ଭୁବନେଶ୍ୱର: ଶତ୍ରୁର ଶତ୍ରୁ ମିତ୍ର ହୋଇଥାଏ। ରାଜନୀତିରେ ଏହି ଭାଷାକୁ ସଂଜିବନୀ କରିବାକୁ ଚାହୁଁଛି ବିଜେଡି। ଏମିତି କିଛି ଚର୍ଚ୍ଚା ଆଜି କିଛି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚା ଅନୁସାରେ ବିଜେଡିର ଦ୍ୱିତୀୟ ତାରକା କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍ ଦିଲ୍ଲୀରେ ଲଜ୍ଜା ଲୁଚାଇବାକୁ ନୁହେଁ ବରଂ ରାଜନୀତିକ ତାଳି ପକାଇବାକୁ ଯାଇଛନ୍ତି। ସେ କଂଗ୍ରେସ ଶିବିରରେ ଶରଣ ନେବାକୁ ଯାଉଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି ତାଙ୍କର ଏହି ଉଦ୍ୟମ ସଫଳ ହେବ କି?


COMMERCIAL BREAK
SCROLL TO CONTINUE READING

ଯଦିଓ କଂଗ୍ରେସ ନିଜର ବଳ ଟାଣ କରିବାକୁ ଆଞ୍ଚଳିକ ଦଳ ସହ ହାତ ମିଳାଉଛି କିନ୍ତୁ ବିଜେଡି ସହ କେବେ ଜତିପାତ ପଡ଼ି ନଥିଲା। ନିର୍ବାଚନ ପୂର୍ବରୁ କଂଗ୍ରେସ ତଥା ଇଣ୍ଡି ମେଣ୍ଟଠାରୁ ଦୂରରେ ବୋଲି ପ୍ରଚାର କରିଥିଲା ବିଜେଡି। ବିଜେପି ହାତ ଧରି ନିର୍ବାଚନ ପାର ହେବ ବୋଲି ସେ ସମୟରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଉଭୟ ଦଳ ଭିତରେ ମେଣ୍ଟ ଅଙ୍କ ନ ଛିଣ୍ଡିବାରୁ ଅଲଗା ଅଲଗା ଲଢ଼ିଥିଲେ। ଆଜି ଏଥିରେ ବିଜେଡିକୁ ବିପର୍ଯ୍ୟୟ ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପଛରେ ଲୋକେ ଭିକେ ପାଣ୍ଡିଆନ୍‍ଙ୍କୁ ମୁଖ୍ୟତଃ ଦାୟୀ କରୁଛନ୍ତି। ଆଉ ଏହି ଲୋକ ଲଜ୍ଜାଠୁ ଦୂରକୁ ଯିବା ଲାଗି ପାଣ୍ଡିଆନ୍‍ ରାତି ଅଧିଆ ଓଡ଼ିଶା ଛାଡ଼ି ଚାଲିଗଲେ ବୋଲି ଚର୍ଚ୍ଚା ବି ହେଉଛି। ଦଳର ସଙ୍କଟ ସମୟରେ ଦଳର ଦ୍ୱିତୀୟ ନେତା ରାଜ୍ୟ ବାହାରକୁ ଯିବା ସମସ୍ତଙ୍କୁ ଆଲୋଚନା ଲାଗି ଖୋରାକି ଦେଇଥିବା ବେଳେ ଏବେ ଉଠିଛି ପାଣ୍ଡିଆନ୍‍ ସେନିଆ ଗାନ୍ଧିଙ୍କୁ ଭେଟିବା ଯୋଜନା କରୁଛନ୍ତି। ଯାହାଙ୍କ ସହ କଂଗ୍ରେସର ବରିଷ୍ଠ ନେତାଙ୍କୁ ଭେଟି ବିଜେଡି ନେତାଙ୍କ ପାଇଁ ସୁରକ୍ଷା କବଚ ଖୋଜୁଛନ୍ତି। 


