Fire Incident: ରାଜଧାନୀରେ ଏକ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨ ଜଣ, ଅନେକ ଆହତ
Advertisement

Fire Incident: ରାଜଧାନୀରେ ଏକ ପ୍ଲାଷ୍ଟିକ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨ ଜଣ, ଅନେକ ଆହତ

Delhi Fire Incident: ବିଲଡିଂ ଚାରିପାଖରେ ଥିବା ଘରଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି । କୁହାଯାଉଛି ଯେ ୩ ରୁ ୪ ଜଣ ଲୋକ ବିଲ୍ଡିଂରେ ଫସି ରହିଥିବା ଆଶଙ୍କା କରାଯାଉଛି, ସେମାନଙ୍କୁ ନିରାପଦରେ ବାହାରକୁ ଆଣିବା ପାଇଁ ନିରନ୍ତର ଉଦ୍ୟମ ଚାଲିଛି ।

ସୌ: ସୋସିଆଲ ମିଡିଆ

Delhi Fire: ଜାତୀୟ ରାଜଧାନୀ ନରେଲାସ୍ଥିତ ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ପ୍ରାୟ ୯.୩୫ ରେ ନିଆଁ ଲାଗିଥିଲା । ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ବାହିନୀ ପରେ ସୂଚନା ପାଇଥିଲେ । ଏହା ପରେ ୧୦ ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା । କୁହାଯାଉଛି ଯେ ଘଟଣାସ୍ଥଳରୁ ୨ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ତଥାପି ଅନେକ ଲୋକ ବିଲଡିଂ ଭିତରେ ଫସି ରହିଥିବାର ଭୟ ରହିଛି । ଅଗ୍ନିଶମ ବିଭାଗର ୧୦ ଟି ଗାଡି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି । ଏହି ଅଗ୍ନିକାଣ୍ଡରେ ପୋଡି ଯାଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଲୋକଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।

ନିଆଁକୁ ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ବିଲ୍ଡିଂରେ ଏହା ସବୁଆଡେ ବ୍ୟାପି ଯାଇଥିଲା ଓ ୨୦ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ଜଣଙ୍କର ମୃତ୍ୟୁକୁ ନିଶ୍ଚିତ କରିଥିଲେ । ବର୍ତ୍ତମାନ ପୋଲିସ ଓ ଅଗ୍ନିଶମ ବିଭାଗର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବିଲଡିଂ ଚାରିପାଖରେ ଥିବା ଘରଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି । କୁହାଯାଉଛି ଯେ ୩ ରୁ ୪ ଜଣ ଲୋକ ବିଲ୍ଡିଂରେ ଫସି ରହିଥିବା ଆଶଙ୍କା କରାଯାଉଛି, ଯେଉଁମାନଙ୍କୁ ନିରାପଦରେ ବାହାରକୁ ଆଣିବା ପାଇଁ ନିରନ୍ତର ଉଦ୍ୟମ ଚାଲିଛି ।

ସୂଚନାନୁସାରେ, ଶ୍ରମିକମାନେ ମଙ୍ଗଳବାର ଦିନ ସକାଳ ୯ ଟାରୁ କାରଖାନାରେ କାମ କରିବା ଆରମ୍ଭ କରିଥିଲେ । ଘଟଣା ସମୟରେ କାରଖାନାରେ ପ୍ରାୟ ୧୦୦ ଜଣ କର୍ମଚାରୀ ଉପସ୍ଥିତ ଥିଲେ । ଦିଲ୍ଲୀ ପୋଲିସ କହିଛି ଯେ ନରେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ୧୦ ଟି ଦମକଳ ଘଟଣାସ୍ଥଳରେ ଉପସ୍ଥିତ ରହିଛି । ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଛି, ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସାମାନ୍ୟ ଆଘାତ ପାଇଛନ୍ତି । ୨ ଜଣଙ୍କର ମୃତ୍ୟୁ ହୋଇଛି, ସେମାନଙ୍କୁ ଚିହ୍ନଟ କରାଯାଉଛି ।

 

ଦିଲ୍ଲୀର ନରେଲାର ଭୋରଗଡ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ୍ ଚପଲ ତିଆରି କାରଖାନାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ପ୍ରବଳ ଧୂଆଁ ଯୋଗୁଁ ଶ୍ରମିକମାନେ ବାହାରକୁ ଆସିପାରିନଥିଲେ । ଅଗ୍ନିଶମ ବାହିନୀ ମଧ୍ୟ ୨୦ ଜଣ କର୍ମଚାରୀଙ୍କୁ ଉଚ୍ଚ ସିଡ଼ିରେ କାରଖାନାରୁ ବାହାର କରି ହସ୍ପିଟାଲକୁ ନେଇ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଭାବରେ ପୋଡି ଯାଇଥିଲେ । ସେଠାରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଚିହ୍ନଟ ହୋଇଥିଲା ।