Ayodhya Ram Mandir Prasad: ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ପ୍ରସାଦକୁ ନେଇ ଆସିଛି ଏକ ବଡ଼ ଖବର। ଏଣିକି ଜେଲ ଅନ୍ତେବାସୀଙ୍କ ତିଆରି ହୋଇଥିବା ବ୍ୟାଗ୍ ମଧ୍ୟରେ ଉପଲବ୍ଧ ହେବ ରାମ ମନ୍ଦିର ପ୍ରସାଦ।  ଏହି ବ୍ୟାଗ୍ ଫତେହପୁର ଜେଲ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି। ଏବେ ଏହି ବ୍ୟାଗ୍ ଦ୍ୱାରା ଅଯୋଧ୍ୟା ଆସୁଥିବା ରାମ ଭକ୍ତଙ୍କୁ ପ୍ରସାଦ ମିଳିବ। 


COMMERCIAL BREAK
SCROLL TO CONTINUE READING

୨୦୨୪ ଜାନୁଆରୀ ୨୨ ତାରିଖରେ ଉଦଘାଟିତ ହୋଇଥିଲା ଧର୍ମ ନଗରୀ ଅଯୋଧ୍ୟା ସ୍ଥିତ ରାମ ମନ୍ଦିର (Ayodhya Ram Mandir Inauguration)। ରାମ ମନ୍ଦିର ଉଦଘାଟିତ ହୋଇସାରିବା ପରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇଁ ଅଯୋଧ୍ୟା ଆସୁଛନ୍ତି। ରାମ ଭକ୍ତ ସେମାନଙ୍କ ଇଚ୍ଛା ଏବଂ ସାମର୍ଥ୍ୟ ଅନୁଯାୟୀ କିଛି ନାଁ କିଛି ଦାନ କରୁଛନ୍ତି। ଏହି କ୍ରମରେ ଫତେହପୁର ଜେଲ ଅନ୍ତେବାସୀ (Fatehpur Jail Inmates) ରାମ ମନ୍ଦିରକୁ (Ayodhya Ram Mandir) ୧୧୦୦ ବ୍ୟାଗ ଉପହାର ଭାବେ ପ୍ରଦାନ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବ୍ୟାଗ୍ (Fatehpur Jail Inmates Prasad Box for Ram Mandir) ମଧ୍ୟରେ ଅଯୋଧ୍ୟା ଆସୁଥିବା ଭକ୍ତଙ୍କୁ ରାମ ମନ୍ଦିର ପ୍ରସାଦ ମିଳିବ। ପ୍ରସାଦ ବିତରଣ ପାଇଁ ପ୍ରସ୍ତୁତ ହୋଇଥିବା ଗୈରିକ ରଙ୍ଗର ବ୍ୟାଗ୍ ଉପରେ ରାମ ମନ୍ଦିରର ପ୍ରତିକୃତ୍ତି ସ୍ଥାନ ପାଇଛି। ଏହି ବ୍ୟାଗ୍ ପଲିଥିନ ମୁକ୍ତ ଭାରତ ଅଭିଯାନ ଅଧିନରେ କଏଦଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।
 
ବଦଳିବ ମୁଦ୍ରଣ ଏବଂ ଡିଜାଇନ୍ 

ପ୍ରସାଦ ବିତରଣ ପାଇଁ ପ୍ରସ୍ତୁତ ହୋଇଥିବା ଗୈରିକ ରଙ୍ଗର ବ୍ୟାଗ୍ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ (Ayodhya Ram Mandir Trust) ଦ୍ୱାରା ପ୍ରଂଶସିତ ହୋଇଛି। ଏହାକୁ ଦୃଷ୍ଟିରେ ଟ୍ରଷ୍ଟ ପକ୍ଷରୁ ଆହୁରି ୫୦୦୦ ବ୍ୟାଗ ଅର୍ଡର ଦିଆଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସମସ୍ତ ଧର୍ମର ଜେଲ ଅନ୍ତେବାସୀ ହିନ୍ଦୁ, ମୁସଲମାନ, ଶିଖ ଏବଂ ଖ୍ରୀଷ୍ଟିଆନ ସମସ୍ତେ ଏହି ବ୍ୟାଗ ତିଆରି କରିବାରେ ଜଡିତ ଅଛନ୍ତି। କୁହାଯାଉଛି ଯେ ନୂତନ ବ୍ୟାଗ୍ ର ମୁଦ୍ରଣ ଏବଂ ଡିଜାଇନ୍ ରେ ମଧ୍ୟ କିଛି ପରିବର୍ତ୍ତନ କରାଯିବ।


ରାମ ମନ୍ଦିର ଉଦଘାଟନ ହେବାକୁ ୧ ମାସ ଅତିକ୍ରମ କରି ସାରିଲାଣି। ବିଗତ ମାସେ ମଧ୍ୟରେ ୬୦ ଲକ୍ଷରୁ ଅଧିକ ଭକ୍ତ ରାମ ମନ୍ଦିର ମନ୍ଦିର ପରିଦର୍ଶନ କରିଥିଲେ। ଏହା ସହିତ ୨୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦାନ ମିଳି ସାରିଛି। ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟ ଅନୁଯାୟୀ ଦାନ ଭାବରେ ମିଳିଥିବା ୨୫ କୋଟି ଟଙ୍କା ଚେକ୍, ଡ୍ରାଫ୍ଟ ଏବଂ ନଗଦ ଅର୍ଥ ଭାବରେ ଦାନ ବାକ୍ସରେ ଜମା ହୋଇଛି।