Thali Price India: ଶସ୍ତା ହୋଇଗଲା ନିରାମିଶ-ଆମିଶ ଥାଳି; ଖାଦ୍ୟ ସାମଗ୍ରୀ ପାଇଁ ବର୍ତ୍ତମାନ ଖର୍ଚ୍ଚ ହେବ କମ୍ ଟଙ୍କା
Advertisement
Article Detail0/zeeodisha/odisha2098909

Thali Price India: ଶସ୍ତା ହୋଇଗଲା ନିରାମିଶ-ଆମିଶ ଥାଳି; ଖାଦ୍ୟ ସାମଗ୍ରୀ ପାଇଁ ବର୍ତ୍ତମାନ ଖର୍ଚ୍ଚ ହେବ କମ୍ ଟଙ୍କା

Veg-Non Veg Thali Price: କ୍ରିସିଲ ରିପୋର୍ଟ ଅନୁଯାୟୀ, ଜାନୁଆରୀ ମାସରେ ଖାଦ୍ୟ ସାମଗ୍ରୀ ଶସ୍ତା ହୋଇଛି। ଶସ୍ତା ଖାଦ୍ୟ ସାମଗ୍ରୀ ହେତୁ ଥାଳି ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। 

 

Thali Price India: ଶସ୍ତା ହୋଇଗଲା ନିରାମିଶ-ଆମିଶ ଥାଳି; ଖାଦ୍ୟ ସାମଗ୍ରୀ ପାଇଁ ବର୍ତ୍ତମାନ ଖର୍ଚ୍ଚ ହେବ କମ୍ ଟଙ୍କା

Veg-Non Veg Thali Price in India: ଦରଦାମ ବୃଦ୍ଧି ସମ୍ପର୍କରେ ଆସିଛି ଏକ ବଡ଼ ଖବର। ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ ଥାଳି ଶସ୍ତା ହୋଇଛି। ରିପୋର୍ଟ ଅନୁଯାୟୀ ଜାନୁଆରୀ ମାସରେ ଖାଦ୍ୟ ସାମଗ୍ରୀ ଶସ୍ତା ହୋଇଛି। ଶସ୍ତା ଖାଦ୍ୟ ସାମଗ୍ରୀ ଶସ୍ତା ହୋଇଯିବାରୁ ନିରାମିଶ ଥାଳି ମୂଲ୍ୟ ମଧ୍ୟ ଶସ୍ତା ହୋଇଯାଇଛି। ଜାନୁଆରୀ ମାସରେ ପିଆଜ ଏବଂ ଟମାଟୋ ମୂଲ୍ୟ ହ୍ରାସ ହେତୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି। କ୍ରିସିଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପିଆଜ ଏବଂ ଟମାଟୋ ମୂଲ୍ୟ ମାସକୁ ମାସ ୨୬% ଏବଂ ୧୬% ହ୍ରାସ ପାଇଛି। ଜାନୁଆରୀ ମାସରେ ପିଆଜ ମୂଲ୍ୟ ୨୬ ପ୍ରତିଶତ ହ୍ରାସ ପାଇଛି। ଅନ୍ୟପଟେ ଏହି ସମୟ ମଧ୍ୟରେ ଟମାଟୋ ମୂଲ୍ୟ ୧୬ ପ୍ରତିଶତ ହ୍ରାସ ପାଇଛି।

ଶସ୍ତା ହୋଇଗଲା ନିରାମିଶ ଥାଳି
କ୍ରେଡିଟ୍ ରେଟିଂ ଏଜେନ୍ସି ବୁଧବାର ଏହି ରିପୋର୍ଟ ପ୍ରକାଶିତ ହୋଇଛି। ଜାନୁଆରୀ ମାସରେ ସାଧାରଣ ଲୋକଙ୍କ ପାଇଁ ନିରାମିଶ ଥାଳି ମୂଲ୍ୟ ହ୍ରାସ ପାଇଛି। ନିରାମିଶ ଥାଳିର ମୂଲ୍ୟ ବର୍ତ୍ତମାନ ୨୮ ଟଙ୍କାକୁ ଖସି ଆସିଛି। ଯେତେବେଳେ ଏହାର ମାସେ ପୂର୍ବରୁ ଅର୍ଥାତ୍ ୨୦୨୩ ଡିସେମ୍ବର ମାସରେ ନିରାମିଶ ଥାଳିର ମୂଲ୍ୟ ପ୍ରାୟ ୨୯.୭ ଟଙ୍କା ରହିଥିଲା।

ବର୍ଷେ ପୂର୍ବେ ଥାଳିର ମୂଲ୍ୟ ରହିଥିଲା ୨୬.୬ ଟଙ୍କା 
ଯଦି ବର୍ଷେ ପୂର୍ବେ ରହିଥିବା ଥାଳିର ମୂଲ୍ୟକୁ ତୁଳନା କରାଯାଏ, ତାହେଲେ ନିରାମିଶ ଥାଳିର ମୂଲ୍ୟ ଅଧିକ ରହିଛି। ବର୍ଷ ପୂର୍ବେ ଅର୍ଥାତ୍ ଗତ ବର୍ଷ ଜାନୁଆରୀ ମାସରେ ସମାନ ନିରାମିଶ ଥାଳିର ମୂଲ୍ୟ ୨୬.୬ ଟଙ୍କା ରହିଥିଲା।

ଭାତ-ରୁଟି ମୂଲ୍ୟ କ'ଣ?
କ୍ରିସିଲ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ମାସରେ ରୁଟି, ପିଆଜ, ଟମାଟୋ, ଆଳୁ, ଭାତ, ଡାଲି, ଦହି ଏବଂ ସାଲାଡ୍ ସହିତ ଏକ ଶାକାହାରୀ ଥାଳି ୨୮ ଟଙ୍କାରେ ଉପଲବ୍ଧ ରହିଥିଲା। 

ନିରାମିଶ ଭଳି ଶସ୍ତା ହୋଇଛି ଆମିଶ ଥାଳି ମୂଲ୍ୟ 
ଯଦି ଆମିଶ ଥାଳି ମୂଲ୍ୟ କଥା କୁହାଯାଏ, ତାହେଲେ ଏହାର ମୂଲ୍ୟରେ ମଧ୍ୟ ହ୍ରାସ ହୋଇଛି। ରୁଟି, ପିଆଜ, ଟମାଟୋ ଏବଂ ଆଳୁ, ଚାଉଳ, ଚିକେନ୍ (ବ୍ରଏଲର), ଦହି ଏବଂ ସାଲାଡ୍ ସହିତ ଏକ ଆମିଶ ଥାଳି ୫୨ ଟଙ୍କାରେ ମିଳୁଛି। ଗତ ବର୍ଷ ଡିସେମ୍ବର ମାସରେ ଆମିଶ ଥାଳି ମୂଲ୍ୟ ୫୬.୪ ଟଙ୍କା ରହିଥିଲା। ଯଦି ବର୍ଷେ ପୂର୍ବର ମୂଲ୍ୟ ସହି ତୁଳନା କରାଯାଏ ତାହେଲେ ଗତ ବର୍ଷ ଆମିଶ ଥାଳିର ମୂଲ୍ୟ ୫୯.୯ ଟଙ୍କା ରହିଥିଲା।

ଶସ୍ତା ଚିକେନ୍ କାରଣରୁ ହ୍ରାସ ପାଇଛି ଆମିଶ ଥାଳିର ମୂଲ୍ୟ
ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ବ୍ରଏଲର ମୂଲ୍ୟରେ ମାସକୁ ୮-୧୦ ପ୍ରତିଶତ ହ୍ରାସ ହେତୁ ଆମିଶ ଥାଳିର ମୂଲ୍ୟ ହ୍ରାସ ପାଇଛି।

ଚାଉଳ ଏବଂ ଡାଲି କାରଣରୁ ବଢିଥିଲା ନିରାମିଶ ଥାଳିର ମୂଲ୍ୟ
କ୍ରିସିଲ ରିପୋର୍ଟ ଦର୍ଶାଇଛି ଯେ ପିଆଜ ଏବଂ ଟମାଟୋ ମୂଲ୍ୟ ବାର୍ଷିକ ୩୫% ଏବଂ ୨୦% ବୃଦ୍ଧି ହେତୁ ଶାକାହାରୀ ଥାଳିର ମୂଲ୍ୟ ବୃଦ୍ଧି ପାଇଛି। ଗତ ବର୍ଷ ତୁଳନାରେ ଜାନୁଆରୀ ମାସରେ ଚାଉଳ ଏବଂ ଡାଲି ମୂଲ୍ୟର ବୃଦ୍ଧି ପାଇବାରୁ ଏହାର ପ୍ରଭାବ ନିରାମିଶ ଥାଳି ଉପରେ ପଡ଼ିଥିଲା

ଦରଦାମ ହାର କେତେ ରହିଥିଲା?
ଡିସେମ୍ବର ମାସରେ ଖୁଚୁରା ଦରଦାମ ହାର ୫.୬୯ ପ୍ରତିଶତ ଏବଂ ଖାଦ୍ୟ ଦରଦାମ ହାର ୯.୫୩ ପ୍ରତିଶତ ରହିଥିବା ବେଳେ ଗତ ବର୍ଷ ଜାନୁଆରୀ ମାସରେ ଖୁଚୁରା ଦରଦାମ ହାର ୬.୫୨ ପ୍ରତିଶତ ଏବଂ ଖାଦ୍ୟ ଦରଦାମ ହାର ୫.୯୪ ପ୍ରତିଶତ ରେକର୍ଡ କରାଯାଇଛି।