Odisha Train Accident: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଧରିବାରେ ବିଫଳ ହୋଇଛି CBI!
Advertisement

Odisha Train Accident: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଧରିବାରେ ବିଫଳ ହୋଇଛି CBI!

Odisha Train Accident: ବାହାନଗା ରେଳ ଦୁର୍ଘଟଣାକୁ (Odisha Train Accident) ଦେଢମାସ ବିତିଲାଣୀ । ଟ୍ରେନ୍ ଦୁର୍ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ଏବେ ଜେଲର ଚାଲିକାନ୍ଥ ଭିତରେ । ସିବିଆଇ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଦୁଇ ଥର ରିମାଣ୍ତରେ(remand) ନେଇ ଅଧିକ ପଚରା ଉଚରା କରିଛି ।  କିନ୍ତୁ ଏପର୍ଯ୍ୟନ୍ତ ସିିବିଆଇ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାହାନଗା ରେଳ ଦୁର୍ଘଟଣାକୁ (Odisha Train Accident) ଦେଢମାସ ବିତିଲାଣୀ । ଟ୍ରେନ୍ ଦୁର୍ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ଏବେ ଜେଲର ଚାଲିକାନ୍ଥ ଭିତରେ ।  ସିବିଆଇ ତିନି ଅଭିଯୁକ୍ତଙ୍କୁ ଗିରଫ କରି ଦୁଇ ଥର ରିମାଣ୍ତରେ(remand) ନେଇ ଅଧିକ ପଚରା ଉଚରା କରିଛି । ଆଉ ତୃତୀୟ ଥର ରିମାଣ୍ତରେ ନ ନେଇ ସେମାନଙ୍କୁ ଜେଲକୁ ପଠାଇ ଦେଇଛି। କିନ୍ତୁ ଗିରଫ ଅଭିଯୁକ୍ତ ଅମୀର ଖାନଙ୍କ ବିରୋଧରେ ସିବିଆଇ(CBI) ସେଭଳି କିଛି ଠୋସ୍ ପ୍ରମାଣ (conspiracy prove) ଏ-ପର୍ଯ୍ୟନ୍ତ ଯୋଗାଡ କରିପାରିନି ବୋଲି ଅମୀର ଖାନଙ୍କ ଓକିଲ ଲଲାଟେନ୍ଦୁ ପ୍ରଧାନ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ସିବିଆଇ (CBI) ତାଙ୍କ ମହକିଲଙ୍କ ବିରୋଧରେ କୌଣସି ପ୍ରମାଣ ଦାଖଲ କରି ନାହିଁ କି ଷଡ଼ଯନ୍ତ୍ରର ଖିଅ ବାବଦରେ କୌଣସି ପ୍ରମାଣ ଉଲ୍ଲେଖ କରିନାହିଁ।

ସିବିଆଇ କୋର୍ଟରେ(CBI Court) କେସ ବାବଦରେ ଏକ ରିପୋର୍ଟ ଦାଖଲ କରିଛି। ସେ ସେହି ରିପୋର୍ଟକୁ ନିଜେ ପଢ଼ିଛନ୍ତି। ଯେଉଁଥିରେ ସେକ୍ସନ ଇଞ୍ଜିନିୟର ଅମୀର ଖାନ ଷଡ଼ଯନ୍ତ୍ର କରିଛନ୍ତି ବୋଲି କୌଣସି ପ୍ରମାଣ ନାହିଁ ବା ପ୍ରମାଣ ଉପସ୍ଥାପନ କରାଯାଇନି। କେବଳ ଅବହେଳା ପାଇଁ ତାଙ୍କୁ ଗିରଫ କରାଯାଇଛି। ତେଣୁ ସେ ଆଗାମୀ ଦିନରେ ଜାମିନ ପାଇଁ ଆବେଦନ କରିବେ। ଉଲ୍ଲେଖଯୋଗ୍ୟ, ଗିରଫ ପରେ ଅମୀର ଖାନ୍ କହିଥିଲେ, ତାଙ୍କର କୌଣସି ଭୁଲ ନାହିଁ। ଯେଉଁ ତୃଟି ପାଇଁ ଦୁର୍ଘଟଣା ଘଟିଛି ତାହା ୧୫ ଏପ୍ରିଲ ୨୦୨୩ରୁ ହୋଇଛି । ଦୁର୍ଘଟଣା ପୂର୍ବରୁ ଇଣ୍ଟରଲକିଂ ପଏଣ୍ଟରେ ତୃଟି ଥିଲା। ଯେତେବେଳେ ସିବିଆଇ ଷଡ଼ଯନ୍ତ୍ରର ପ୍ରମାଣ ଦାଖଲ କରିପାରୁନି ସେତେବେଳେ ମାମଲା କିଭଳି ଆଗକୁ ଅଗ୍ରଗତି କରିବ ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Also Read: Horoscope Today 18 July 2023: ଆଜି ଏହି ତିନି ରାଶିର ରହିଛି ଧନଲାଭର ଯୋଗ, ୪ ରାଶିଙ୍କ ଲାଗି ବଢିପାରେ ଅଡୁଆ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Also Read: Bhadrak News: ଆରଡ଼ି ପୀଠରେ ବୋଲବମ ଭକ୍ତଙ୍କୁ ମାଡ଼ ମାରିଲା ପୋଲିସ

ସୂଚନା ଥାଉ କି, ରେଳବାଇର ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ସିନିୟର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ସିବିଆଇ ଗିରଫ କରିବା ପରେ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଥିଲା । ସେଠାରେ ପଚରାଉଚରା ପରେ କ୍ୟାପିଟାଲ୍ ହସ୍ପିଟାଲରେ ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା । ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ (CBI) ୩ ଜଣଙ୍କୁ ଗିରଫ କରିଛି । ଆଇପିସି ଧାରା ୩୦୪ ଓ ୨୦୧ରେ ୩ ଜଣଙ୍କୁ ସିବିଆଇର ଗିରଫ କରିଥିବା ଜଣାପଡ଼ିଛି । ଜାଣିଶୁଣି ମୃତ୍ୟୁ ମୁହଁକୁ ଠେଲି ଦେବା, ଅପରାଧ ଘଟାଇ ପ୍ରମାଣ ଲୁଚାଇବା ଆଦି ଅଭିଯୋଗରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏ-ହା ପୂର୍ବରୁ ରେଲୱେ ସେଫ୍ଟିକମିଶନରଙ୍କ ରିପୋର୍ଟ ଆସିଥିବା ବେଳେ ଦୁର୍ଘଟଣା ମନ୍ୟୁଷକୃତ ବୋଲି ରିପୋର୍ଟରେ କୁହାଯାଇଥିଲା । ଟ୍ରେନ୍ ଦୁର୍ଘଟଣାରେ ୩ ଦିନ ମଧ୍ୟରେ ରେଲୱେ ବୋର୍ଡ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ମଧ୍ୟ ଷଡ଼ଯନ୍ତ୍ର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ତେବେ ଗିରଫ ୩ ଜଣ ହିଁ ଦୁର୍ଘଟଣା ପାଇଁ ଦାୟୀ ନା ଏଥିରେ ଆଉ କାହାରି ସମ୍ପୃକ୍ତି ରହିଛି । ସେନେଇ ସିବିଆଇ ଖୋଳତାଡ଼ ଜାରି ରଖିଛି ।

ସୂଚନା ଅନୁସାରେ, ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ବେଳେ ବାଲେଶ୍ବର ବାହାନଗା ରୋଡ୍ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ମାଲବାହୀ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ମାଲବାହୀକୁ କରମଣ୍ଡଳ ଧକ୍କା ଦେବା ପରେ କିଛି କୋଚ୍ ଅନ୍ୟ ଟ୍ରାକକୁ ଛିଟିକି ପଡ଼ିଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ପରେ ଘଟଣାସ୍ଥଳର ସ୍ଥିତି ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ।  ଏହି ଦୁର୍ଘଟଣା ପରେ ସିବିଆଇକୁ ମାମଲାର ତଦନ୍ତ ଭାର ଦିଆଯାଇଥିଲା ।