IND vs BAN T20 World Cup 2022: ଟିମ୍ ଇଣ୍ଡିଆ ପାଇଁ ବହୁତ ଖରାପ ଖବର, ବାଂଲାଦେଶ ବିପକ୍ଷରେ ଖେଳି ପାରିବେନି ଦଳର ଏହି ବଡ଼ ମ୍ୟାଚ୍ ୱିନର
Advertisement
Article Detail0/zeeodisha/odisha1419972

IND vs BAN T20 World Cup 2022: ଟିମ୍ ଇଣ୍ଡିଆ ପାଇଁ ବହୁତ ଖରାପ ଖବର, ବାଂଲାଦେଶ ବିପକ୍ଷରେ ଖେଳି ପାରିବେନି ଦଳର ଏହି ବଡ଼ ମ୍ୟାଚ୍ ୱିନର

IND vs BAN T20 World Cup 2022: ଟିମ୍ ଇଣ୍ଡିଆର ଏହି ଖେଳାଳି ମାତ୍ର ଗୋଟିଏ ଓଭରରେ ପୂରା ମ୍ୟାଚକୁ ପଲଟାଇ ଦେଇଥିଲେ । ଏହି ଦମଦାର୍ ଖେଳାଳି ବାଂଲାଦେଶ ବିପକ୍ଷ ମ୍ୟାଚରେ ନ ଖେଳିବା ଭାରତ ପାଇଁ ଏକ ବଡ଼ ଝଟକା ହେବ । ବୁଧବାର ସିନିୟର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ବାଂଲାଦେଶ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇପାରନ୍ତି । 

IND vs BAN T20 World Cup 2022: ଟିମ୍ ଇଣ୍ଡିଆ ପାଇଁ ବହୁତ ଖରାପ ଖବର, ବାଂଲାଦେଶ ବିପକ୍ଷରେ ଖେଳି ପାରିବେନି ଦଳର ଏହି ବଡ଼ ମ୍ୟାଚ୍ ୱିନର

IND vs BAN T20 World Cup 2022: ଆସନ୍ତା କାଲି ଅର୍ଥାତ ନଭେମ୍ୱର ୨ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଟି-20 ବିଶ୍ୱକପ ୨୦୨୨ର ସୁପର-12 ପର୍ଯ୍ୟାୟର ମ୍ୟାଚ୍ (India vs Bangladesh) ହେବାର ଅଛି । ଏହା ପୂର୍ବରୁ ଟିମ୍ ଇଣ୍ଡିଆ (Team India) ପାଇଁ ଏକ ବହୁତ ବଡ଼ ଖରାପ ଖବର ସାମ୍ନାକୁ ଆସୁଛି । ନଭେମ୍ବର ୨ରେ ଆଡିଲେଡ ଓଭାଲରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ଭାରତୀୟ ଦଳର ସବୁଠାରୁ ବଡ଼ ମ୍ୟାଚ୍ ୱିନର ବାଂଲାଦେଶ ବିପକ୍ଷ ମ୍ୟାଚରେ ନ ଖେଳି ପାରନ୍ତି । ଟିମ୍ ଇଣ୍ଡିଆର ଏହି ଖେଳାଳି ମାତ୍ର ଗୋଟିଏ ଓଭରରେ ପୂରା ମ୍ୟାଚକୁ ପଲଟାଇ ଦେଇଥିଲେ । ଏହି ଦମଦାର୍ ଖେଳାଳି ବାଂଲାଦେଶ ବିପକ୍ଷ ମ୍ୟାଚରେ ନ ଖେଳିବା ଭାରତ ପାଇଁ ଏକ ବଡ଼ ଝଟକା ହେବ । ବୁଧବାର ସିନିୟର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ (Dinesh Karthik) ବାଂଲାଦେଶ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇପାରନ୍ତି । 

