GST Council latest Update: 2000 ଟଙ୍କା ପର୍ଯ୍ୟନ୍ତ କାର୍ଡ ପେମେଣ୍ଟ ଉପରେ 18% ଜିଏସ୍ଟି ଆଦାୟ କରାଯିବା ଠିକ୍ କି ନୁହେଁ ସେ ସମ୍ପର୍କରେ ସୋମବାର କୌଣସି ପ୍ରକାର ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ଆଜି ଜିଏସ୍ଟି ପରିଷଦର 54 ତମ ବୈଠକ ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅପରାହ୍ନ 5 ଟା ସମୟରେ ଏହା ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି । ଏହାପୂର୍ବରୁ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 2000 ଟଙ୍କା ପର୍ଯ୍ୟନ୍ତ କାର୍ଡ ଦେୟ ଉପରେ 18% ଜିଏସ୍ଟି ଆଦାୟ କରାଯିବ କି ନାହିଁ ତାହା ଉପରେ ଆଜି କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଏହି ପ୍ରସ୍ତାବକୁ ଫିଟମେଣ୍ଟ କମିଟିକୁ ପଠାଯାଇଛି।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖୁଛୁ ଯେ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ 2000 ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଉପରେ 18% ଜିଏସ୍ଟି ଚାର୍ଜ କରିବାକୁ ଏକ ପ୍ରସ୍ତୁତି ଚାଲିଛି। ପ୍ରସ୍ତାବରେ ଏହା କୁହାଯାଇଛି ଯେ, ଏହା ପେମେଣ୍ଟ ଗେଟୱେକୁ ଦିଆଯିବାକୁ ଥିବା ଫି ହେବ। ଅନ୍ୟପଟେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ଗଣମାଧ୍ୟମକୁ କହିଛନ୍ତି ଯେ, ଜିଏସ୍ଟି ଅନୁସନ୍ଧାନ ଏବଂ ବିକାଶ ପ୍ରସଙ୍ଗ ମଧ୍ୟ ଫିଟମେଣ୍ଟ କମିଟି ନିକଟକୁ ପଠାଯିବ, ବର୍ତ୍ତମାନ ଏହି କମିଟି କାର୍ଡ କାରବାର ଉପରେ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ। ପ୍ରେମଚାନ୍ଦ ଏକଥା ମଧ୍ୟ କହିଛନ୍ତି, ଧାର୍ମିକ ହେଲିକପ୍ଟର ଯାତ୍ରା ଉପରେ ଜିଏସ୍ଟିକୁ 18% ରୁ 5% କୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।


ଭାରତରେ ମୋଟ ଡିଜିଟାଲ୍ ଦେୟର 80 ପ୍ରତିଶତରୁ ଅଧିକ 2000 ରୁ କମ୍ ଅଟେ । ରେକର୍ଡ ଅନୁଯାୟୀ, 2016 ରେ ବିମୁଦ୍ରୀକରଣ ସମୟରେ ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତି ପରେ ପେମେଣ୍ଟ ଏଗ୍ରିଗେଟରମାନେ ଏହିପରି କାରବାରରେ ବ୍ୟବସାୟୀଙ୍କୁ ଦିଆଯାଉଥିବା ସେବା ଉପରେ କୌଣସି ଟିକସ ଆଦାୟ କରୁନାହାଁନ୍ତି।  2000 ଟଙ୍କା ପର୍ଯ୍ୟନ୍ତ କାର୍ଡ ଦେୟ ଉପରେ 18% ଜିଏସ୍ଟି ଚାର୍ଜ ପ୍ରସ୍ତାବକୁ କ୍ରମାଗତ ବିରୋଧ କରାଯାଉଛି । ଏଥିପାଇଁ ବିଭିନ୍ନ ମହଲରୁ ସରକାର ମତାମତ ଲୋଡିଛନ୍ତି।


Also Read- Video: ଯୁବକ ଛାଡିଦେଲେ ଯୁବତୀଙ୍କ ହାତ ! ୩୦ ଫୁଟ ତଳକୁ ଖସି ପାଣିରେ ପଡିଲେ


Also Read- Top 10 News Today: କୋଲକତା ଘଟଣାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ପଢ଼ନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର