Veg-Non Veg Thali Price in India: ଦରଦାମ ହ୍ରାସ ବୃଦ୍ଧି ମଧ୍ୟରେ ବଦଳି ଯାଇଛି ଥାଳିର ସ୍ୱାଦ। ନିରାମିଶ ଥାଳି ମହଙ୍ଗା ହୋଇଥିବା ବେଳେ ଆମିଶ ଥାଳି ଶସ୍ତା ହୋଇଯାଇଛି। ପିଆଜ-ଟମାଟୋ ମୂଲ୍ୟ ବୃଦ୍ଧି ହେତୁ ଫେବୃଆରୀ ମାସରେ ନିରାମିଶ ଥାଳି ୭ ପ୍ରତିଶତ ମହଙ୍ଗା ହୋଇଯାଇଛି। ଅନ୍ୟପକ୍ଷରେ ଚିକେନ୍ ଶସ୍ତା ହେବା କାରଣରୁ ଆମିଶ ଥାଳିର ମୂଲ୍ୟ ୯ ପ୍ରତିଶତ ହ୍ରାସ ପାଇଛି।


COMMERCIAL BREAK
SCROLL TO CONTINUE READING

କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ ଆନାଲିସିସ୍ (CRISIL Market Intelligence and Analysis) ମାର୍ଚ୍ଚ ୮ ତାରିଖ ଶୁକ୍ରବାର ରୁଟି-ଭାତ ମୂଲ୍ୟ ଉପରେ ଏକ ମାସିକ ରିପୋର୍ଟ (CRISIL Report on Roti Rice Rate) ପ୍ରକାଶ କରିଛି। ଏନେଇ କୁହାଯାଇଛି ଯେ ଫେବୃଆରୀରେ କୁକୁଡ଼ା ମୂଲ୍ୟରେ ହ୍ରାସ ହେତୁ ଆମିଶ ଥାଳିର ମୂଲ୍ୟ ୯ ପ୍ରତିଶତ ଶସ୍ତା ହୋଇଛି। ନିରାମିଶ ଥାଳିର ମୂଲ୍ୟ ଗତ ଫେବୃଆରୀ ମାସରେ ୨୭.୫ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ବର୍ଷେ ପୂର୍ବେ ସମାନ ଅବଧିରେ ୨୫.୬ ଟଙ୍କା ରହିଥିଲା।


ନିରାମିଶ ଥାଳିରେ ରୁଟି, ପନିପରିବା ତରକାରୀ (ପିଆଜ, ଟମାଟୋ, ଆଳୁ), ଭାତ, ଡାଲି, ଦହି ଏବଂ ସାଲାଡ୍ ଅନ୍ତର୍ଭୂକ୍ତ ହୋଇଥାଏ। ଏହି ରିପୋର୍ଟ ଅନୁଯାୟୀ ବର୍ଷକରେ ପିଆଜ ଏବଂ ଟମାଟୋ ମୂଲ୍ୟ ଯଥାକ୍ରମେ ୨୯ ପ୍ରତିଶତ ଏବଂ ୩୮ ପ୍ରତିଶତ ବୃଦ୍ଧି ହୋଇଛି। ଯେଉଁ କାରଣରୁ ନିରାମିଶ ଥାଳିର ମୂଲ୍ୟ ବୃଦ୍ଧି ପାଇଛି। ଏହାସହିତ ଚାଉଳ ଏବଂ ଡାଲି ମଧ୍ୟ ମହଙ୍ଗା ହୋଇଛି। ଗତ ଜାନୁଆରୀ ମାସରେ ନିରାମିଶ ଥାଳି ମୂଲ୍ୟ ୨୮ ଟଙ୍କା ରହିଥିଲା। ଯାହା ଗତ ତୁଳନାରେ ଶସ୍ତା ରହିଥିବାର କୁହାଯାଉଛି।


Also Read: ଶସ୍ତା ହୋଇଗଲା ନିରାମିଶ-ଆମିଶ ଥାଳି; ଖାଦ୍ୟ ସାମଗ୍ରୀ ପାଇଁ ବର୍ତ୍ତମାନ ଖର୍ଚ୍ଚ ହେବ କମ୍ ଟଙ୍କା


ଆମିଶ ଥାଳି ମାମଲାରେ ଏହାର ମୂଲ୍ୟ ପୂର୍ବ ବର୍ଷ ୫୯.୨ ଟଙ୍କା ରହିଥିଲା। ଯାହା ଏଥର ୫୪ ଟଙ୍କାକୁ ହ୍ରାସ ପାଇଛି। ଯଦିଓ ଜାନୁଆରୀ ମାସରେ ଆମିଶ ଥାଳିର ମୂଲ୍ୟ ୫୨ ଟଙ୍କାରୁ ଅଧିକ ରହିଥିଲା। ନିରାମିଶ ଥାଳିର ଡାଲି ବଦଳରେ ଆମିଶ ଥାଳିର ଚିକେନ୍ ସ୍ଥାନ ପାଇଛି। ବ୍ରଏଲର ଚିକେନ୍‌ ମୂଲ୍ୟ ୨୦ ପ୍ରତିଶତ ହ୍ରାସ ପାଇଛି। ଏହାର ମୋଟ ମୂଲ୍ୟରେ ୫୦ ପ୍ରତିଶତ ଓଜନ ରହିଛି। ବାର୍ଷିକ ଭିତ୍ତିରେ ଆମିଶ ଥାଳି ମୂଲ୍ୟ ହ୍ରାସ ହେବାର ଏହା ହେଉଛି ମୁଖ୍ୟ କାରଣ। ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ବାର୍ଡ ଫ୍ଲୁ ବ୍ୟାପିବା କାରଣରୁ ପବିତ୍ର ରମଜାନ ମାସ ପୂର୍ବରୁ ଯୋଗାଣ ଏବଂ ଚାହିଦା ବୃଦ୍ଧି ହେତୁ ବ୍ରଏଲର ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି।