IND vs BAN: ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପର (T20 World Cup) ୩୫ତମ ମ୍ୟାଚରେ ବାଂଲାଦେଶକୁ (Bangladesh) ଭେଟିବାକୁ ଯାଉଛି ଭାରତ (India)। ଉଭୟ ଚାରି ଚାରି ପଏଣ୍ଟ ପାଇଛନ୍ତି। ଯଦିଓ ଭାରତର (India) ନେଟ ରନରେଟ ବାଂଲାଦେଶ (Bangladesh) ଠାରୁ ଅନେକ ଗୁଣରେ ଉନ୍ନତ ରହିଛି। ଆଉ ଏଥିପାଇଁ ଭାରତ (India) ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଆଉ ବାଂଲାଦେଶ (Bangladesh) ତୃତୀୟ ସ୍ଥାନରେ ରହିଛି। ବାଂଲାଦେଶ (Bangladesh) ବିପକ୍ଷରେ ଏହି ମ୍ୟାଚ ଭାରତ (India) ପାଇଁ ବହୁ ମାତ୍ରାରେ ଗୁରୁତ୍ତ୍ୱ ରଖୁଛି। 


COMMERCIAL BREAK
SCROLL TO CONTINUE READING

ସେପଟେ ଏହି ମ୍ୟାଚ ବିଜୟ ପରେ ଭାରତ (India) ସେମିଫାଇନାଲ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଯିବ। ଆଉ ଯଦି ଭାରତ (India) ଏହି ମ୍ୟାଚରେ ପରାଜୟର ମୁଁହ ଦେଖୁଛି ତେବେ ସେମିଫାଇନାଲ ଟିକଟ ଭାରତ ପାଇଁ ବେଶ କଷ୍ଟକର ହୋଇ ପଡ଼ିବ। ସେପଟେ ଭାରତର ଓପନର କେଏଲ ରାହୁଲଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ରହିଛି। ଏଭଳି ସ୍ଥିତିରେ ରାହୁଲଙ୍କୁ ନେଇ ଇଂଲଣ୍ଡର ପୂର୍ବତନ କ୍ରିକେଟର ମଣ୍ଟି ପାନେସର ନିଜର ବୟାନ ଜାରି କରିଛନ୍ତି। 


ପାନେସର ନିଜର ଟ୍ୱିଟର ଆକାଉଣ୍ଟରେ କହିଛନ୍ତି କି କେଏଲ ରାହୁଲ ବିଗତ ତିନୋଟି ଇନିଂସରେ ବିଫଳ ହୋଇଛନ୍ତି। ମୋ ହିସାବରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ତାଙ୍କର ବ୍ୟାଟିଂ ଅର୍ଡରକୁ ପରିବର୍ତ୍ତନ କରାଯାଉ। ବିରାଟଙ୍କୁ ପାଳି ଆରମ୍ଭ କରିବାକୁ ସୁଯୋଗ ଦିଆଯାଉ। ଦଳ ବିରାଟ ଓ ରୋହିତଙ୍କ ସହିତ ପାଓ୍ୱାର ପ୍ଲେର ଫାଇଦା ଉଠାଇବାର ଆବଶ୍ୟକତା ରହିଛି। ବିରାଟ କୋହଲିଙ୍କର ଅଷ୍ଟ୍ରେଲିଆରେ ବହୁତ ଭଲ  ରେକର୍ଡ ରହିଛି। ଜଣେ ବ୍ୟାଟସମ୍ୟାନ ଭାବେ ତାଙ୍କର ବ୍ୟାଟିଂ ଆଭରେଜ ବେଶ ଭଲ ରହିଛି। 
ତେବେ ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ ଆଡିଲେଡ଼ରେ ଖେଳାଯିବ। ଆଡି଼ଲେଡ଼ରେ ବର୍ଷା ଆଶଙ୍କା ଦେଖା ଦେଇଛି। ଯଦି ବର୍ଷା ହୁଏ, ତେବେ ଖେଳ ବାତିଲ ହେବ। ଖେଳ ବାତିଲ ହେଲେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ। ଦକ୍ଷିଣ ଆଫ୍ରିକା ଗ୍ରୁପ ୨ରେ ଶୀର୍ଷରେ ରହିଛି। ଦକ୍ଷିଣ ଆଫ୍ରିକା ଖାତାରେ ୫ ପଏଣ୍ଟ ରହିଛି। ସେହିପରି ଜିମ୍ବାଓ୍ୱେ ତିନି ପଏଣ୍ଟ ସହିତ ଚତୁର୍ଥ ସ୍ଥାନ ଓ ପାକିସ୍ତାନ ଦୁଇ ପଏଣ୍ଟ ସହିତ ପଞ୍ଚମ ନମ୍ବରରେ ରହିଛି। 


ସୂଚନାଯୋଗ୍ୟ ପାକିସ୍ତାନ ଓ ନେଦରଲ୍ୟାଣ୍ଡ ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିନେଇଛି। ଏହା ସହିତ ୪ ପଏଣ୍ଟ ହାସଲ କରିଥିବା ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଠାରୁ ପରାଜୟ ବରଣ କରିଛି। 


ଅଧିକ ପଢନ୍ତୁ: Fire Incident: ରାଜଧାନୀରେ ଏକ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨ ଜଣ, ଅନେକ ଆହତ


ଅଧିକ ପଢନ୍ତୁ: IND vs NZ 2022: ବାପା ସେଲୁନ୍ ଚଲାନ୍ତି, ପୁଅ ଚମତ୍କାର କ୍ରିକେଟ୍ ଖେଳି ଟିମ୍ ଇଣ୍ଡିଆକୁ ମାରିଲେ ଧାଁସୁ ଏଣ୍ଟ୍ରି


ଅଧିକ ପଢନ୍ତୁ: IND vs BAN T20 World Cup 2022: ଟିମ୍ ଇଣ୍ଡିଆ ପାଇଁ ବହୁତ ଖରାପ ଖବର, ବାଂଲାଦେଶ ବିପକ୍ଷରେ ଖେଳି ପାରିବେନି ଦଳର ଏହି ବଡ଼ ମ୍ୟାଚ୍ ୱିନର