Uttarakhand Car Accident: ଉତ୍ତରାଖଣ୍ଡର ରାଜଧାନୀ ଦେହରାଡୁନ ସ୍ଥିତ କାଲସି-ସାହିଆ ରାସ୍ତାରେ ଶୁକ୍ରବାର ଅର୍ଥାତ ଏପ୍ରିଲ ୭ ବିଳମ୍ବିତ ରାତିରେ ଏକ କାର ଗଭୀର ଖାଇରେ ଖସିଛି । କାରରେ ଥିବା ଚାରି ଜଣଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇଥିଲା । 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଲମ୍ୱା ୱିକେଣ୍ଡ ଥିଲା । ବନ୍ଧୁମାନେ ଦେହରାଡୁନ୍ ବୁଲିବାକୁ ପ୍ଲାନ୍ କରିଥିଲେ । ୪ ଜଣ କାର ନେଇ ବୁଲିବାକୁ ବାହାରି ଥିଲେ । କିନ୍ତୁ କାରଟି ଉତ୍ତରାଖଣ୍ଡର ଚକରାତାରେ କାରଟି ୨୦୦ ମିଟର ଗଭୀର ଖାଇରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଦିଲ୍ଲୀର ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । କାର ଭିତରେ ଥିବା ଜଣେ ବ୍ୟକ୍ତି ପ୍ରାୟ ୭ ଘଣ୍ଟା ଧରି ଖାଇରେ ଫସି ରହିଥିଲେ । ଶନିବାର ସକାଳେ ଯେତେବେଳେ ପିକଅପ୍ ଗାଡି ଦେଖିବାକୁ ମିଳିଥିଲା, ସେତେବେଳେ ଡ୍ରାଇଭର ମାଧ୍ୟମରେ ପୋଲିସକୁ ସୂଚନା ଦିଆଯାଇଥିଲା । ମୃତକଙ୍କ ମଧ୍ୟରୁ ୨ ଜଣ ଗାଜିଆବାଦର । ମୃତକଙ୍କ ନାମ ପଞ୍ଚବଟୀ କଲୋନୀରେ ରହୁଥିବା ଋଷଭ ଜୈନ, ଦୁହାଇ ବାସିନ୍ଦା ସୁରଜ କାଶ୍ୟପ ଏବଂ ଦିଲ୍ଲୀର ଶାହଦରା ନିବାସୀ ଗୁଡ଼ିଆ ବୋଲି ଜଣାପଡିଛି ।



ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପୋଲିସର କଲ୍ ପାଇବା ପରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଛନ୍ତି ବୋଲି ମାଲିୱାଡି ନିବାସୀ ରବିନ୍ଦ୍ର ସୈନି କହିଛନ୍ତି । ତାଙ୍କ ଭାଇ ଜୟେନ୍ଦ୍ର ସୈନି ତାଙ୍କ ସାଙ୍ଗମାନଙ୍କ ସହିତ ଛୁଟି କଟାଇବା ପାଇଁ ଦେହରାଡୁନ୍ ଯାଇଥିଲେ । ଏହି ଦୁର୍ଘଟଣାରେ ଜୟେନ୍ଦ୍ରଙ୍କ ୩ ସାଙ୍ଗଙ୍କର ମୃତ୍ୟୁ ହୋଇଛି । ଜୟେନ୍ଦ୍ର ଖାଇରେ ଫସି ରହିଥିଲେ । ପୋଲିସ ପହଞ୍ଚିବା ପରେ କୌଣସି ପ୍ରକାରେ ତାଙ୍କୁ ଟାଣି ବାହାର କରିଥିଲା । ଏହି ଦୁର୍ଘଟଣା ଯୋଗୁଁ ସେ ଗୁରୁତର ଆହତ ହୋଇଛନ୍ତି ।


ପଞ୍ଚବଟୀରେ ରହୁଥିବା ଋଷଭ ଜୈନଙ୍କ ମାମୁଁ ସଚିନ ଜୈନ କହିଛନ୍ତି ଯେ, ପ୍ରାୟ ୧୨ ବର୍ଷ ପୂର୍ବେ ଋଷଭ ଜୈନଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା । ଋଷଭ ଜୈନଙ୍କ ମା' ମଧ୍ୟ ୩ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ । ଋଷଭ ତାଙ୍କ ସାନ ଭଉଣୀ ଓ ଜେଜେମା’ଙ୍କ ସହ ଘରେ ଏକାଠି ରହୁଥିଲେ ।


ଅଧିକ ପଢ଼ନ୍ତୁ-ଏପ୍ରିଲରେ ବୁଡ଼ିଯିବ ଏହି ୪ଟି ରାଶିର ଭାଗ୍ୟର ତାରା, ଚାକିରି-ବ୍ୟବସାୟରେ ହେବ ବହୁତ କ୍ଷତି!


ଅଧିକ ପଢ଼ନ୍ତୁ-କର୍ମଚାରୀଙ୍କ ପାଇଁ ବଡ଼ ଖବର; ମୁଖ୍ୟମନ୍ତ୍ରୀ ଦେଲେ ସଂକେତ, ଅବସର ବୟସରେ ହେବ ୨ ବର୍ଷର ବୃଦ୍ଧି!


ଅଧିକ ପଢ଼ନ୍ତୁ-CSKର ବିଜୟ ପରେ ଧୋନି ଖୁସିରେ ଗଦଗଦ୍, ଏହି ଖେଳାଳିଙ୍କୁ କହିଲେ ଦଳର ସବୁଠାରୁ ବଡ଼ ମ୍ୟାଚ୍ ୱିନର୍!


ଏହି ଦୁର୍ଘଟଣାରେ ଆହତ ହୋଇଥିବା ଗାଜିଆବାଦର ମାଲିୱାଲା ନିବାସୀ ନରପତ ସିଂଙ୍କ ପୁଅ ଜୟେନ୍ଦ୍ର ସୈନି (୪୮) କହିଛନ୍ତି ଯେ, ସେମାନେ ଗଜିଆବାଦରୁ ଚକରାତାକୁ ବୁଲିବା ପାଇଁ ଯାଉଥିଲେ । ହଠାତ୍ ରାତି ପ୍ରାୟ ୧୧.୩୦ ସମୟରେ ତାଙ୍କ ଗାଡି ନିୟନ୍ତ୍ରଣ ବାହାରକୁ ଯାଇ ଏକ ଗଭୀର ଖାଇରେ ପଡ଼ିଗଲା । ଯେତେବେଳେ କାରଟି ଖାଇରେ ପଡ଼ିଗଲା, ସେ କୌଣସି ପ୍ରକାରେ କାରରୁ ବାହାରିବାରେ ସଫଳ ହେଲେ । ଏହି କାରଣରୁ ସେ ଗୁରୁତର ଆହତ ହୋଇଛନ୍ତି । ସକାଳ ସାଢ଼େ ୬.୩୦ଟା ବେଳେ ଯାଉଥିବା ଏକ ପିକଅପ୍ ଗାଡିର ଡ୍ରାଇଭର ଖସି ପଡ଼ିଥିବା କାର ଏବଂ ଆହତ ବ୍ୟକ୍ତିଙ୍କୁ ଖାତରେ ଦେଖି ନିୟନ୍ତ୍ରଣ କକ୍ଷକୁ ଜଣାଇଥିଲେ। ପୋଲିସ ଆହତ ଜୟେନ୍ଦ୍ର ସୈନିଙ୍କୁ ବିକାଶ ନଗର ଡାକ୍ତରଖାନାରେ ଭର୍ତ୍ତି କରିଛି ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ।