତିକି ନୁହେଁ ଗତ ୪ ଦିନ ମଧ୍ୟରେ ୪ଟି ଭିନ୍ନଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଥିବା ଚିତ୍ର ସାମ୍ନାକୁ ଆସିଛି । କେବଳ ଯବାନ ନୁହଁନ୍ତି ସାଧାରଣଲୋକମାନେ ମଧ୍ୟ ଆତଙ୍କବାଦୀଙ୍କ ଆକ୍ରମଣରେ ଗୁରୁତର ଭାବେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି ।


Also Read- Weather Update: ବସୁମତି ସ୍ନାନ ଦିନଠୁ ବଢିବ ବର୍ଷା !


Also Read- ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କଲେ ମୁଖ୍ୟଶାସନ ସଚିବ