Video leak: ନୂଆଦିଲ୍ଲୀ: ହୋଟେଲ ରୁମର ଭିଡ଼ିଓ ଲିକ ହେବା ନେଇ ବିରାଟ କୋହଲି (Virat Kohli) ବିସିସିଆଇ (BCCI) ନିକଟରେ ଅଭିଯୋଗ ଆଣିଛନ୍ତି। ଟିମ ଇଣ୍ଡିଆ (Team India) ଏବେ ଅଷ୍ଟ୍ରେଲିଆ (Australia) ଟି୨୦ ଓ୍ୱାର୍ଲଡ କପ (T20 World Cup) ପାଇଁ ଅଷ୍ଟ୍ରେଲିଆରେ (Australia) ରହିଛି। ବିରାଟଙ୍କ (Virat Kohli) ସହିତ ଟିମ ଇଣ୍ଡିଆ (Team India) ପର୍ଥର (Perth) କ୍ରାଉନ ଟାଓ୍ୱାର୍ସ (Crown Touwers) ହୋଟେଲରେ ରହୁଛି। ତେବେ ହୋଟେଲ ତରଫରୁ ଏହି ଘଟଣା କ୍ଷମା ମଗାଯାଇଥିବା ଜଣାପଡ଼ିଛି। ଏହି ଭିଡିଓ ହୋଟେଲର (Hotel) କୌଣସି କର୍ମଚାରୀ ଭାଇରାଲ କରାଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଯେଉଁ ବ୍ୟକ୍ତି ଏହି ମାମଲାରେ ସାମିଲ ଥିଲା ତାକୁ ହୋଟେଲରୁ ବାହାର କରିଦିଆଯାଇଥିବା ନେଇ ହୋଟେଲ ପକ୍ଷରୁ ସୂଚନା ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ତେବେ ବିରାଟ ହୋଟେଲରେ ନଥିବା ବେଳେ କେହି ଭିଡ଼ିଓକୁ ସୁଟ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲା। ଏହାକୁ ନେଇ ବିରାଟ ବିରକ୍ତ ପ୍ରକାଶ କରିଛନ୍ତି। ଏହି ଭିଡ଼ିଓକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରି କ୍ଷୋଭ ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଏବେ ଏହି କ୍ରାଉନ ଟାଓ୍ୱାର୍ସ ହୋଟେଲରେ ରହୁଛନ୍ତି। ଏହି ଭିଡ଼ିଓ ଉକ୍ତ ହୋଟେଲର ବୋଲି ଦାବି କରାଯାଉଛି। 


ଅଧିକ ପଢନ୍ତୁ: Rohit Sharma: ରୋହିତ ଶର୍ମା ଟି-20 ବିଶ୍ୱକପରେ କଲେ ବିଶ୍ୱ ରେକର୍ଡ, ଅନେକ ଦିଗଜକୁ ପଛରେ ପକାଇ ରଚିଲେ ଇତିହାସ


ଅଧିକ ପଢନ୍ତୁ: IND vs SA: ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ଏବେ ପାକିସ୍ତାନର କ'ଣ ହେବ; ଜାଣନ୍ତୁ ସେମିଫାଇନାଲ ରେସର ନୂଆ ସମୀକରଣ


ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କୋହଲି ରହୁଥିବା କୋଠରୀର ବୋଲି ଜଣାପଡ଼ିଛି। ଏହି ଭିଡ଼ିଓରେ ଜୋତା, କିଚେନ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓକୁ ଦେଖିବା ପରେ ବିରାଟ ରାଗରେ ନିଆଁ ହୋଇଯାଇଥିଲେ। ସୋସିଆଲ ମିଡ଼ିଆରେ ଏକ ଲମ୍ବା ଚଉଡ଼ା ଅଭିଯୋଗ ଲେଖିଥିଲେ। ଅଭିଯୋଗରେ କହିଥିଲେ କି ମୋର ବ୍ୟକ୍ତିଗତ ଗୋପନୀୟତା ପ୍ରତି କ୍ଷତି ପହଞ୍ଚିଛି। 


ସେ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି କି ମୁଁ ମାନୁଛି କ୍ରିକେଟ ପ୍ରଶଂସକ ସେମାନଙ୍କର ପସନ୍ଦର ଖେଳାଳିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ରଖିଥାନ୍ତି। ସେମାନଙ୍କୁ ଭେଟିବା ପାଇଁ ଉତ୍ସାହ ଦେଖାଇ ଥାନ୍ତି। ମୁଁ ସବୁବେଳେ ପ୍ରଶଂସକଙ୍କ ଭଲ ପାଇବାକୁ ସମ୍ମାନ ଜଣାଉଛି। କିନ୍ତୁ ଏହି ଭିଡ଼ିଓଟା ସବୁଠାରୁ ଘାତକ ଓ ଏଥିରେ ମୋର ବ୍ୟକ୍ତିଗତ ଗୋପନୀୟତା ପ୍ରତି କ୍ଷତି ପହଞ୍ଚାଇଛି ବୋଲି।


ଅଧିକ ପଢନ୍ତୁ: Zimbabwe Cricketer Salary: ଜିମ୍ବାୱେ କ୍ରିକେଟର ଅବସ୍ଥା ଅତ୍ୟନ୍ତ ଖରାପ, ଖେଳାଳିଙ୍କୁ ମିଳିଥାଏ କେବଳ ଏତିକି ଟଙ୍କା! ଜାଣି ଆପଣ ବି ହେବେ ଚକିତ


ଅଧିକ ପଢନ୍ତୁ: T20 World Cup 2022 Semi Final: କେବଳ ପାକିସ୍ତାନ ନୁହେଁ, ଭାରତ ମଧ୍ୟ ସେମିଫାଇନାଲ ରେସରୁ ପଡ଼ିବ ବାଦ୍! ବଦଳିଯାଇଛି ସମୀକରଣ