Weather Update: ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରହିଛି ମୌସୁମୀ(Monsoon)। ଫଳରେ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା(rain) । ପାଣିପାଗ ବିଭାଗର (Monsoon)ସୂଚନା ଅନୁଯାୟୀ,  ଆଗକୁ ଆସୁଛି ଆଉ ଏକ ବଡ଼ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ କାଲିଠୁ ପୁଣି ବର୍ଷା (rain) ହେବ । ୨୨ ତାରିଖ ଯାଏ ପ୍ରବଳ ବର୍ଷିବ । ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।


COMMERCIAL BREAK
SCROLL TO CONTINUE READING

 




ଆଜି ପୁରୀ ସମେତ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ (yellow warning) ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ। ସେହିଭଳି ୧୯ ତାରିଖ ଦିନ ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖ ଦିନ ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୧ ତାରିଖ ଦିନ ବି ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷିପାରେ । 


Also Read: Horoscope Today 18 July 2023: ଆଜି ଏହି ତିନି ରାଶିର ରହିଛି ଧନଲାଭର ଯୋଗ, ୪ ରାଶିଙ୍କ ଲାଗି ବଢିପାରେ ଅଡୁଆ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?


Also Read: Odisha Train Accident: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଧରିବାରେ ବିଫଳ ହୋଇଛି CBI!


Also Read:  Bhadrak News: ଆରଡ଼ି ପୀଠରେ ବୋଲବମ ଭକ୍ତଙ୍କୁ ମାଡ଼ ମାରିଲା ପୋଲିସ


ସୋମବାର ଦିନ ଚାନ୍ଦବାଲିରେ ସବୁଠୁ ଅଧିକ ୫୧.୨ମି.ମି,ବଲାଙ୍ଗୀରରେ ୫୦ମି.ମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବର,ଗୋପାଳପୁର,ପୁରୀ, ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ସମ୍ବଲପୁର, ଭବାନୀପାଟଣା, କୋରାପୁଟ, ଟିଟିଲାଗଡ଼, ମାଲକାନଗିରି, ସୁବର୍ଣ୍ଣପୁର, ବୌଦ୍ଧ, ରାୟଗଡ଼ା ଏବଂ ନବରଙ୍ଗପୁର ଆଦି ଅଞ୍ଚଳରେ ବର୍ଷା ହୋଇଛି। ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୧୭ ସୁଦ୍ଧା ୩୦୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୩୮୨.୮ ମି.ମି ତୁଳନାରେ ୨୦% କମ୍ ଅଟେ । ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି,ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ଜଣାପଡୁନାହିଁ। କିନ୍ତୁ ଭଲ ବର୍ଷା ହେବ। ଆସନ୍ତା ୨୪ କିମ୍ବା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ। ଲଘୁଚାପ ଦୁର୍ବଳ ହୋଇଥିଲେ ମଧ୍ୟ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି।