Deputy Superintendent Of Police: ଜନସେବା କ୍ଷେତ୍ରରେ, ଡିଏସପି ଫୁଲ୍ ଫର୍ମ ହେଉଛି ସୁପରିଟେଣ୍ଡେଣ୍ଟ ଅଫ ପୋଲିସ ବା ପୋଲିସ୍ ଅଧୀକ୍ଷକ। ସେ ସବ୍-ଡିଭିଜନର ପୋଲିସ୍ ମୁଖ୍ୟ ମଧ୍ୟ ଅଟନ୍ତି । ଭାରତରେ, ବଡ଼ ସହର କିମ୍ବା ଜିଲ୍ଲାମାନଙ୍କରେ ବରିଷ୍ଠ ଅଧୀକ୍ଷକ (ଏସଏସପି) ଙ୍କ ନେତୃତ୍ୱରେ ପୋଲିସ୍ ଫୋର୍ସ (Police force) ଜଣେ ପୋଲିସ୍ ଅଧୀକ୍ଷକ କିମ୍ବା ପୋଲିସ୍ ଅଧୀକ୍ଷକଙ୍କ ଦ୍ୱାରା ପରିଚାଳିତ ହୁଏ। ଡେପୁଟି ପୋଲିସ୍ ଅଧୀକ୍ଷକ ପଦ ହେଉଛି ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦବୀ (important post) । ଏହି ପଦାଧିକାରୀ ରାଜ୍ୟ ସ୍ତରୀୟ ପୋଲିସ ଅଧିକାରୀ, ଯେଉଁମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ରାଜ୍ୟର କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତି ଏବଂ ସେମାନଙ୍କୁ ଆଇନ ଶୃଙ୍ଖଳା ରକ୍ଷା କରିବା ଏବଂ ଅପରାଧକୁ ରୋକିବା ଭଳି ଚ୍ୟାଲେଞ୍ଜର କାର୍ଯ୍ୟ ଦାୟିତ୍ୱ ଦିଆଯାଇଛି । ଭାରତରେ ଜଣେ ପୋଲିସ ଅଫିସର ହେବା ଅତ୍ୟନ୍ତ ଚ୍ୟାଲେଞ୍ଜ ପୂର୍ଣ୍ଣ କାରଣ ପୋଲିସ୍ ଫୋର୍ସରେ ପ୍ରତ୍ୟେକ ପଦବୀ ଉଭୟ ମାନସିକ ଓ ଶାରୀରିକ ଶକ୍ତି (Mental and physical strength) ଆବଶ୍ୟକ କରେ । ଦେଶରୁ ଅପରାଧକୁ ହ୍ରାସ କରିବା ପାଇଁ ତଥା ଲୋକଙ୍କ ସେବା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହା ସର୍ବୋତ୍ତମ ବୃତ୍ତିଗତ ପସନ୍ଦ ।  ଯଦି ଆପଣ ମଧ୍ୟ ଏହି ପୋଷ୍ଟ ଗୁଡିକରେ ଚାକିରି ପାଇବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ନିମ୍ନରେ ଦିଆଯାଇଥିବା ତଥ୍ଯ ଗୁଡ଼ିକୁ ଭଲଭାବେ ପଢ଼ନ୍ତୁ ।


COMMERCIAL BREAK
SCROLL TO CONTINUE READING

DSPଙ୍କ ଦରମା


ସିଭିଲ ସର୍ଭିସେସ୍ ପରୀକ୍ଷା (Civil Services Examination) ଆଧାରରେ ନିଯୁକ୍ତ ହୋଇଥା'ନ୍ତି ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ପୋଲିସ୍ (ଡିଏସପି) ଅଧିକାରୀ । ବିଭିନ୍ନ ରାଜ୍ୟରେ DSP ଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଏ । DSPଙ୍କ ପେ ସ୍କେଲ ୫୩,୧୦୦ ରୁ ୧,୬୭,୮୦୦ ମଧ୍ୟରେ ହୋଇପାରେ । ସପ୍ତମ ବେତନ ସ୍କେଲର ନିୟମ ଅନୁଯାୟୀ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ଏପି, ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଡିଏସପିଙ୍କ ଦରମା ସ୍ଥିର କରାଯାଇଛି। ଏହି ପଦବୀରେ ମନୋନୀତ ପ୍ରାର୍ଥୀଙ୍କ ପାଇଁ ଦରମା ୭୩,୯୧୫ ଟଙ୍କା ମିଳିପାରେ ।


DSP ଭୂମିକା ଏବଂ କର୍ତ୍ତବ୍ୟ 


ଡିଏସପି ପୋଲିସ ଅଧୀକ୍ଷକଙ୍କ ଅଧିନସ୍ଥ ପୋଲିସ ଅଧିକାରୀ । ସେ S.P.ଙ୍କ ଅଧୀନରେ କାମ କରିଥାନ୍ତି ଓ ପୋଲିସ୍ ବିଭାଗର ସମସ୍ତ କାର୍ଯ୍ୟ  ତଦାରଖ କରନ୍ତି, ଯେପରିକି ଅପରାଧକୁ ରୋକିବା, ପୋଲିସ୍ ଷ୍ଟେସନ୍ ପରିଚାଳନା, ଯାଞ୍ଚ ନେଇ ତଦାରଖ କରିବା ଇତ୍ୟାଦି । ନିମ୍ନଲିଖିତଗୁଡ଼ିକ ହେଉଛି ଏକ DSP ର କାର୍ଯ୍ୟ ଏବଂ ଦାୟିତ୍ବ। ଜିଲ୍ଲାର ବରିଷ୍ଠ ଗୁପ୍ତଚର ଅଧିକାରୀ ଭାବରେ ଡିଏସପି ନିମ୍ନ ସ୍ତରର ପୋଲିସ ଅଧିକାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରି ଉପରିସ୍ଥ ଅଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରନ୍ତି । ଏହା ସହିତ ତାଙ୍କ ନିର୍ଦ୍ଦେଶରେ ଥିବା ଯୁବ ଅଧିକାରୀଙ୍କ ସେବା ଅବସ୍ଥା ତଦାରଖ କରନ୍ତି । ରାଜନୈତିକ ସମାବେଶ ଓ କାର୍ଯ୍ୟ ସମୟରେ ଜଣେ ଡିଏସପି ଜନତାଙ୍କୁ ପରିଚାଳନା ଏବଂ ନିୟନ୍ତ୍ରଣ କରିଥାଏ ଯାହା ଦ୍ବାରା ଲୋକମାନଙ୍କ ମଧ୍ୟରେ କୌଣସି ସଂଘର୍ଷ ହେବନାହିଁ  ଏବଂ ପର୍ବ ସମୟରେ ଭିଡ଼କୁ ପରିଚାଳନା କରିଥାନ୍ତି ଏବଂ ଏକ ସୁସ୍ଥ ପରିବେଶ ବଜାୟ ରଖନ୍ତି।ଅପରାଧର ମୁକାବିଲା କରିବା ଓ ଅପରାଧୀଙ୍କୁ ଧରିବା ପାଇଁ ଜଣେ ଡିଏସପି ନୂଆ ପଦ୍ଧତି ପ୍ରସ୍ତୁତ କରନ୍ତି ଏବଂ ଅପରାଧିକ କାର୍ଯ୍ୟକଳାପକୁ ରୋକିବା, ତାଙ୍କ ଅଧୀନରେ ଥିବା ସମସ୍ତ ମାମଲା ଏବଂ ଯାଞ୍ଚ ଉପରେ ନଜର ରଖିବା ଓ ମାମଲା ସମାଧାନ ପାଇଁ ଯାଞ୍ଚ କାର୍ଯ୍ୟର ଦାୟିତ୍ବ ବହନ କରିଥାନ୍ତି।


ଅନ୍ୟ ଏକ ଭୂମିକା ହେଉଛି ଉତ୍ତମ ଆଇନ ଶୃଙ୍ଖଳା ପରିଚାଳନା  ଓ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳାକୁ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । DSP ମଧ୍ୟ ସମ୍ପ୍ରଦାୟରେ ଉତ୍ତମ ସମ୍ପର୍କ ଗଢ଼ିବା ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ଚେଷ୍ଟା କରନ୍ତି, ନାଗରିକଙ୍କ ଦ୍ବାରା ଆଇନଗୁଡିକ ପାଳନ କରାଯାଉଛି କି ନାହିଁ ତାହା ଦେଖନ୍ତି ।  ଯେଉଁମାନେ ଏହାକୁ ଭାଙ୍ଗନ୍ତି ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ଓ ନାଗରିକ ଏବଂ ପୋଲିସ୍ ମଧ୍ୟରେ ଭଲ ସମ୍ପର୍କ ବଜାୟ ରଖନ୍ତି ।


Also Read- ରାକ୍ଷୀ ସାୱନ୍ତଙ୍କୁ ପୁଣି ଧୋକା, କାର ସହ ଅଳଙ୍କାର ଓ ଟଙ୍କା ନେଇ ଡ୍ରାଇଭର ଫେରାର