Shocking News: ସମୁଦ୍ର କୂଳରେ (caribbean sea )ବା ସମୁଦ୍ର ମଧ୍ୟରେ ଡଙ୍ଗାରେ ବୁଲିବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି। କିନ୍ତୁ ବେଳେ ବେଳେ ଏହି ଯାତ୍ରା ବିପଦପୂର୍ଣ୍ଣ ହୋଇପାରେ। ଏବଂ କେତେବେଳେ ଜୀବନ ବି ଯାଇପାରେ।  କିଛି ଲୋକେ ସମୁଦ୍ରରେ(viral dominica man) ଡଙ୍ଗାରେ ଯାତ୍ରା କରିବା ସମୟରେ ନିଖୋଜ ହେବା ଖବର ଆପଣ ଶୁଣିଥିବେ ନିଶ୍ଚୟ । ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା କହିବୁ ଯାହା ଆପଣଙ୍କୁ ଚକିତ କରିପାରେ। ଡୋମେନିକାର ଜଣେ ବ୍ୟକ୍ତି ଜୁଆରରେ କାରବିଆନ ସମୁଦ୍ରକୁ ଭାସି ଯାଇଥିଲେ । ଦୀର୍ଘ ୨୪ ଦିନ ପରେ ,ସେ ସେଠାରେ ସମୁଦ୍ର  ମଝିରେ ଫସିକୁ ରହିଥିଲେ। ଦିର୍ଘ ୨୪ ଦିନ ପରେ ସେ ସେଠାରୁ ବହୁ କଷ୍ଟରେ କୂଳରୁ ଫେରିଥିଲେ। ତେବେ, ୨୪ ଦିନ (24 days at caribbean sea) ସେଠାରେ ବ୍ୟକ୍ତି ଜଣକ କଣ ଖାଇଲେ କିପରି ରହିଲେ ଆପଣ ଜାଣିଛନ୍ତି କି? 


COMMERCIAL BREAK
SCROLL TO CONTINUE READING


ଡେଲି ଷ୍ଟାର୍ ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ,୨୦୨୨ ଡିସେମ୍ବର ମାସ ରେ,ଡୋମେନିକାର ଜଣେ(dominica man), ୪୭ ବର୍ଷୀୟ ଏଲଭିସ୍ ଫ୍ରାଙ୍କୋଇସ୍ (Elvis Francois) ସେଣ୍ଟ ମାର୍ଟେନ ଦ୍ୱୀପ ଉପକୂଳରେ ତାଙ୍କ ଡଙ୍ଗା ମରାମତି କରୁଥିବାବେଳେ ହଠାତ୍ ତାଙ୍କ ଡଙ୍ଗା କାରିବିଆନ୍  ସମୁଦ୍ରରେ ଆସିଥିବା ଜୁଆରରେ ଭାସି ଯାଇଥିଲା । ସେ ମଧ୍ୟ ଡଙ୍ଗାରେ ଥିଲେ। ଡଙ୍ଗାଟି ସମୁଦ୍ର ମଝିକୁ ପଳାଇ ଯାଇଥିଲା।  ସେହି ସମୟରେ ତାଙ୍କ ପାଖରେ ଥିଲା ଗୋଟିଏ ବୋତଲ କେଚଅପ୍, ଅଦାରସୁଣ ପେଷ୍ଟ ଓ ଶୁଖିଲା ମ୍ୟାଗି । କିନ୍ତୁ ରୋଷେଇ କରିବାକୁ ଚୁଲା ନ ଥିବାରୁ ସେ ବାଧ୍ୟ ହୋଇ ଗୋଟିଏ ବୋତଲ  କେଚଅପ୍ (eating ketchup)ଏବଂ ସମୁଦ୍ର ଲୁଣିଆ ପାଣି ପିଇ ଦିର୍ଘ ୨୪ ଦିନ ସମୁଦ୍ର ମଧ୍ୟରେ ଅତିବାହିତ କରିଥିଲେ।  ତାଙ୍କ ଫୋନରେ ନେଟୱାର୍କ ଆସୁ ନ ଥିବାରୁ ସେ ତାଙ୍କ ସହକର୍ମୀଙ୍କ ସହ ଯୋଗାଯୋଗ  ମଧ୍ୟ କରିପାରୁ ନଥିଲେ।  ସମୁଦ୍ର ଉପରେ ଯାଉଥିବା  କଲୋମ୍ବିଆ ନାଭି ହେଲିକପ୍ଟର ବ୍ୟକ୍ତିଙ୍କ ଉପରେ ନଜର ପଡିଥିଲା । 


 



Also Read : Mother's Love: ମା' ପରି କିଏ ହେବ! ବର୍ଷାରେ ନିଜକୁ ଓଦାକରି ପିଲାମାନଙ୍କୁ କଲା ରକ୍ଷା, ଅପାଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ ଏହି ଭିଡ଼ିଓ


Also Read : Vastu Tips for Relationship: ବୈବାହିକ ଜୀବନରେ ମଧୁରତା ଆଣିଥାଏ ଏହି ବୃକ୍ଷ, ଆଜି ହିଁ ଘରେ ଲଗାନ୍ତୁ


୨୪ ଦିନ ପରେ ଅର୍ଥାତ୍ ୧୫ ଜାନୁଆରୀ ୨୦୨୩ରେ ତାଙ୍କୁ (Colombian Navy) କଲୋମ୍ବିଆ ନାଭି ସେଠାରୁ ତାଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ଏଲଭିସ୍ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ସେ ସବୁକିଛି ହରାଇଛନ୍ତି । ଦୀର୍ଘ ୨୪ ଦିନ ଧରି ସେ ଟମାଟୋ କେଚଅପ ଖାଇ ଜୀବନ ବଞ୍ଚି ଯାଇଥିବାରୁ ଏଲଭିସ୍ ଫ୍ରାଙ୍କୋଇସ୍ କେଚଅପ୍ କମ୍ପାନୀକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।