Aditya L1: ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଘୋଷଣା କରିଛି ଯେ ଜାନୁଆରୀ ୬ରେ ଭାରତର ଫ୍ଲାଗସିପ୍ ସୌର ମିଶନ୍ ଆଦିତ୍ୟ- L1 ଏହାର ଲକ୍ଷ୍ୟସ୍ଥଳ, ପୃଥିବୀଠାରୁ ୧.୫ ମିଲିୟନ୍ କିଲୋମିଟର ଦୂରରେ ଅବସ୍ଥିତ ଲେଂଗ୍ରେଜିୟନ ପଏଣ୍ଟ (L1) ରେ ପହଞ୍ଚିବାକୁ ଯାଉଛି। ଏହାକୁ ISRO ଚେୟାରମ୍ୟାନ୍ ଏସ୍ ସୋମନାଥ ନିଶ୍ଚିତ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ସୋମନାଥ କହିଛନ୍ତି ଯେ 'ଆଦିତ୍ୟ L1 ର L1 ପଏଣ୍ଟ ଇସନର୍ସ ଜାନୁୟାରୀ ୬ରେ କରାଯିବ କିନ୍ତୁ ସମୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ। ଏଠାରେ କହି ରଖୁ ଯେ ଆଦିତ୍ୟ L1 ଗତ ସେପ୍ଟେମ୍ବର ୨ରେ ସତୀଶ ଧାୱନରୁ ଲଞ୍ଚ କରାଯାଇଥିଲା। ଶ୍ରୀହାରିକୋଟାସ୍ଥିତ ସ୍ପେସ୍ ସେଣ୍ଟର (SDSC) ଲଞ୍ଚ କରାଯାଇଥିଲା। ଏହି ମିଶନ୍ ସୂର୍ଯ୍ୟ ଅଧ୍ୟୟନରେ ଭାରତର ଅଗ୍ରଣୀ ଉଦ୍ୟମକୁ ଚିହ୍ନିତ କରେ।


COMMERCIAL BREAK
SCROLL TO CONTINUE READING

ISRO ମୁଖ୍ୟ କହିଛନ୍ତି ଯେ ଯେତେବେଳେ ଆଦିତ୍ୟ L1 ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ, ଏହା ଆସନ୍ତା ପାଞ୍ଚ ବର୍ଷ ପାଇଁ ସୂର୍ଯ୍ୟଙ୍କ ଉପରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିବାରେ ସାହାଯ୍ୟ କରିବ। ସେ କହିଛନ୍ତି ଯେ ଭବିଷ୍ୟତରେ ଭାରତ ଏକ ବୈଷୟିକ ଦୃଷ୍ଟିରୁ ଶକ୍ତିଶାଳୀ ଦେଶ ହେବାକୁ ଯାଉଛି। ସୋମନାଥ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଅନୁଯାୟୀ 'ଅମୃତ କାଳ' ସମୟରେ ISRO ଏକ ଭାରତୀୟ ସ୍ପେସ୍ ଷ୍ଟେସନ୍ ନିର୍ମାଣ କରିବାକୁ ଯୋଜନା କରିଛି, ଯାହାକୁ 'ଭାରତୀୟ ସ୍ପେସ୍ ଷ୍ଟେସନ୍' କୁହାଯିବ।


କଣ ଏହି L1 ପଏଣ୍ଟ
ପୃଥିବୀ ଏବଂ ସୂର୍ଯ୍ୟର ଜ୍ୟୋତିର୍ବିଜ୍ଞାନ ପ୍ରଣାଳୀର ଲାଗ୍ରେଞ୍ଜ ୧ ପଏଣ୍ଟରେ ଆଦିତ୍ୟ L1 ରଖାଯିବ। ସୌର ପ୍ରଣାଳୀରେ ପୃଥିବୀ ସୂର୍ଯ୍ୟ ଚାରିପଟେ ଏକ ଆଲେପଟିକାଲ୍ କକ୍ଷପଥରେ ଘୂର୍ଣ୍ଣନ କରେ। ଏହି କାରଣରୁ, କିଛି ବିନ୍ଦୁ ଅଛି ଯେଉଁଠାରେ ଉଭୟର ମାଧ୍ୟାକର୍ଷଣ ପରସ୍ପରକୁ ହ୍ରାସ କରିଥାଏ ଏବଂ ଏକ ପ୍ରକାର ସନ୍ତୁଳନ ଆଣିଥାଏ। ବୈଜ୍ଞାନିକମାନେ ଏହି ସ୍ଥାନଗୁଡ଼ିକୁ ଲାଗ୍ରେଞ୍ଜ ପଏଣ୍ଟ ବୋଲି କହିଛନ୍ତି। ଲାଗ୍ରେଞ୍ଜ ପଏଣ୍ଟ L1 ପୃଥିବୀଠାରୁ 1.5 ମିଲିୟନ୍ କିଲୋମିଟର ଦୂରରେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଅବସ୍ଥିତ।