କାରଣ ଭାରତୀୟ ଦଳର ପୂର୍ବ ମ୍ୟାଚ୍ ଅର୍ଥାତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଦୀନେଶ କାର୍ତ୍ତିକ ଶେଷ ପାଞ୍ଚ ଓଭରରେ ୱିକେଟ୍ କିପରର ଭୂମିକା ନିର୍ବାହ କରିପାରି ନଥିଲେ । ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡ଼ିଥିଲା । ଯଦି ଦୀନେଶ କାର୍ତ୍ତିକ ଭାରତ ଓ ବାଂଲାଦେଶ ମ୍ୟାଚରେ ଖେଳନ୍ତି ନାହିଁ, ତେବେ ଦଳରେ ସାମିଲ ଅନ୍ୟ ଜଣେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ରବିବାର ଯନ୍ତ୍ରଣା ଯୋଗୁଁ ଦୀନେଶ କାର୍ତ୍ତିକ ପଡ଼ିଆ ଛାଡିବା ପରେ ଋଷଭ ପନ୍ତ ୧୬ ତମ ଓଭରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚର ଶେଷ ପର୍ଯ୍ୟନ୍ତ ୱିକେଟ୍ କିପରର ଭୂମିକା ନିର୍ବାହ କରିଥିଲେ ।

ଦୀନେଶ କାର୍ତ୍ତିକଙ୍କ ଅଣ୍ଟାରେ ଯନ୍ତ୍ରଣା ହେବାର କାରଣ ଅତ୍ୟଧିକ ଥଣ୍ଡା ପାଗ  ହୋଇପାରେ । ଦୀନେଶ କାର୍ତ୍ତିକଙ୍କ ଅଣ୍ଟା ଯନ୍ତ୍ରଣା କେତେ ଗୁରୁତର ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କିନ୍ତୁ ସାମାନ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସାଧାରଣତଃ ୩ରୁ ୪ ଦିନ ସମୟ ଲାଗିଯାଏ । ଭାରତୀୟ କ୍ରିକେଟ ବୋର୍ଡ (BCCI) ର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, "କାର୍ତ୍ତିକ ତାଙ୍କ ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ଅଣ୍ଟାର ଯନ୍ତ୍ରଣାର ଗମ୍ଭୀରତାର ବିଷୟରେ ଆମ ପାଖରେ ସୂଚନା ନାହିଁ । ତାଙ୍କୁ ଫିଟ୍ କରିବା ପାଇଁ ଡାକ୍ତରୀ ଦଳ କାର୍ଯ୍ୟ କରୁଛନ୍ତି, କାରଣ ଉତ୍ତାପ ସଙ୍କୋଚନ ଓ ମାଲିସ୍ ଶୀଘ୍ର ଆରାମ ପ୍ରଦାନ କରିଥାଏ । ତେଣୁ ତାଙ୍କୁ ମୁକାବିଲାରୁ ବାଦ୍ ବୋଲି ମନେ କରନ୍ତୁ ନାହିଁ ।"

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାଣିଶୁଣି ଟିମ୍ ଇଣ୍ଡିଆ ହାରିଛି, ଝଡ଼ ସୃଷ୍ଟି କଲା ଏହି ଦିଗ୍ଗଜ ଖେଳାଳିଙ୍କ ବୟାନ

ଅଧିକ ପଢ଼ନ୍ତୁ:-ବର୍ଷା ବିଗାଡ଼ିବ ଟିମ୍ ଇଣ୍ଡିଆର ଖେଳ! ଜାଣନ୍ତୁ ନଭେମ୍ୱର ୨ରେ କେମିତି ରହିବ ଆଡିଲେଡରେ ପାଣିପାଗ

ଅଧିକ ପଢ଼ନ୍ତୁ:-କ'ଣ ରୋହିତ ଶର୍ମା ଓ ବିରାଟ କୋହଲି ପରବର୍ତ୍ତୀ ଟି-20 ବିଶ୍ୱକପ ଦଳର ଅଂଶ ହେବେ କି, ମୁଖ୍ୟ ଚୟନକର୍ତ୍ତା ଦେଲେ ଏହି ଜବାବ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଛି ଓ ଏହି ମ୍ୟାଚରେ ପରାଜିତ ହୋଇଛି । ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୨ରେ ବାଂଲାଦେଶ ସହିତ ଓ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।