ଏହା ଇଙ୍ଗିତ ଦେଉଛି ଯେ, ବିଜେଡି ରାଜ୍ୟରେ ଭୟଭୀତ ରହିଛି। ନହେଲେ କେନ୍ଦ୍ରରେ ଡେରା ପକାଇବାର କୌଣସି ଯଥାର୍ଥତା ନାହିଁ। କାରଣ କେନ୍ଦ୍ରରେ କଂଗ୍ରେସକୁ ସହାୟତା କରିବା ଲାଗି ବିଜେଡି ପାଖରେ ଜଣେ ବି ସାଂସଦ ନାହାନ୍ତି। ଅପରପକ୍ଷେ ରାଜ୍ୟ କଂଗ୍ରେସ ନେତାମାନେ ମଧ୍ୟ ନିର୍ବାଚନ ସମୟରେ ଅଣ ଓଡ଼ିଆ ଶାସନ କରି ପାଣ୍ଡିଆନ୍‍ଙ୍କୁ ଇଙ୍ଗିତ କରିଛନ୍ତି। ପାଣ୍ଡିଆନ୍‍ଙ୍କ ନୀତିକୁ ସମାଲୋଚନା କରିଛନ୍ତି। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାକୁ ଦାବି କରିଛନ୍ତି। ଏଭଳି କ୍ଷେତ୍ରରେ କଂଗ୍ରେସ କାହିଁକି ବିଜେଡିର ସହାୟକ ହେବ ତାହାକୁ ନେଇ ରାଜନୀତିକ ପଣ୍ଡିତ ପ୍ରଶ୍ନ ଉଠାଇଛନ୍ତି। 


ଅଣ କଂଗ୍ରେସ ରାଜନୀତିର ମୁଳଦୂଆ ଉପରେ ୧୯୯୭ ମସିହାରୁ ଠିଆ ହୋଇଥିବା ବିଜୁ ଜନତା ଦଳ ଆଜି ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାଚ୍ୟୁତ ହୋଇଛି। କିଛିଦିନ ତଳେ କଟ୍ଟର ରାଜନୀତିକ ଶତ୍ରୁ ପାଲଟିଥିବା ବିଜେପି ବିରୁଦ୍ଧରେ ସ୍ୱର ଉତ୍ତଳନ କରି ଶାସନ କ୍ଷମତା ହରାଇଛି। ତଥାପି ବିଜେଡି ପାଖରେ ୫୧ ଆସନ ରହିଛି ଯାହା ଏକ ଗଠନମୂଳକ ବିରୋଧୀ ଦଳର କାର୍ଯ୍ୟ କରିବ। କିନ୍ତୁ ବିଜେପି ଶାସନ ଆସିଲେ ବିଜେଡି ନେତାଙଘ୍କ ଅବସ୍ଥା ଖରାପ ହେବ ବୋଲି ଆଶଙ୍କା କରାଯାଉଛି। ସିବିଆଇ, ଇଡି ପ୍ରଭୃତି କେନ୍ଦ୍ରୀୟ ଏଜେନ୍ସୀ ସହ ରାଜ୍ୟ କ୍ରାଇମ୍‍ବ୍ରାଞ୍ଚ ଓ ଭିଜିଲାନ୍ସ ଦ୍ୱାରା ବିଗତ ବର୍ଷଗୁଡ଼ିକର ବିଭିନ୍ନ ଘଟଣା ତଦନ୍ତ ହେବ ବୋଲି ଆଶଙ୍କା କରାଯାଉଛି। ପୁଣି ବିଜେପି ନେତାମାନେ ଏ ବିଷୟରେ ଇଙ୍ଗିତ ମଧ୍ୟ ଦେଉଛନ୍ତି। ଏପରି କ୍ଷେତ୍ରରେ କଂଗ୍ରେସ ସହାୟକ ହେବ ବୋଲି ଆଶା କରିଥାଇପାରେ ବିଜେଡି। 


କିନ୍ତୁ ନିଜେ ନିଶ୍ଚିହ୍ନ ହୋଇଯିବା ଆଶଙ୍କାରେ ବିଜେପି ଯେତେବେଳେ ବିଜେଡି ସହ ମେଣ୍ଟ କରିଲା ନାହିଁ ଏବଂ ଭଲ ଫଳାଫଳ ହାସଲ କରିପାରିଲା, ଠିକ୍‍ ସେହିପରି କଂଗ୍ରେସର ଉତ୍‍ଥାନ ବି ବିଜେଡି ସଂସ୍ପର୍ଶରେ ଆସିଲେ ଆହୁରି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।